Kamal Kumar Dash

Others

3  

Kamal Kumar Dash

Others

ମୋ କବିତା

ମୋ କବିତା

1 min
221



ମୁଁ ଦିନେ ରେଲ ବିହାରରୁ ରେଲ ସଦନକୁ ଯାଉଥାଏ ସ୍କୁଟରରେ । କିଛି ସମୟ ପରେ ଦେଖିଲି , କେହି ଜଣେ ମୋ ପାଖେ ପାଖେ ମଟର ସାଇକେଲ ଚଳାଇ ଚାଲିଛନ୍ତି । ସେ ହେଲମେଟ ପିନ୍ଧି ଥିବାରୁ ଚିହ୍ନି ହେଲାନି । ସେ କହିଲେ ଭାଇ ନମସ୍କାର । ମୁଁ ପ୍ରତି ନମସ୍କାର କହିଲି ।


ତାପରେ ସେ କହିଲେ ଭାଇ ଆପଣଙ୍କ କବିତା ମତେ ବହୁତ ଭଲଲାଗେ , ହେଲେ ଆପଣ କାହାପାଇଁ ଏତେ ସବୁ କବିତା ଲେଖନ୍ତି ? ମୁଁ ହସିଲି ଓ କହିଲି କବିତା( poem ) ପାଇଁ ।ସେ ବୁଝି ପାରିଲେନି ବୋଧେ ପୁଣି ପଚାରିଲେ ଯଦି କବିତାକୁ ଏତେ ଭଲ ପାଉଛନ୍ତି ,ତେବେ ତାକୁ ମିଶି ଥରେ କହୁନାହାଁନ୍ତି କାହିଁକି ?


ମୁଁ ହସିଦେଇ କହିଲି କେଉଁ କବିତା ? ସେ ଜୋରରେ କହିଲା ଭାଇ ଆପଣଙ୍କ କବିତା ( girl ) କ।ଲି ମତେ ଟ୍ରେନରେ ଦେଖାହେଲା ଓ ସେ ଆପଣଙ୍କ ଉପରେ ବହୁତ ରାଗିଛି ଓ ଆପଣଙ୍କୁ ଏ କଥା କହିବାକୁ କହିଛି । ମୁଁ କିଛି କହିବା ଆଗରୁ ସେ ବାଏ କହି ଗହଳିରେ ହଜିଗଲା ।ମୁଁ ଭାବୁଥିଲି ଏ ଲୋକଟାର ସତରେ ମୁଣ୍ଡ ଖରାପ ନା ସେ ମୋ ମୁଣ୍ଡ ଖରାପ କରିବାକୁ ଚେଷ୍ଟା କରୁଥିଲା । 



Rate this content
Log in