STORYMIRROR

Manjurani Mishra

Others

3  

Manjurani Mishra

Others

ମିଛିମିଛିକା

ମିଛିମିଛିକା

5 mins
240

ବଗିଚାରେ ହାଲକା ରଙ୍ଗର ଖରା ଖେଳେଇ ହୋଇ ପଡ଼ିଛି ଏଠି ସେଠି । ମେଞ୍ଚାଏ ପଡ଼ିଛି ଘାସ ପଡ଼ିଆରେ । ହଳଦିଆ ସେବତୀ ଫୁଲ ଖିଲି ଖିଲି ହସୁଛି । ଗେଣ୍ଡୁ ଆଉ ସୂର୍ଯ୍ୟମୁଖୀ ତା ନାଁରେ କଣ ସବୁ ଗପ କରୁଛନ୍ତି ।ସେବତୀ ହସୁଛି ଦୁଷ୍ଟାମୀ ହସ । ବାସ୍ନା ଫିଙ୍ଗି ଦେଉଛି ଫୁଲେଇଟା । ଆକାଶରେ

ଗୋଲାପି ଆଉ ବାଇଗଣୀ ରଙ୍ଗର ମେଘ ସୂର୍ଯ୍ୟ ପଛରେ ଗୋଡ଼େଇଛନ୍ତି । ତାପଛକୁ ପଛ ଆହୁରି କେତେ ରଙ୍ଗର ମେଘ, ମେଞ୍ଚା ମେଞ୍ଚା ସୁନ୍ଦର ମେଘ ।ଟୁଇଙ୍କିଲ ମୁଣ୍ଡର ବାଳ ସବୁକୁ ପଛକୁ ଠେଲିଦେଲା । ଘାସ ଉପରେ

ଶୋଇପଡ଼ି ଆକାଶକୁ ଚାହିଁ ରହିଲା । କେଡ଼େ ସୁନ୍ଦର ଚଢ଼େଇଟା ଉଡ଼ିଗଲା ।ହଳଦିଆ ପାଲିସ୍ କରା ଡେଣା, ମୁନିଆ ଥଣ୍ଟ । ମମି ନାହାନ୍ତି । ଆୟା କହୁଥିଲାଅଙ୍କଲଙ୍କ ସାଙ୍ଗରେ ସେ କୁଆଡ଼େ ଯାଇଛନ୍ତି । ଆୟା ତାକୁ କଦଳୀ ଆଉ କେକ୍

ଯାଚୁଥିଲା । ସେ ମିଛରେ ମନାକଲା ଭୋକ ହେଉନି ବୋଲି । ଆୟାର ହାତଦୁଇଟା କେମିତି ମୋଟା ଆଉ ଟାଆଁସିଆ। ଆୟାଟା ତାକୁ ଜମା ଭଲ ଲାଗେନା ।ତା ଗପବି କେମିତି ପୁରୁଣା ପୁରୁଣା ଖାଲି ରାଜାରାଣୀ ଗପ ।ଆଜି ତାର ସ୍କୁଲରୁ ଫେରି ଭାରି ଇଛା ହେଉଥିଲା ମମିଙ୍କୁ ପିଠା

କରିବାପାଇଁ କହି ଥାନ୍ତା । ହେଲେ ମମି ତ ନାହାନ୍ତି ।

ଏଇ ବଡ଼ଦିନ ଛୁଟିରେ ସେମାନେ ଡ଼ାଡ଼ିଙ୍କ ପାଖକୁ ଯିବାକୁ ବାହାରିଥିଲେ । ପୁଣି କ'ଣ ହେଲା କେଜାଣି, ମମି ମନାକଲେ । ତାର ବି ଭାରି ଇଚ୍ଛାହେଉଥୁଲା ବାରିପଦା ଯିବାକୁ । ସେଠାରେ ଓଡ଼ିଆ ସ୍କୁଲ ବି ଭଲ । କିନ୍ତୁ ସେମାନେଏଠାକୁ ଆସିଲାପରେ ମମି ତାକୁ ଇଂରାଜୀ ସ୍କୁଲରେ ଭର୍ତ୍ତି କରିଦେଲେ । ଏଠାରେକ’ଣ ଓଡ଼ିଆ ସ୍କୁଲ ନାହିଁ ?ଆରେ ସୂର୍ଯ୍ୟଟା କେମିତି ଲାଲ ପେଣ୍ଡୁପରି ତଳକୁ ତଳକୁ ଖସୁଛି ।ତାକୁ

