Dr Jharana Satapathy

Others

4.0  

Dr Jharana Satapathy

Others

ମାଗିଖିଆ

ମାଗିଖିଆ

2 mins
484



ଯିଏ ମାଗିକି ଖାଏ ତାକୁ କାହିଁକି ମାଗିଖିଆ କୁହାଯାଏ! ପରିସ୍ଥିତିରେ ପଡି କେତେଜଣ ମାଗିଯାଚି ଖାଆନ୍ତି ଏବଂ ଆଉ କେତେ ଜଣକର ବୃତ୍ତି ହିଁ ମାଗିକି ଖାଇବା।କିଛି ଭଲ ଲୋକ ମାଗିଯାଚି ଖାଇଲେ କାହିଁକି ପ୍ରତ୍ୟକ ବ୍ୟକ୍ତିର ପାଟିରୁ ବାହାରି ଯାଏ ଇଏ ତ ଭଲ ଲୋକଟା କିଛି କାମଧାମ କଲେ ଦୁଇ ପଇସା ରୋଜଗାର କରିପାରିବ ଏମିତି ମାଗିଯାଚି ଖାଉଚି କାହିଁକି?କିଛି ଲୋକ ଆଳସ୍ୟତା କାରଣରୁ ଏପରି ବୃତ୍ତି ଅବଲମ୍ବନ କରନ୍ତି।ସବୁ ଲୋକ ସମାନ ନୁହନ୍ତି।କେତେଜଣ ଦାରିଦ୍ର୍ୟତାର ଶିକାର ହୋଇ ଏହି ପଦ୍ଧତି ଅବଲମ୍ବନ କରନ୍ତି।ଗୋଟିଏ ସୁସ୍ଥ ସବଳ ଲୋକ ମାଗିଖିଆ ଭାବେ ଖାଇବା ପାଇଁ ବାର ଦୋକାନ ବଜାର ବୁଲି ବୁଲି ମାଗିଯାଚି ମାଗେ ତାହା ହେଲେ ତାକୁ ନାନା କଥାମାନ ଶୁଣିବାକୁ ପଡେ ସମସ୍ତଙ୍କର ମୁହଁରୁ।


ପ୍ରବଳ ଗହଳି ଭିତରେ ସେ ଦିନ ସଂନ୍ଧ୍ୟା ସମୟରେ ଜଣେ ଅଚିହ୍ନା ବ୍ୟକ୍ତିଟି ଦୋକାନ ଦୋକାନ ବୁଲି ଠେଲା ଗାଡିପାଖକୁ କିଛି ପକୁଡି ଖାଇବାକୁ ମାଗିବା ପାଇଁ ଆସିଥାଏ ।


ସଂନ୍ଧ୍ୟା ସମୟ! କିଏ କାହାର ପରିବାର ସହ ଟିକେ ବାହାରକୁ ଆସିଥାନ୍ତି ଵୁଲିଵାର ମଜା ନେବା ପାଇଁ ଆଉ କେହି କେହି ସାଙ୍ଗ ସାଥୀକୁ ନେଇ ଗୁପଚୁପ ଚାଟ୍,ରୋଲ,ବରଗର,ଆଇସକ୍ରିମ ଖାଇବା ପାଇଁ ଆସିଥାନ୍ତି ।ଠେଲାଗାଡି ଗୁଡାକରେ ପ୍ରବଳ ଭିଡ।ଗରାଖ ଆସିବା ଜାଣି ଦୋକାନୀ ଵାଲା ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି ନିଜ ନିଜ ଖାଇବା ଜିନିଷ ବିକ୍ରିପାଇଁ।


ଅନ୍ୟମାନଙ୍କ ପରି ଏ ମାଗିଖିଆ ଲୋକଟି ମଧ୍ୟ ସେ ଠେଲା ଗାଡିଟିକୁ ଚାହିଁରହିଥାଏ।ସନ୍ଧ୍ୟା ହେବା କ୍ଷଣି ତାର କାମ ହେଲା ଏ ଦୋକାନରୁ ସେ ଦୋକାନ ମାଗିକରି ଖାଇବା।ଦୋକାନି ବାଲା ମାନେ ବିରକ୍ତି ପ୍ରକାଶ କରନ୍ତି ସବୁବେଳେ ତା ଉପରେ। ସେ ଲୋକଟାର ପ୍ରକୃତିକୁ ନେଇ ଆଡୁ ସିଆଡ କେହି କେହି କହନ୍ତି। ତାର ବୁଦ୍ଧି ଖରାପ ସନ୍ଧ୍ୟା ହେବା କ୍ଷଣି ଆସି ଯାଉଛି ପ୍ରତ୍ୟକ ଦୋକାନମାନଙ୍କୁ।


