STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ମହାଶ୍ଵତା ନୁହଁ ମାହେଶ୍ଵତୀ

ମହାଶ୍ଵତା ନୁହଁ ମାହେଶ୍ଵତୀ

1 min
223


କଣ ଦେଖୁଛୁ ରେ ନାତିଆ ଟିଭିରେ ମୁହଁ ଲଗାଇ ମାତିଯାଇଛୁ। ତତେ ଡାକିଲେ ଶୁଭୁଛି ନା ନାହିଁ !


କଣ ପାଇଁ ଏତେ ପାଟିକରୁଛ ଆଇ। ବସ ଏଠି ମୁଭି ଦେଖିବ। ବାହୁବଳି ମୁଭି। ମାତା ମାହେଶ୍ୱତୀକୁ ଦେଖ। 


କଣ କହିଲୁ ମହାଶ୍ୱେତା । ମୁଁ ତ ତାକୁ ଆଗରୁ ଜାଣିଛି। କି ରୋଲ୍ ତାର କାବେରୀ ଚଳଚ୍ଚିତ୍ରରେ। ଆସିବ ବର ତୋର ହୋଇବ ବାହାଘର ତାପରେ କି ହେବ କହଲୋ......। 


ଏ ଆଈ ତୁମେ କାହା କଥା କହୁଛ ?


 ତୁ ଯାହା କଥା ମତେ କହୁଛୁ ତା କଥା କହୁଛି। 


ଆରେ ମହାଶ୍ୱେତା ନାହିଁ ମାହେଶ୍ୱତୀ। ଏଁ କଣ କହିଲୁ ମତେ ଶୁଭୁନି ଵୋଲି ଭାବୁଛୁ? ମତେ ସଵୁ ଶୁଭୁଛି।


 ଏଠି ବସ ଦେଖ ଇଏ ମାତା ମାହେଶ୍ୱତୀ। ଇଏ ଗୋଟେ କାଳ୍ପନିକ ଚଳଚିତ୍ର। ଏହା ଗୋଟିଏ ଉପନ୍ୟାସ ପରି ଲମ୍ବା ଚଉଡା । ରାଜାରାଣୀ କାହାଣୀ। ଓଃ ସେୟା କହୁନୁ ମତେ। ଏ କାଳ୍ପନିକ କାହାଣୀ ମୁଁ କେତେ ଶୁଣିଛି ମୋ ମାଆ ଜେଜେ ମାଆ ଅମଳରୁ। ତତେ କହିବି ଶୁଣିବୁ ଏ କାଳ୍ପନିକ କାହାଣୀ ଵିଷୟରେ। ଆସେ ମୋ ପାଖକୁ ଆସେ। ରୁହ ଆଇ ଏ ମୁଭିଟା ସରିଵାକୁ ଦିଅ। ମାତା ମାହେଶ୍ଵତୀର ଭୂମିକା କି ବଢିଆ। ଏଥର କୁହ ତୁମେ କେଉଁ କାଳ୍ପନିକ କାହାଣୀ ଵିଷୟରେ କହିବ ତାହାହେଲେ ଶୁଣ .........। ଓଃ କି ଲମ୍ବା ଚଉଡା ତୁମର କାଳ୍ପନିକ କାହାଣୀ। ମୋ ଭେଜାରେ ପଶୁନି। ସରିଲା ନା ଆହୁରି ଆଗକୁ ଅଛି। ପ୍ରତ୍ୟେକ ଦିନ ତତେ ଅଧ୍ୟାୟ ଲେଖେ କହିବି। ତାହାହେଲେ ଯାଇ ସରିବ। ହେଲେ ଆଇ ସେତେବେଳକୁ ମୋର ସ୍କୁଲ ଖୋଲିଯାଇଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