ବାଇଗଣୀ ଆଉ ଗୋଲାପି ରଙ୍ଗର ମେଘ ଆଉ ତା ପଛରେ ଗୋଡ଼େଇପାରୁନାହାନ୍ତି । ଥକି ଗଲେଣି ।ମମି ତାକୁ ଆଜିକାଲି ଗେଲ କରନ୍ତି ନାହିଁ । ମୁଣ୍ଡ ବାନ୍ଧି ଡ୍ରେସିଂ କରି

ଦିଅନ୍ତି ନାହିଁ । ବେଳେବେଳେ ଅଙ୍କଲ ଆସନ୍ତି । ରହି ଯାଆନ୍ତି ରାତିରେ । ଏଇକେତେଦିନ ହେଲା ମମି ତାକୁ ଆଦୌ ପାଖରେ ଶୁଆଉ ନାହାନ୍ତି । ତା ନିଜଜିନିଷପତ୍ର ସବୁ ଅଲଗା ରୁମରେ । ସେ କୁଆଡ଼େ ବଡ଼ ହୋଇଗଲାଣି । ରାତିରେ

ନିଦ ହୁଏନି । ଡର ଲାଗେ । ମମିର କୋଳ କେମିତି ବଢ଼ିଆ, କେମିତିନରମ ଆଉ ଉଷୁମ ।ମମି ଆଗରୁ ଏମିତି ନଥିଲେ । ଆଗେ ଯେଉଁଠି ସେମାନେ ଥିଲେବାରିପଦାରେ, ଫାଟକ ଉପରେ ବାଉଗନଭିଲିଆ ଫୁଟୁଥିଲା । ଆଉ ବଗିଚାରେ

ଫୁଟୁଥିଲା କେଡ଼େ ବଡ଼ ବଡ଼ ଡ଼ାଲିଆ ଫୁଲ । ଝରକା ପାଖରେ ମନିପ୍ଲାଣ୍ଟ ଆଉକାଚର ବଡ଼ ଫୁଲଦାନୀରେ ମମି ସକାଳୁ ସକାଳୁ ଫୁଲତୋଡ଼ା ସଜେଇ ଦିଅନ୍ତି ।ଡ଼ାଡ଼ିଙ୍କ ପାଇଁ କଫି ତିଆରି କରନ୍ତି ଆଉ ତାକୁ ଜବରଦସ୍ତ ଜଳଖୁଆ ଖୁଆନ୍ତି ।

ଅଫିସରୁ ଡ଼ାଡ଼ି ଫେରିଲାପରେ ସେମାନେ ଯାଆନ୍ତି ମନ୍ଦିର କି ମାର୍କେଟ । ମମିକପାଇଁ କିଣାହୁଏ ସବୁଜ ରଙ୍ଗର ଶାଢ଼ୀ ଆଉ ତା ପାଇଁ କିଣାହୁଏ ନାଲିଆ ଗାଉନ୍,ଚକଲେଟ, କଣ୍ଡେଇ, ଖେଳଣା।କ’ଣ କରୁଥିବେ ତାର କଣ୍ଢେଇମାନେ । ଆସିଲାବେଳେ ସେ କଣ୍ଢେଇବାସଟା ସଜାଢୁଥିଲା । ମମି ମନାକଲେ । ତା ଆଖୁକୁ ଲୁହ ଆସିଗଲା । ଭାରି