ବୁଜୁଳେ ବାନ୍ଧୁଛି ନେଇକି ଘରକୁ ଯାଉଛି। ଏକଣ ଭଲ ଅଭ୍ୟାସ। ଏ ବାଜେ ଵୁଧି କାହିଁକି ଧରୁଛି। ପ୍ରାୟ ସବୁ ଦୋକାନି ବାଲା ତାକୁ ଛି ଛି କରନ୍ତି।


ଯେ କେହି ବି ସେ ଦୋକାନି ପାଖରେ ଛିଡା ହୋଇ କୌଣସି ଖାଦ୍ୟ ଜିନିଷ ଖାଉଥାନ୍ତି ତାକୁ ସେ ହାତ ପକାଇ ମାଗେ ଦଶଟଙ୍କାର ପକୁଡି କିଣିଦିଅନ୍ତୁ ମୋ ପାଇଁ ରୋଲଟି ପେକ୍ କରିଦିଅନ୍ତୁ।ଯିଏ ତାକୁ ପ୍ରତ୍ୟକ ଦିନ ଦେଖେ ତାକୁ କିଛି ଦିଅନ୍ତି ନାହିଁ।କିନ୍ତୁ କାଁ ଭାଁ କେହି କେହି ସେ ଦୋକାନକୁ ଆସନ୍ତି, ଖାଇବା ପାଇଁ ସେ ମାଗିଖିଆ ହାତରେ କିଛି ନା କିଛି ଧରାଇ ଦିଅନ୍ତି। ସେ ମାଗିଖିଆର ଏହା ଅଭ୍ୟାସରେ ପରିଣତ ହୋଇଯାଏ।ସଂନ୍ଧ୍ୟାରେ ତାର କାମ ହେଲା ମାଗିବା।


ଦିନେ ଜଣେ ଭଦ୍ର ବ୍ୟକ୍ତିଙ୍କ ନଜର ସେ ମାଗିଖିଆ ଉପରେ ପଡିଲା।ସେ ମାଗିଖିଆ ତାଙ୍କ ପାଖକୁ ଯାଇ କହିଲା ମୋ ପାଇଁ ଦଶ ଟଙ୍କାର ପକୁଡି କିଣି ଆଣି ମତେ ଦିଅନ୍ତୁ।ସେ ଭଦ୍ର ବ୍ୟକ୍ତି ତାର କଥାରେ ସମତି ପ୍ରକାଶ କରି କହିଲେ ତତେ ଦଶ ଟଙ୍କାର ପକୁଡି ଦବାଟା କିଛି ନୁହେଁ ଆସେ ତୁ ମୋ ସହ ମୁଁ ତତେ ଚାକିରି ଦେବି।ତୁ ଭଲ କାମ କରିବୁ।ସେ ଭଦ୍ର ବ୍ୟକ୍ତିଠାରୁ ସେତିକି କଥା ଶୁଣି କିଛି ନ କହି ସେଠାରୁ ମୁହଁ ମୋଡି ଚାଲିଯାଇ ପୁଣି ମାଗିଲା ଅନ୍ୟମାନଙ୍କୁ।


ତାର ଚାଲିଚଳନ ସ୍ବଭାବ ଦେଖି ଦୋକାନି ମାନେ ଟୁପୁରୁଟାପର ହେଉଥାନ୍ତି ।ଭଲ ପେଣ୍ଟ ସାର୍ଟ ପିନ୍ଧିଥିବା ସୁସ୍ଥ ସବଳ ମଣିଷଟିଏ।ଆଳସ୍ୟତାର ଶିକାର ହୋଇ କାମ କରିବାକୁ ସ୍ପୃହା ନାହିଁ।ମାଗିଲେ କାମ ଚଳିଯାଉଛି।ଶାରୀରିକ କଷ୍ଟ କାହିଁକି ଅବା ପଡିବ।


ଏ ମାଗିଖିଆ ଦିନ ଯାକ ବୁଲି ବୁଲି ମାଗି ସଂନ୍ଧ୍ୟା ହେବା କ୍ଷଣି ସେ ପଇସାରେ ପେଟେ ମଦ ପିଇ ବାର ଦୋକାନ ବୁଲି ଖାଦ୍ୟ ଧରି ତା ଘରକୁ ସ୍ତ୍ରୀ ପାଖକୁ ଯାଏ।


ତେଣୁ କଥାରେ ଅଛି ପରା ଦେଲାଠାରୁ ପୂଣ୍ୟ ନାହିଁ ମାଗିଲା ଠାରୁ ହୀନ ନାହିଁ।


Rate this content
Log in