ମନ୍ଦିର
ମନ୍ଦିର
ମନ୍ଦିର ମାଳିନୀ ଉତ୍କଳ । କହିବାର ଅର୍ଥ ମନ୍ଦିର ଉତ୍କଳର ସ୍ୱତନ୍ତ୍ର ପରିଚୟ ।ସରୋଜିନୀ କହିଲା ସାର ଅନ୍ୟ ପ୍ରଦେଶରେ କଣ ମନ୍ଦିର ନାହିଁକି? ତେବେ ଉତ୍କଳ କାହିଁକି ମନ୍ଦିର ମାଳିନୀ ହେଲା । ତାର ପ୍ରଶ୍ନ ର ଉତ୍ତର ଦେଇ ସାର କହିଲେ। ଦେଖପିଲେ ଓଡ଼ିଶାର ମୃତ୍ତି କଳା ଓ ସ୍ଥାପତ୍ୟ ବିଶ୍ୱବିଖ୍ୟାତ । କୋଣାର୍କ ମନ୍ଦିର ଦେଖିଥିବ ,ପଥର ରେ ଜୀବନ୍ତ ପ୍ରତିମୂର୍ତ୍ତି ।ସେହିପରି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିର ରାଜରାଣୀ ମଦିର, ମାଉସୀ ମା ମନ୍ଦିର ଯାଜପୁର ବିରଜା କ୍ଷେତ୍ର ର ମନ୍ଦିର ,ଯଯାତି ମନ୍ଦିର, ସମ୍ବଲପୁର ସମ୍ବଲେଶ୍ୱରୀ ମନ୍ଦିର, ନୃସିଂଗନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସେସମୟର କାରିଗର ମାନଙ୍କ ଅଭିଜ୍ଞତା ନମୁନା।ଏହାଛଡା ଅନେକ ମନ୍ଦିର ଓଡ଼ିଶାରେ ଅବସ୍ତିତ ଯାହା ମନ୍ଦିର ମାଳିନୀ ଉତକଲ ନାକକୁ ସାର୍ଥକ କରିଛି।