ଏକୁଟିଆ । ତା ଡ଼ାଡ଼ି କେତେ ଭଲ, ଅଙ୍କଲଙ୍କ ଠାରୁ ଭଲ, ମମିଠାରୁ ମଧ୍ୟ ।ସବୁଦିନ ଗପ କହିଦିଅନ୍ତି । ପାଖରେ ଶୁଆନ୍ତି । ଅଙ୍କଲ ବି ଭଲ ଯେ ତାକୁ ଭାରିଗେଲ କରନ୍ତି । କିନ୍ତୁ ସବୁଦିନ ଏଠାରେ ରହନ୍ତି ନାହିଁ କାହିଁକି ? ଦିନେ ରହି

ଚାଲି ଯାଆନ୍ତି । ମମି ସେଦିନ ତାକୁ ବିଦ୍ୟାରାଣ' ପକାଇଲେ ଅଙ୍କଲଙ୍କ କଥା ଡ଼ାଡ଼ିଙ୍କୁ ନକହିବାକୁ । ଛୋଟ ପିଲାମାନେ ସବୁକଥାରେ ମୁଣ୍ଡ ପୁରାଇବା ଉଚିତନୁହେଁ । ନିହାତି ବାଜେ । ଠିକ୍ ଅଛି, ସେ ଅଙ୍କଲଙ୍କ କଥା ଡ଼ାଡ଼ି ଙ୍କୁ ଫୋନରେ

କହିବି ନାହିଁ । ବାଡ଼ ତ କେବେ ନିଶ୍ଚୟ ଆସି ବେ । ଅଙ୍କଲଙ୍କୁ ଦେଖୁ ।ଖୁସିହେବେ ନିଶ୍ଚୟ । ମମି ଏଠାରେ ଏବେ ଚାକିରୀ ନକରି ଡ଼ାଡ଼ି ଙ୍କ ପାଖରେ ଚାକିରୀ । କଲେ ଅଙ୍କଲ ବି ଯାଆନ୍ତେ। ଭାରି ମଜା ହୁଅନ୍ତା । ଡ଼ାଡ଼ି ମମି ଆଉ ଅଙ୍କଲ ।

। କଲେଜରୁ ଫେରୁଛନ୍ତି କେତେ ବଡ଼ ବଡ଼ ଝିଅ । ସେ ବି ବଡ଼ ହେବ ।ଯେ, ଡ୍ରେସ୍ ପିନ୍ଧିବ । ବିଭିନ୍ନ ରଙ୍ଗର ଡ୍ରେସ୍ କିଣିବ । ଚମ୍ପା କି ଆକାଶୀ ରଙ୍ଗର ।ନହେଲେ ମେରୁନ୍ ରଙ୍ଗର ।

ଆୟା ଡାକୁଛି ଟୁଇଙ୍କିଲ ଘରକୁ ଆସ । ଶୀତ ପଡ଼ିଲାଣି । ଟୁଇଙ୍କିଲାହସିଦେଲା ଟିକେ । ଆୟାଟା ସେମିତି ପାଟି କରୁଥାଉ । ସେ ଆଉ ଟିକେ ଗଲେଯିବ । ହାତ ମୁଁହ ଧୋଇ ଠାକୁରଙ୍କ ପାଖରେ ଦୀପ ଜାଳି ସ୍ଵେଟର ପିନ୍ଧିଦେଇ

ପଢ଼ି ବସିବ । ମମି ଆସିଲବେଳକୁ ସବୁ ରେଡ଼ି । ମମି ସାଙ୍ଗରେ ଅଙ୍କଲ ଆସିବେ। ସେଦିନ ପରି ଆଜି ରାତିରେ ରହିବେ । ଭାରି ମଜା ହେବ । ମମି ସଜେଇ

