ମୋ ଘର
ମୋ ଘର
ଘରଟିଏ ଗଢିବାକୁ ପଡିବ । ଦିର୍ଘ ଦିନଧରି ଭଡାଘରରେ ରହି ତିକ୍ତ ଅନୁଭୂତି ବ୍ୟଥିତ କରିଛି । ପିଲାମାନେ ବଡ଼ ହେଲେଣି । ଝିଅ ବିଭାଘର ହେବ । ସାଙ୍ଗ ସାଥି ବନ୍ଧୁବାନ୍ଧବ ଘରକରିବାକୁ ପ୍ରସ୍ତାବ ଦେଲେଣି । ଗୃହିଣୀ ମଧ୍ୟ ତାଗିଦ କଲେଣି, ଘର କରିବାକୁ ପଡିବ ।
ଶିକ୍ଷକତା ଜୀବନରେ ଘରଟିଏ କରିବା ହାଣୁକୁ ନେବାପାରି । ସହଜେ ଲେଖକକୁ ଶିକ୍ଷକ । ଟଙ୍କା ଖର୍ଚ୍ଚକରି ଘର କରିହେବ, ହେଲେ ଲେଖାଲେଖିର ବସ୍ତାନୀ ବନ୍ଦ ରହିବ । ତଥାପି ଅଣ୍ଟାଭିଡିବାକୁ ପଡିବ । କେମିତି କିଏ ଟାହୁଲି କରି କହିଲେ ତୁମେ ଆଉ ଘର କରି ପାରିବନାହିଁ ?କାରଣ ହେଲା ଚାକିରୀରୁ ଅବସର ନେଲା ପରେ ଶାରୀରିକ ଦୁର୍ବଳତା ତଥା ଅଧିକ ମାନସିକ ଚାପ ନେଇ ହାତଦେବା ବିପଦ ସଙ୍କେତ ଅଟେ । ମନକୁ ଆସେ ଛୋଟ ଘରଟିଏ ମିଳନ୍ତ । କି କିଣି ଦିଅନ୍ତି । ଝିଅର ବିବାହ ପ୍ରସ୍ତାବ ପଡିଲା, ପୁଅ, ଝିଅଦେଖି ପସନ୍ଦ କରିଛି । ଆଗେଇଲି । ବିବାହ ଦିନ ନିର୍ଘଣ୍ଟ ହେଲା । ବିଭାଘର ହେଲା । ଠାକୁରଙ୍କ କୃପାରୁ ବଡ଼ କାମଟି ସୁରୁଖୁରୁରେ ହୋଇଗଲା । ଭାବିଲି ଆଉ ଘର କରି ପାରିବିନି । ବିଭାଘର ସିନା ବିନା ତକଲିଫରେ ହେଲା । ଅର୍ଥ ସରିଗଲା । ଝିଅ ବିଭାଘର ମୁଣ୍ଡରୁ ବୋଝ ଗଲା ।
ଦିନେ ଜଣେ ଲୋକ ଆସି କହିଲେ ବସଷ୍ଟାଣ୍ଡ ନିକଟରେ ଦେଢ଼ଗୁଣ୍ଠୁ ଜାଗା ଜଣେ ବିକିବେ । ଆପଣ କିଣନ୍ତୁ । କେତେ ଟଙ୍କା ପଚାରିଲି । ଯାହା କହିଲେ ମୋ ପାଣ୍ଠିର ବାହାରେ ମନାକଲି । ଆର ଦିନ ଆସି ମତେ କହିଲେ ସେ ଜାଗା ବିକୁଥିବା ଲୋକ ଆପଣଙ୍କୁ ଭେଟିବାକୁ ଡାକୁଛନ୍ତି ମୋ ସହିତ ଆସନ୍ତୁ । ଆମେ ଦୁହେଁ ଓ ମୋ ଭଣଜା ପହଂଚିଲୁ । ବିନମ୍ରତା ସହ ଜାଗାଟିକୁ କିଣିବାକୁ ଅନୁରୋଧ କଲେ । ଆମେ ଫେରିଲୁ । ଭଣଜା କହିଲେ ମାମୁଁ ଥରେ ଟଙ୍କା ଦେଇ କିଣିବେ କିନ୍ତୁ ଜାଗା ଚିରଦିନ ଥିବ । ଜାଗା ପସନ୍ଦ ହୋଇଛି ଟଙ୍କା ନାହିଁ । ଅଣ୍ଟା ଭିଡ଼ିଲି, ଯାହା ବିଭାଘର ପରେ ଅର୍ଥ ଖର୍ଚ୍ଚ ହେଲା ଅଳ୍ପ ପାଖରେ ଥିଲା । ମିଶେଇ ଜାଗା କିଣିଲି । ବର୍ଷେ ଗଲା । ଅବସର ପ୍ରାପ୍ୟ ସମସ୍ତ ଅର୍ଥ ପାଇଲି ।ଜଣେ ଆଟିଟେକଚରଙ୍କ ପାଖରୁ ନକ୍ସା ଆଣିଲି । ଜଗନାଥଙ୍କ ବାହୁଡ଼ା ଯାତ୍ର ଦିନ ଶୁଭ ଦେଲି । ମୋର ଜଣେ ଛାତ୍ର ରାଜମିସ୍ତ୍ରୀ ଘର ଗଢିଲା । ବାଲି ପକେଇ ଉଚାକଲି, ଇଟା, ପଥର, ସିମେଟ, ବାଲି, ଆଦି ଯୋଗାଡ଼ କରି ରଡ଼ ଆଣି ମୂଳଦୁଆ ଦେଲି । ଇଟା ଯୋଡି ନିମିଟଲ ପଡିଲା ।ନିତି ପାଣିଦେଲି । ଛ।ତ ପଡିଲା,ଏବେ ସାହସ କଲି । ଘରଟିକୁ କରିପାରିବି । ପ୍ଲାସ୍ଟରିଂ ହେଲା, ବନ୍ଧ ଲାଗିଲା, କବାଟ ଝରକା କାଠ ମିସ୍ତ୍ରୀ ଡାକି ତିଆରି କରି ଲଗେଇଲି । ତଳ ଟାଇଲକୁ ସାନିଟାରୀ ଫିଟିଂ ହେଲା ।ଭଲ ରଙ୍ଗ ମିସ୍ତ୍ରୀ ଡାକି ରଙ୍ଗ ଦେଲି । ଏବେ ଘର ପ୍ରତିଷ୍ଠା ହେବ । ଅକ୍ଷୟତୃତୀୟା ଦିନ ପ୍ରତିଷ୍ଠ। ହେଲା । କୂଳ ପୁରୋହିତ ମନ୍ତ୍ର ପଢି ପ୍ରତିଷ୍ଠାକଲେ । ବନ୍ଧୁ ଓ ପରିବାର ବର୍ଗ ପହଁଚିଲେ, ପ୍ରସାଦ ସେବନ କଲେ ।
ଘର ଦେଖି ସମସ୍ତଙ୍କ ପସନ୍ଦ । ଆଶ୍ରମ ପରି ବାରସ ବର୍ଗଫୁଟର ଘର । ଘରର ମାଲିକ ସାଇବାବାଙ୍କ ମୂର୍ତ୍ତିକୁ ଗଣପତିଙ୍କ ମୂର୍ତ୍ତି ବସିଲେ । ପଥ ବ।ହୁଡାକୁ ପଥ ଦେଖାଇଲ ତୁମେ । ପ୍ରକୃତରେ ମଣିଷ ପାଇଁ ସମୟ ଓ ଭାଗ୍ୟ ସାଥି ହେଲେ ଆଶା ଫଳବତୀ ହୁଏ । ଈଶ୍ୱରଙ୍କ ଆଶୀର୍ବାଦ ବିନା ସମ୍ଭବ ନୁହେଁ । ଘର ଦିନବନ୍ଧୁଙ୍କ ଘର ଜଣେ ସୃଜନଶୀଳ ବ୍ୟକ୍ତିର ଘର ଜଣେ ଶିକ୍ଷକର ବନ୍ଧନ ମୁକ୍ତ ବିଶ୍ୱକର୍ତ୍ତାଙ୍କ ନୀଳୟ । ମୁଁ ନିମିତ୍ତ ମାତ୍ର ପୂଜକ, ଲୋକ, ସମସ୍ତେ ସୁଖୀନ ଭବନ୍ତୁ ପ୍ରାର୍ଥନା ମୋର ।