STORYMIRROR

kamal kumar dash

Others

4  

kamal kumar dash

Others

ନୂଆ ବୋଉ

ନୂଆ ବୋଉ

2 mins
572


ପିଲା ଦିନେ ମୋ ଅଫିସ ଆସିବା ବାଟକୁ  ଚାହିଁ ରହିଥାଏ ଏଲ କେଜି ରେ ପଢ଼ୁଥିବା  ପୁଅ ରାଜା | ସବୁଦିନ ପ୍ରାୟ ସେଇ ଗୋଟିଏ କମ୍ପ୍ଲେନ | ଆଜି ମତେ ବୋଉ ରାଗିଛି ଓ ମାରିଛି | ତାକୁ ଆଉ ଘରେ ରଖିବାନି ତାଙ୍କ ଘରକୁ ପଠାଇ ଦେବା |  ଏବେ ଚାଲ ବଜାରରୁ ଆଉ ଗୋଟେ ନୂଆ ବୋଉ ଆଣିବା | ବାପା ପଚାରନ୍ତି ନୂଆବୋଉ ଯଦି ତତେ ଭଲ ନପାଇଲା ଓ ମାରିଲା ତାହେଲେ କଣ କରିବୁ ? ସେ ହସି କି କହେ ଆଉ ଗୋଟେ ନୂଆ ବୋଉ ଆଣିବା | ତା ପରେ ବଜାର ଯିବାକୁ ଅଳି କରେ | ବାପା କୁହନ୍ତି ,ଦେଖ ରାତି ବହୁତ ହୋଇଗଲାଣି ତୋ ବୋଉ ଏବେ କୁଆଡେ ଯିବ ,ତାକୁ ଡର ମାଡ଼ିବ | କାଲି ସକାଳୁ ତାକୁ ତାଙ୍କ ଘରେ ଛାଡି ଦେବା ଓ ବଜାରରୁ ଗୋଟେ ନୂଆ ବୋଉ ଆଣି ଆସିବା | ସେ ଭାବେ ଯେ ଚକଲେଟ , ବିସ୍କୁଟ ଓ ଖେଳନା ଭଳି ନୂଆ ବୋଉ ବି ବଜାରରେ ମିଳିବ | ତାପରେ ସେ ବୁଝି ଯାଏ ଓ ବାପାଙ୍କ ପାଖରେ ଶୋଇପଡ଼େ | ତା ପରଦିନ ସକାଳୁ ନୂଆବୋଉ କଥା ସେ ପୁରା ଭୁଲି ଯାଏ ଓ ବୋଉ ପାଖକୁଯାଇ ଫୁଣି ଗେଲ ହୁଏ | 


   ରାଜା ଏବେ ବଡ଼ ହୋଇଗଲାଣି ଇଂଜିନିୟରିଂ କଲେଜରେ ପଢ଼ିଲାଣି ,ବୋଉର ସବୁ କଥା ବୁଝୁଛି , ତାର ଦେହ ଖରାପ ହେଲେ ହସ୍ପିଟାଲ ନେଇ ଯାଉଛି | ତା ବୋଉର ବିପି ସୁଗାର ବାହାରିଛି ,ତେଣୁ ମାସକେ ଦି ତିନି ଥର ହସ୍ପିଟାଲ ଯାଉଛି | ଦିନେ ବାପା ଗୁଡ଼େ ମିଠା ଆମ୍ବ ଆଣି ଆସିଲେ , କାରଣ ରାଜାର ବୋଉ କୁ ଆମ୍ବ ଭାରି ଭଲ ଲାଗେ | ବୋଉର ଆମ୍ବ ଖାଇବା ଦେଖି ରାଜା କହିଲା କଣ ମରିବାକୁ ଇଛା ହେଉଛିକି ? ତା ବୋଉ ହସିକି କହିଲା ମୁଁ ମରିଗଲେ ଗୋଟେ ନୂଆବୋଉ ଆଣିବୁ ,ତୋର କଣ ହେବ ? ତୁ ବି ଖୁସ ତୋ ବାବା ବି ଖୁସ , ମତେ ବି ମୋ ବାପା ଘରକୁ ଯିବାକୁ ପଡ଼ିବନି | ରାଜା ରାଗିଯାଇ ବୋଉକୁ କୁହେ ତୁ ଆଉ ଆମ୍ବ ଖାଇବୁନି ଓ ବାପାଙ୍କୁ କୁହେ ଆଉ ଆମ୍ବ ଆଣିବନି ,ମୋର ନୂଆ ବୋଉ ଦରକାର ନାହିଁ | ବୋଉ ହସିକି କହେ ମୁଁ ଏତେ ଜଲ୍ଦି ମରୁନିରେ ବାପା ତୋ ପୁଅ ଝିଅ ଦେଖିଲା ପରେ ମରିବି | ତା ପରେ ସମସ୍ତେ ହସିଲେ |


Rate this content
Log in