ହେବେ । ଶାଢ଼ୀ ଆଉ ଗହଣାରେ ମମି ସୁନ୍ଦର ଦିଶିବେ । ତାକୁ ଦେଖ୍ ହସିବେ,ଗେଲ କରିବେ । ନିଜେ ରୋଷେଇ କରି ଖୁଆଇବେ ।ଆକାଶରେ ପାଚିଲା ବିଲାତି ବାଇଗଣ ରଙ୍ଗର ସୂର୍ଯ୍ୟ ।ହେଇ ଗୀତା ତା ବାପା ବୋଉଙ୍କ ସହିତ ବୁଲି ବାହାରିଛି । ଶାଗୁଆସ୍ଵେଟର ପିନ୍ଧିଛି ଗୀତା । ତାକୁ ଚାହିଁ ଟିକେ ହସି ଦେଉଛି । ତା ବୋଉମୁଣ୍ଡରେ ଓଢ଼ଣା ଦେଇଛନ୍ତି । ବାଇଗଣୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି ।କୋଳରେ ଛୋଟ ପୁଅ । ତାଙ୍କର ଏମିତି ଗୋଟେ ଛୋଟ ପୁଅ ଥିଲେ ସେ

ସବୁବେଳେ ଗେଲ କରନ୍ତା, ଆଉ ବୋର ଲାଗନ୍ତା ନାହିଁ । ମମି ବି ଆଉ ଅଙ୍କଲସାଙ୍ଗରେ ଏତେ ବୁଲନ୍ତି ନାହିଁ । ଗୀତାର ବୋଉ ତାକୁ ଭାରି ଭଲ ଲାଗନ୍ତି ।। ଗୀତାକୁ ବେଶ କରିଦିଅନ୍ତି । ଡ୍ରେସ୍ ପିନ୍ଧାଇ ଦିଅନ୍ତି । ଜଳଖିଆ ଟିଫିନ୍ ବାକ୍ସରେ ।

। ସଜାଡ଼ି ଦିଅନ୍ତି । ପ୍ରତିଦିନ ଅଲଗା ପ୍ରକାରର ଜଳଖିଆ କାହିଁ ତାଙ୍କ ଘରେ ତ ।। ଆୟା ନାହିଁ । ଅଥଚ ସେ ସ୍କୁଲକୁ ଗଲାବେଳେ ମମି ନଥାନ୍ତି । ଆୟା ଛାଡ଼ିବାକୁ ।

ଆସେନା ଫାଟକ ପାଖକୁ । ଏପରିକି ଜଳଖୁଆ ଡ଼ବାଟା ଦେବାକୁ ଭୁଲିଯାଏ ।ଗୀତାର ବୋଉ ସବୁଦିନ ଛାଡ଼ିବାକୁ ଆସନ୍ତି ବସ୍ ପାଖକୁ । ସ୍କୁଲରୁ ଫେରିଲାବେଳେ

ଚାହିଁ ରହିଥାନ୍ତି ।ମମିକୁ ବୋଉ ଡାକିଲେ କେମିତି ହୁଅନ୍ତା ? ମମି ଯଦି ରାଗିବେ ?ବଗିଚାଟା ଛାଇ ଛାଇଆ ଅନ୍ଧାର । ନାଲିଆ ଆଲୁଅ ବାଡ଼ ଡେଇଁ ଛୁଇଁ ପାରୁନି ବଗିଚାର ଫୁଲମାନଙ୍କୁ । ଫୁଲମାନେ ଚୁପଚାପ୍ । ଇଉକାଲିପଟାସ୍ ଗଛ

ଉପରେ ଖରା ଲିଭି ଲିଭି ଆସିଲାଣି ।ଏଇ ସୂର୍ଯ୍ୟ ପୁରା ବୁଡ଼ିଗଲା । ଏକୁଟିଆ ତାରାଟିଏ । ଅଳ୍ପ ହସିଲାଣି ।

କେମିତି ଚିକ୍‌ଚିକ୍ ତାରା । ଟୁଇଙ୍କିଲ୍ ଟୁଇଙ୍କିଲ୍ ଲିଟିଲ ଷ୍ଟାର । ଟୁଇଙ୍କିଲଘରଆଡ଼କୁ ଚାଲିଲା । ଆୟା ମେଞ୍ଚେ ସେବତୀ ଫୁଲ ଲଗାଇ ଏପଟ ସେପଟହେଉଛି । ତେଲୁଗୁରେ ଗୋଟେ ଗୀତ ଗାଉଛି ଗୁଣୁଗୁଣୁ ହୋଇ । ରୋଷେଇ

