STORYMIRROR

kamal kumar dash

Others

3  

kamal kumar dash

Others

ମିଠି

ମିଠି

1 min
338

     ସକାଳୁ ଝିଅ ମିଠି ରୁମକୁ ଦେଖି କାନ୍ଦୁଥିଲେ ମାଆ ଆଶା ଦେବୀ | ଇଞ୍ଜିନିୟରିଂ ପଢ଼ିବl ଦିନରୁ ସେ ଘର ଛାଡିଥିଲା | କରୋନା ଯୋଗୁ ଝିଅ ଦି ବର୍ଷ ହେବ ଘରୁ କାମ କରୁଥିଲା ଇଞ୍ଜିନିୟରିଂ ପାସ କଲା ପରେ | ଝିଅ ରାତିରେ ବେଶୀ ବେଳ ଯାଏଁ ଚାହିଁଲେ ବା ସକାଳୁ ଡେରିରେ ଉଠିଲେ ତାକୁ ତାଗିଦ କରୁଥିଲେ ସେ | ହେଲେ ଆଜି ମିଠିର ରୁମ ଖାଲି ପଡିଛି | ତାଙ୍କୁ ବୁଝାଉ ଥିଲେ ରାଧାନାଥ ବାବୁ |ଆଉ ଦୁଃଖ କରନି, ମିଠି ତା ଘରକୁ ଯାଇଛି ଓ ସେଠି ଖୁସିରେ ରହିବ |

  ସ୍ୱାମୀଙ୍କ ଛୋଟ ଚାକିରୀରେ ଘର ଚଳାଇବା, ଝିଅକୁ ପାଠ ପଢ଼ାଇବା, ବାପା ମାଆ ଓ ଗାଆଁ ଘର ସବୁ ସମ୍ଭାଳିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିଲା | ସେ କିଛି ପିଲାଙ୍କୁ ଟିଉସନ ବି କରୁଥିଲେ | ତାଙ୍କ ସଂଚିତ ଟଙ୍କାରେ କିଛି ଘରର ଜିନିଷ ଓ ଝିଅ ପାଇଁ କିଛି ସୁନା ଅଳଙ୍କାର କିଣି ରଖିଥିଲେ | ଏଇ ଅଳ୍ପ ଦିନ ତଳେ ମିଠିର ବାହା ଘର ହେଲା ଯାହା କିଛି ସଞ୍ଚୟ ଥିଲା ସବୁ ସରିଗଲା | ଝିଅ ବିଦା ହେଲା ବେଳେ ନିଜ ସୁନା ହାର ମିଠିକୁ ପିନ୍ଧlଇ ଦେଲେ ମାଆ ଆଶା ଦେବୀ | ମିଠି ତ ଥିଲା ତାଙ୍କର ଦୁନିଆଁ, ତାକୁ ମଣିଷ କରିବାରେ ସେ ଲଗାଇଦେଇଥିଲେ ନିଜ ଜୀବନ | ମିଠି କିନ୍ତୁ ହାର ନେବାକୁ ଚାହୁଁ ନଥିଲା ହେଲେ ସମସ୍ତଙ୍କ ଆଗରେ ସେ ହାରଟି ବାଧ୍ୟ ପିଲାଟି ପରି ନେଇଥଲା ସେ | 

    କିଛିଦିନ ପରେ ନିଜ ଘରକୁ ଫେରିଲା ମିଠି ନିଜ ଦରମା ଟଙ୍କାରୁ କିଣି ଆଣିଥିଲା ଗୋଟେ ସୁନ୍ଦର ହାର ତା ମାଆ ପାଇଁ | ମlଆକୁ ପିନ୍ଧlଇ ଦେଇ କାନ୍ଦୁଥିଲା ସେ ଓ ମାଆ ତାକୁ ଧରି କାନ୍ଦୁଥିଲେ | 



Rate this content
Log in