Akshayakumar Dash

Others

2  

Akshayakumar Dash

Others

ମଙ୍ଗଳବାର

ମଙ୍ଗଳବାର

2 mins
392


ଉର୍ମିଳା ଭୋରୁଉଠି ଗାଧୋଇ ପଡିଲେ ।ପୂର୍ବରୁ ଘର ଖରକି ଫୁଲଦିଓଟି ତୋଳି ରଖିଥିଲେ ।ସପ୍ତାହ ଭିତରେ ମଙ୍ଗଳବାର ତାଙ୍କପାଇଁ ବିଶେଷ ଦିନ । ଗାଧୁଆସାରି ଠାକୁରଘରେ ପଶିଲେ ।ଠାକୁରବାସନ ଧୁଆଧୁଇ କରି ଢାଳରେ ପୂଜାପାଣି ନେଲେ । ମା ବୃନ୍ଦାବତୀଙ୍କୁ ପାଣିଦେଲେ । ଧୂପ ଟିଏ ଜାଳି ଚଉରା ପାଣିପାଇ ମୁଣ୍ଡିଆ ମାରିଲେ ।ସିନ୍ଦୂର ଚନ୍ଦନ ଧୂପ ଦୀପ ଧରି ଘରୁବାହାରି ଦାଣ୍ଡଦୁଆରେ ଗୋଡ଼ଦେଲେ ।ଦୁଆର ସାମନା ଗାଁ ଦାଣ୍ଡ । ଗାଈଗୋବରରେ ମଳେ ଲିପିଦେଲେ ।ମନ୍ଦାରଫୁଲ କନିଆର ଦୁବ ଓ ବରକୋଳି ପତ୍ର ଥୋଇ ଧୂପ ଓ ଘିଅଦୀପରେ ଆରତୀ କଲେ ।ହୁଳହୁଳି ପକେଇଲେ ।କଦଳୀ ଛେନା ଓ ଗୁଡ଼ କୁ ଚକଟି ଭୋଗ ଦେଲେ । ମା ବସୁଧାଙ୍କୁ ମୁଣ୍ଡିଆ ମାରିଲେ ।


ଉର୍ମିଳାଙ୍କ ପରିବାର ସ୍ୱାମୀ ପୁଅ ଝିଅ ସମୁଦାୟ ଚାରିଜଣ ।ପୁଅ ସାନ ଝିଅ ବଡ଼ ।ଝିଅ ବିବାହିତ ହେଲେବି ତାର ମଙ୍ଗଳ କାମନା କରିବା ମାର ଦାଇତ୍ୱ ।ଝିଅ ସୁଖରେ ରହିଲେ ମାର ଦୁଃଖ ଯାଏ । ଏବେ ପୁଣି ନାତି ହୋଇଛି ।ଛୁଆଟି ମା ପରି । ଆଈ ପାଖ ଛାଡୁନାହିଁ । ତାପାଇଁ ହଜାରେ ମାନସିକ । ପୁଅ ଦୂର ବାଙ୍ଗାଲୋରରେ ଅଛି । ଚାକିରୀ ଦେଖୁଛି ।ବି.ଟେକ କରିଛି ।ଓଡ଼ିଶାରେ ଚାକିରୀ ନାହିଁ । ପୁଅ ପାଇଁ ଉର୍ମିଳା କେତେ ମାନସିକ କରିଛି ତାର ହିସାବ ନାହିଁ ।ବିଶ୍ୱାସ ରଖି ପୂଜା ଆରାଧନା କରି ଠାକୁରଙ୍କୁ ଜଣାଉଛି ।


ମା'ର ମନ ଯେଉଁଠି ମଙ୍ଗଳ ଜଳ ଭରା କଳସ । ପଣତ କାନି ଦୁଃଖ ପୋଛିଦିଏ ।ହାତ ତିଆରି ରୋଷେଇ ଖାଦ୍ୟ ଭୋକ ଯାଏ ।ଠାକୁରଙ୍କୁ ନୀତି ମୁଣ୍ଡିଆ ମାରି ଶୁଭ ମନାସୁଥାଏ ।


ମଙ୍ଗଳ ବାର ମଙ୍ଗଳାଙ୍କୁ ପୂଜାକରିବା ମା'ର କର୍ମ ।ସଂସାରର ପ୍ରତେକ ମା ସନ୍ତାନର ମଙ୍ଗଳ କାମନା କରନ୍ତି ।ଉର୍ମିଳା ମଧ୍ୟ ।ବସୁଧା ମା ସନ୍ତାନକୁ ଘଣ୍ଟ ଘୋଡେଇ ରଖୁ ।ତାର ମଙ୍ଗଳ ହେଉ ।


ମାନସିକ ପ୍ରାର୍ଥନା । ମଣିଷର ପ୍ରତେକ କାମକୁ ବୃହତଶକ୍ତି ନିକଟରେ ସମର୍ପଣ କରିବା ଭାବ ।ଈଶ୍ୱରଙ୍କ ଅନେକ ନାମ ମଧ୍ୟରୁ ଗୋଟିଏ ନାମ ଭାବଗ୍ରାହୀ । ଭାବରେ ହିଁ ଭଗବାନଙ୍କୁ ବାନ୍ଧିରଖିବାକୁ ପଡେ ।ସାଧୁ ଅଭିରାମ ପରମହଂସଙ୍କର ଭଜନ"ତୋର ମୋର ଭାବ ନଜାଣେ କେହି ।ତୁ ନାଥ ଜାଣିଛୁ ଜାଣିଛି ମୁହିଁ " । ଉର୍ମିଳା ମା ମଙ୍ଗଳାଙ୍କୁ ପୂଜା ସାରି ତାଙ୍କର ହାତଦୁଇଟି ଟେକିଦେଲେ । ମା ମଙ୍ଗଳାକୁ ସରଣ ପଶିଲେ ।


Rate this content
Log in