ଘରୁ ମାଛ ଭଜାର ବାସ୍ନା ଆସୁଛି ।ଟୁଇଙ୍କିଲ ହାତ ମୁହଁ ଧୋଇ ବାରଣ୍ଡା ଉପରେ ଠିଆ ହେଲା ।ଗୀତାଘର ନଡ଼ିଆଗଛ ଫାଙ୍କରେ ଜହ୍ନ ଦେଖାଗଲାଣି । ଶୀତ ଲାଗିଲାଣି ।

ବାରମଜା ବାଲା ଘଣ୍ଟି ବଜାଇ ଚାଲିଯାଉଛି । କିଣିବକି ସେ ବାରମଜା । ନାଁ ଥାଉ ଆୟା ତା ନାଁରେ ମମିକୁ ନାଲିସ୍ କରିବ । ମମି କୁଆଡ଼େ ଗଲେ କେଜାଣି ।ଏ ଅଙ୍କଲ୍ ଜମା ଭଲ ଲୋକ ନୁହନ୍ତି । ମମିକୁ ଖାଲି ବୁଲେଇ ନେଉଛନ୍ତି ।

ତାକୁ ନେଇଥିଲେ ହୋଇନଥାନ୍ତା ।ଆଜି ପଢ଼ି ବାକୁ ଇଛା ହେଉନି । ସେ ଟିଭି ଲଗାଇ କାଟୁନଦେଖୁଲା । କଣ୍ଢେଇ ମାନଙ୍କ ସାଥୀରେ ଖେଳିଲା । ଜମା ଭଲ ଲାଗୁନି ।

ମମିଙ୍କୁ ଫୋନ ଲଗାଇଲା । ଲାଗୁନି । ମମିଙ୍କ ଉପରେ ରାଗ ହେଲା ।ଆୟାକୁ ସେ ମନା କରି ଦେଇଚି ତାକୁ ଖାଇବାକୁ ଡ଼ାକିବନି । ମମି ଆସିଲେସେ ସାଙ୍ଗ ହୋଇ ଖାଇବ । ରାତି ବହୁତ ହେଲାଣି । ଆଜି ସେ ଖାଇବନି ।

କଥା ବି ହବନି ତାଙ୍କ ସହିତ । ଆରେ ଲାଇନ୍ କଟିଗଲା । ଆୟା ମହମବତୀଜଳାଇଦେଲା । ତଥାପି ଡର ଲାଗୁଛି । ଟୁଇଙ୍କିଲ୍ ସୋଫା ଉପରେ ଜାକିଜୁକିହୋଇ ବସିଲା । ସିଏ ତ ଆଜି ଠାକୁରଙ୍କ ପାଖରେ ଦୀପ ଜାଳିବାକୁ ଭୁଲିଗଲା ।

କଣ କରିବ ଏ ଅନ୍ଧାରରେ, ଥାଉ । ଏଇ ଫୋନ ରିଂ ହେଲା । ଲ୍ୟାଣ୍ଡ ଫୋନ ।ମମି ନିଶ୍ଚୟ କରିଥିବେ । ହାଲୋ ମମି... ମମି ।ନାଁ । ମୁଁ ଡ଼ାଡ଼ି କହୁଛି । ତୋ ମମି କୁଆଡ଼େ ଯାଇଛି ? ଫୋନ ଲାଗୁନି ।ମମି... ମମି... ଅଙ୍କଲ୍ ସାଙ୍ଗରେ... ଟୁଇଙ୍କିର କଥା ଅଧା ରହିଗଲା । ମମିମନା କରିଥିଲେ କହିବାକୁ । ବିଦ୍ୟାରାଣ ପକାଇଥିଲେ ।ଅଙ୍କଲ୍.... ଅଙ୍କଲ୍.... କିଏ... ହାଲୋ ହାଲୋ ଟୁଇଙ୍କିଲ୍ ଟୁଇଙ୍କିଲ୍... ।


Rate this content
Log in