STORYMIRROR

Manju Rath

Others

3  

Manju Rath

Others

ମହକ

ମହକ

1 min
259

ମୋ ବଗିଚାର ପ୍ରସ୍ଫୁଟିତ ଫୁଲର ମହକକୁ ଆଘ୍ରାଣ କରୁକରୁ କେତେବେଳେ ଝାଉଁଳି ପଡିଥିବା ଏକ ଫୁଲ ଉପରେ ମୋ ଆଖି ସ୍ଥିର ହୋଇରହିଗଲା।

  ମୋ ପାଦ ଦୁଇଟି ଆଗକୁ ବଢିପାରିନଥିଲା ଅନ୍ୟ ଏକ ଫୁଲର ସୁଗନ୍ଧିତ ବାସନାରେ ବିଭୋର ହେବାକୁ ଝାଉଁଳି ଯାଇଥିବା ଫୁଲରେ ନା ଥିଲା ମହକ ନା ଅନ୍ୟ ଫୁଲମାନଙ୍କପରି ଥିଲା ସତେଜତା, ସତେ ଯେପରି ମନେହେଉଥିଲା ମୁଁ ତାକୁ ଉପେକ୍ଷା କରିଚାଲିଥିଲି । ସେ ନୀରବ ଭାବରେ ସହ୍ୟ କରି ମୋ ଉପେକ୍ଷାର ପାତ୍ର ବନିଚାଲିଥିଲା ନିଜକୁ ମୁଁ ଦୋଷୀମଣି କ୍ଷମାପ୍ରାର୍ଥୀ ହେବାପାଇଁ ଅନୁରୋଧ କରୁଥିଲି କିନ୍ତୁ ବହୁତଡେରି ହୋଇଯାଇଥିଲା ତା ଅନ୍ତର ର ବେଦନାକୁ ପଢିବାପାଇଁ, ଅନ୍ୟ ଫୁଲମାନଙ୍କ ଉପହାସରେ ମୋ ବଗିଚାର ସେହି ଗୋଟିଏ ଝାଉଁଳି ପଡିଥିବା ଫୁଲର ମହକ

ମୋ ମନ ମନ୍ଦିରରେ ପୂଜାପାଇଁ ହେଉଥିଲା ତତ୍ପର । ତଥାପି ମୁଁ ଅବୁଝା ମନ ନେଇ ଫୁଲତୋଡାରେ

ସଜାଇ ପାରୁନଥିଲି ନା ସେ ମନ୍ଦିର ପାଇଁ ହେଲି ନା ମାଳପାଇଁ।



Rate this content
Log in