ନିବେଶ
ନିବେଶ
"ଭାସ୍କୋଡାଗାମା ଜଣେ ନାବିକ ଥିଲେ । ସେ ଜଳପଥ ଆବିଷ୍କାର କରିଥିଲେ । ସମୁଦ୍ର ଗର୍ଭରେ ନୌକା ବାହି ବିଭିନ୍ନ ଦେଶକୁ ଜଳପଥରେ ପହଞ୍ଚି ପାରୁଥିଲେ । ଭାରତ ଫରାସୀ,ପର୍ତ୍ତୁଗୀଜ,ଡଚ, ଓ ଇଂରେଜ ମାନଙ୍କ ଉପନିବେଶର ସ୍ଥଳି ଥିଲା " ।
ଇତିହାସ ପଢୁଥିଲା ସୀମା ।ଦଶମ ଶ୍ରେଣୀର ଛାତ୍ରୀ । ପରୀକ୍ଷା ମୁଣ୍ଡଉପରେ । ହେଲେ ଇତିହାସ ମନେ ରହୁନି । ପାଠପଢିବା କୁ ଆଜିକାଲି ପିଲାମାନେ ଅଧର୍ଯ୍ୟ ହୋଇପଡୁଛନ୍ତି । ଶିକ୍ଷକ ପିଲାମାନଙ୍କର ଅନ୍ୟମନସ୍କ ଭାବଦେଖି ନିରବ ରହୁଛନ୍ତି । କାରଣ ସରକାରୀ ନୀତିନିୟମ ରେ ଚଳିବାକୁ ପଡେ ।ଦଣ୍ଡ ନଦେଇ ପିଲାମାନଙ୍କୁ ପଢ଼େଇବାକୁ ପଡେ । ପିଲାମାନେ ଦଣ୍ଡ ନପାଇ ପାଠ ପ୍ରତି ଅନିଚ୍ଛା ପ୍ରକାଶ କରିଛନ୍ତି ।
ସୀମା ଭାବେ ଇତିହାସ ପଢିବା କ ଣ ଆବଶ୍ୟକ ?
