Dr Jharana Satapathy

Others

3  

Dr Jharana Satapathy

Others

ମାଆଙ୍କ ନାମ ସ୍ମରଣ

ମାଆଙ୍କ ନାମ ସ୍ମରଣ

2 mins
255



ଚିନ୍ତାକଲେ କୌଣସି ପରିସ୍ଥିତିର ସମାଧାନ ହୋଇନଥାଏ । ଏହାକୁ ଧୈର୍ଯ୍ୟର ସହ ମୁକାବିଲା କରିବା ଦରକାର । ଚିନ୍ତା କଲେ ଆହୁରି ସମସ୍ୟା ମାଡି ବସିବା ସଙ୍ଗେ ସଙ୍ଗେ କମିବ ବି ନାହିଁ । ମୁଁ ଚିନ୍ତା କରୁଥିଲି ବୈଷ୍ଣବ ଦେବୀ ଟିକଟ ହୋଇଛି କେମିତି ଯିବି । ମାନସିକ ଧାରୀଙ୍କ ଠାରୁ ଶୁଣିଥିଲି ପାଦରେ ଚାଲିକି ଗଲେ ମା ବୈଷ୍ଣୋ ଦେବୀ ଗୁହାରି ଜଳଦି ଶୁଣନ୍ତି । କିଏ କେହି ଚାଲିନପାରନ୍ତି ଘୋଡାରେ ମଧ୍ୟ ଯାଇପାରନ୍ତି ।


ମୁଁ ଏବଂ ମୋ ମିଷ୍ଟେର ବାହାରିଲୁ କାଟ୍ରାଠୁ ବୈଷ୍ଣୋ ଦେବୀ ଅଭିମୁଖେ । ମନର ଥାଏ ମାଙ୍କୁ ନିଶ୍ଚୟ ଦର୍ଶନ କରିବି । କିନ୍ତୁ ସେଠାରେ ପହଞ୍ଚି ମୋ ଦେହ ଭିଷଣ ଖରାପ ହୋଇ ଯାଇଥିଲା । ପେଟବି ବହୁତ ଦରଦ ହେଉଥାଏ । ମନରେ ଚିନ୍ତା ନକରି ଆଗକୁ ପାଦ ବଢାଇଲି ଜୟ ମାତାଦି ଜୟ ମାତାଦି କହି କହି । ଖାଲି ସେ ମାଙ୍କୁ ହିଁ ଡାକୁଥାଏ । ଆଗକୁ ଚାଲୁଥାଏ । ଆମେ ଏପରି ଚାଲି ଚାଲି ଅର୍ଦ୍ଧକୁମାରୀରେ ପହଞ୍ଚିଲୁ ।


ସେଠୁ ଦୁଇଟି ରାସ୍ତାଥାଏ ବୈଷ୍ଣୋଦେବୀ ଅଭିମୁଖେ । ଆମେ ନୂଆରାସ୍ତାରେ ନ ଯାଇ ଅଙ୍କା ବଙ୍କା ଥିବା ପୁରୁଣା ରାସ୍ତାରେ ଚାଲିଗଲୁ । ସେଠି ପହଞ୍ଚି ଜାଣିଲି ଖାଲି ଅଙ୍କାବଙ୍କା ଘାଟିପରି ରାସ୍ତା !ଚିନ୍ତା କଲେ ମୁଁ ଯାଇପାରିଵିନି ଏବଂ ମାଙ୍କୁ ମଧ୍ୟ ଦର୍ଶନ କରିପାରିବିନି ତେଣୁ ଧୈର୍ଯ୍ୟ ହରା ନହୋଇ ସାହାସର ସହ ଆଗକୁ ମାଡି ଚାଲିଲି । ପ୍ରକୃତରେ ସିଧା ବାଟରେ ଗଲେ କିଛି କଷ୍ଟ ଜଣା ପଡିନଥାନ୍ତା । ତଥାପି ମୁଁ ଯେ କୌଣସି ପରିସ୍ଥିତିର ସାମାନା ପାଇଁ ପ୍ରସ୍ତୁତ ଥିଲି କାହିଁକି ମନରେ ଥାଏ ମାଙ୍କୁ ଟିକେ ଦର୍ଶନ କରିବି ବୋଲି । ରାସ୍ତାଯାକ ପ୍ରବଳ ଥଣ୍ଡା ଲାଗୁଥାଏ । ମନରେ ସାହାସ ରଖି ଆଗକୁ ମାଡି ଚାଲୁଥାଏ ଜୟ ମାତା ଦି ଜୟ ମାତାଦି କହି କହି । କିଛି ବାଟ ଯିବା ପରେ ମୋର ଗୋଡ ପ୍ରବଳ ଥରି ଉଠିଲା । କିନ୍ତୁ ମନରେ ସାହାସ ରଖି ଏଭଳି ଭାବେ ପ୍ରାୟ ୧୪ କଲୋମିଟର ଚାଲି ଚାଲି ମାଆ ବୈଷ୍ଣୋ ଦେବୀଙ୍କ ଦରବାରରେ ପହଞ୍ଚିଲୁ । ସେଠାରେ ଗାଧୁଆ ପାଧୁଆ ସାରି ମାଙ୍କୁ ଦର୍ଶନ କରିଥିଲି । ମା ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ଜୀବନ ଧନ୍ୟ ହୋଇଗଲା । ମାଆଙ୍କ ନାମ ସ୍ମରଣ ମାତ୍ରେ ଚିନ୍ତା କରିଥିବା ପରିସ୍ଥିତିର ସମାଧାନ ହୋଇଗଲା ।



Rate this content
Log in