STORYMIRROR

Manjurani Mishra

Others

3  

Manjurani Mishra

Others

ବୋହୂ

ବୋହୂ

1 min
632

   ବାହାଘର ଭଲରେ ଭଲରେ ସରିଗଲା. ଚତୁର୍ଥୀ ଭୋଜି ବି ବହୁତ ଭଲ ହୋଇଥିଲା. ବାହାଘର ବହୁତ ଆଡମ୍ବର ହୋଇଥିଲା ବୋଲି ସମସ୍ତେ କୁହାକୁହି ହେଉଥିଲେ. ବନ୍ଧୁ କୁଣିଆଙ୍କ ଗହଳରେ ଘର ଖୁସିରେ ଫାଟି ପଡୁଥିଲା.


ଚତୁର୍ଥୀ ବାସିଦିନ ମଝିଆ ନଣନ୍ଦଙ୍କ ମୁଦି ହଜିଯାଇଥିଲା.ସୁନା ହଜିଲେ ଦୋଷ. ବଡ ନଣନ୍ଦଙ୍କ ଝିଅ ଖେଳୁ ଖେଳୁ କାଦୁଅରେ ଗୋଡ ମୋଡି ହୋଇଯାଇଥିଲା . ବାରିପଟ କଦଳୀ କାନ୍ଦି କିଏ କାଟି ନେଇ ଯାଇଥିଲା.ଗୁହାଳରେ ଗାଈ ବାସି ଭୋଜି ଖାଇ ପେଟ ଫୁଲାଇ ପଡିଥିଲା. ଜମିଜମା କେସର ଶୁଣାଣି ଥିଲା ହୋଇପାରିଲାନି । ଶ୍ୱଶୁର ମନଦୁଃଖ କରୁଥିଲେ । ଦିଅଁଙ୍କ ପାଇଁ ରୂପା ଗିନାରେ କ୍ଷୀରି ବାଢ଼ୁ ବାଢ଼ୁ ଶାଶୁଙ୍କ ହାତ ଫୋଟକା ହୋଇଯାଇଥିଲା ।ବୋହୂଟା ଆସୁ ଆସୁ ଏମିତି ଅଘଟଣ ସବୁ କାହିଁକି ଘଟୁଛି.


ବୋହୂ ଶୁଣି ପକାଇଲା ।ଦି ଧାର ଲୁହ ଗଡ଼ାଇଲା । ବୋହୁଟି ଜାନି ଯୌତୁକ ଭାର ବେଭାର ଆସିଥିଲା. କେଉଁଥିରେ କିଛି ଖୁଣିବାର ନଥିଲା. ତେବେ ଯାହା ଦୋଷ ହେଉଥିଲା ବୋହୂର . ପୁଅର କିଛି ଦୋଷ ନଥିଲା.


ଅଷ୍ଟମଙ୍ଗୁଳାକୁ ବୋହୁ ଗଲା ବାପା ଘରକୁ.ଦୁଇଦିନ ପରେ ସମସ୍ତଙ୍କ ପାଇଁ ଲୁଗାପଟା ଭାର ବେଭାର ଧରି ଆସିଥିଲା.ଦୁଇ ଦିନ ଭିତରେ ଘରର ମାନଚିତ୍ର ବଦଳି ଯାଇଥିଲା. ସମସ୍ତେ ଖୁସି ଖସି ଜଣା ପଡୁଥିଲେ.


ହଜିଯାଇଥିବା ନଣନ୍ଦଙ୍କ ମୁଦି ମିଳିଯାଇଥିଲା. ଜମିଜମା କେସ ର ଶୁଣାଣି ହୋଇ ସାରିଥିଲା. ଶ୍ୱଶୁର ଖୁସି ଥିଲେ. ଦିଅରଙ୍କ ଚାକିରୀ ଗୋଟେ ବଡ କମ୍ପାନୀରେ ହୋଇଯାଇଥିଲା.ସାନ ନଣନ୍ଦଙ୍କ ଜାତକ ପଡିଥିଲା.ବରଘର ରାଜି ହୋଇଯାଇଥିଲେ. ଘରେ ହସ ଖୁସିର ମାହୋଲ ଥିଲା କିନ୍ତୁ କେହି କହୁନଥିଲେ ବୋହୂଟା ଆସୁ ଆସୁ ଏମିତି ସବୁ ହେଲା.


ତଥାପି ବୋହୂ ଖୁସି ହେଲା. ସମସ୍ତଙ୍କ ଖୁସି ସହିତ ସାମିଲ ହୋଇଗଲା ନିଜ ଅଜାଣତରେ .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