STORYMIRROR

Krupasindhu Mishra

Classics

3  

Krupasindhu Mishra

Classics

ମହାଭାରତ (୪୩) ଲାଖବିନ୍ଧା

ମହାଭାରତ (୪୩) ଲାଖବିନ୍ଧା

2 mins
14.6K


ମହାଭାରତ (୪୩) ଲାଖବିନ୍ଧା

ଧନୁ ପାଖକୁ ଯିବାପୂର୍ବରୁ ଚାରିଟି ପଦାର୍ଥ ରଖା ଯାଇଥାଏ. ସ୍ଵର୍ଣ୍ଣମୁଦ୍ରା ଗଦାଧନୁ ଏବଂ ପୁରାଣ  . ଦ୍ରୋଣ କହିଲେ ଦେଖିବା ସେ କେଉଁ ଦ୍ରବ୍ୟକୁ ସ୍ପର୍ଶ କରୁଛି. ଅର୍ଜୁନ ଧନୁଟିକୁ ଉଠାଇ ଆମଞ୍ଚନ କରି ଥୋଇଦେଲେ ଏବଂ ପୁରାଣ ପୁସ୍ତକଟିକୁ ମୁଣ୍ଡରେ ଛୁଆଇଁ ରଖିଦେଲେ . ଦ୍ରୋଣ କହିଲେ,"ଅର୍ଥାତ ସେ କ୍ଷତ୍ରିୟ ଓ ବିଷ୍ଣୁ ଭକ୍ତ . ମୋର ଅନୁମାନ ସତ୍ୟ ହୋଇଥାଉ" ଭୀଷ୍ମ ମଧ୍ୟ ମନେମନେ ସେଇଭଳି ପ୍ରଫୁଲ୍ଲିତ ଅନୁଭବ କରୁଥାନ୍ତି . ଅର୍ଜୁନ ଲାଖ ତଳେ ଠିଆ ହୋଇ ଆଉ ଥରେ ଲାଖର ସମସ୍ତ ବିଧାନ ଧୃଷ୍ଟଦ୍ୟୁମ୍ନଠାରୁ ବୁଝିନେଲେ,  କହିଲେ-" ମୁ ବିନ୍ଧିବା ପରେ ୟେ ରାଜାମାନେ ଯଦି ଗଣ୍ଡଗୋଳ କରିବେ" ....ଶିଖଣ୍ଡୀ ଉତ୍ତର ଦେଲେ," ପାଞ୍ଚାଳ ସେନା ପ୍ରସ୍ତୁତ ଅଛନ୍ତି ତୁମର ସାହାଯ୍ୟ ପାଇଁ, ଚିନ୍ତା କରନାହିଁ". ଅର୍ଜୁନ କହିଲେ,"ଆଉ ଥରେ ପଚାରି ଦିଅ, କାହାରି ଇଛା ଥିବ ଯଦି.." ପଚାରିବାରୁ ରାଜାମାନେ କହିଲେ," ଆଉ କଟା ଘାରେ ଚୂନ ଦିଅନାହିଁ ,ତୁମେ ବିନ୍ଧ." ଅର୍ଜୁନ ଧନୁ ଉଠାଇ ଭାବିଲେ, କର୍ଣ୍ଣ ଏ ଧନୁରେ ଗୁଣ ଦେଇଛି, ସଫଳତାର ଅର୍ଦ୍ଧେକ ଦାବୀ ଗୁଣ ଦେଇଥିବା ବ୍ୟକ୍ତିର. ତେଣୁ ସେ ଗୁଣ ଫିଟାଇଲେ ଏବଂ ଧନୁକୁ ସଳଖ କଲାପରେ ଆଉଥରେ ଧନୁକୁ ଆଣ୍ଠୁ ଉପରେ ରଖି ଗୁଣ ଦେଲେ. ନାରାଚ ପୁରାଇ ଭୂମିକୁ ବିନ୍ଧିଲେ ଏବଂ ଦ୍ରୋଣଙ୍କ ନାମ ଧରି ପ୍ରଣାମ କଲେ. ଦ୍ରୋଣ ବୁଝିପାରି ଆଶୀର୍ବାଦ କଲେ. ତତ୍ପରେ ସ୍ଵର୍ଗରେ ଇନ୍ଦ୍ରଙ୍କୁ ଏବଂ ବାସୁଦେବ କୃଷ୍ଣଙ୍କୁ ପ୍ରଣାମ କଲେ. କୃଷ୍ଣ ବଳରାମଙ୍କୁ କହିଲେ, " ଅର୍ଜୁନ ଆପଣଙ୍କୁ ନମସ୍କାର କରୁଛି."ବଳରାମ ମନେ ମନେ ଆଶୀର୍ବାଦ କଲେ," ଲାଖ ବିନ୍ଧ, କନ୍ୟା ଦୁର୍ଯ୍ୟୋଧନକୁ ପ୍ରାପ୍ତ ହେଉ." କୃଷ୍ଣ ହସିଲେ ଓ ପ୍ରିୟ ସଖାକୁ ଶୁଭେଚ୍ଛା ଓ ଆଶୀଷ ପ୍ରଦାନ କଲେ. ତତ୍ପରେ ବ୍ୟାସଙ୍କୁ ଏବଂ ଯୁଧିଷ୍ଠିରଙ୍କୁ ପ୍ରଣାମ କଲେ ବ୍ୟାସ, ଯୁଧିଷ୍ଠିର ଓ ବ୍ରାହ୍ମଣମାନେ ସମସ୍ତେ କଲ୍ୟାଣ କଲେ.ଅର୍ଜୁନ ବ୍ୟାସଙ୍କୁ ମନଭେଦୀ ଶର ଫେରାଇ  ଦେଇ ରଖିବାକୁ କହିଥିଲେ. ଇନ୍ଦ୍ର ଅର୍ଜୁନଙ୍କ ମନକଥା ଜାଣି ବ୍ୟାସଙ୍କ ଠାରୁ ଶରଟି ନେଇ ମାତଳୀ ହସ୍ତରେ ଅର୍ଜୁନଙ୍କ ପାଖକୁ ପଠାଇଦେଲେ. ଏ ସମସ୍ତ କାର୍ଯ୍ୟ ଅନ୍ୟମାନଙ୍କ ଅଲକ୍ଷରେ ସମ୍ପନ୍ନ ହୋଇଗଲା. ଧନୁରେ ଶର ପୂରାଇ ବିନ୍ଧିବା ଠାଣି ଦେଖି ଭୀଷ୍ମ ଓ ଦ୍ରୋଣଙ୍କର ଆଉ ସନ୍ଦେହ ରହିଲା ନାହିଁ ଯେ ଇଏ ହିଁ ଶୂରବର ପ୍ରିୟପୌତ୍ର ପ୍ରିୟଛାତ୍ର, କୃଷ୍ନସଖା, ମାଧ୍ୟମ ପାଣ୍ଡବ ଧନୁର୍ଦ୍ଧାରୀ  ଅର୍ଜୁନ.

(କ୍ରମଶଃ)


Rate this content
Log in

Similar oriya story from Classics