STORYMIRROR

Samar Ballav Bhoi

Children Stories Inspirational Children

3  

Samar Ballav Bhoi

Children Stories Inspirational Children

ଲମ୍ବା ରାସ୍ତା ଆଗକୁ ଅଛି

ଲମ୍ବା ରାସ୍ତା ଆଗକୁ ଅଛି

2 mins
260


ସୁରେଶ ଶ୍ରେଣୀରେ ସବୁବେଳେ ଅନ୍ୟ ମନସ୍କ ହେଉଥାଏ, ପାଠ ପଚାରିଲେ ସେ ତାର ଉତ୍ତର ଯାହା ଦିଏ, ବୋଧେ କୋୖଣସି ଅଭିଧାନରେ ଖୋଜିଲେ ମିଳିବ ନାହିଁ।ଏତେ ଅନ୍ୟମନସ୍କ କ'ଣ ପାଇଁ? ସବୁବେଳେ ଭୁଲ୍ କାମରେ ହାତ ଦେଉଛୁ। ଯାହା କିଛି ପଚାରିଲେ ସବୁ ଓଲଟା କହୁଛୁ। ଏ କଥା ସୁରେଶ ର ସାହିତ୍ୟ ଶିକ୍ଷକ କହୁଛନ୍ତି। ସୁରେଶ ସମୟ ଅଛି ବୁଝିବା ପାଇଁ ଚେଷ୍ଟା କର!

କିଛି ଦିନ ପରେ ସୁରେଶ ର ଉତ୍ତର ସାହିତ୍ୟ ଶିକ୍ଷକ ଙ୍କୁ ଭଲଲାଗିଲା। ଆରେ ସୁରେଶ, ଆଜି କ'ଣ ହଠାତ୍ ଏମିତି ପରିବର୍ତ୍ତନ? ବଡ଼ ଆଶ୍ଚର୍ଯ୍ୟର କଥା! ତୋ ପରି ଛାତ୍ର ଏତେ ଶୀଘ୍ର ପରିବର୍ତ୍ତନ ହେବା ବୋଧେ ବିରଳ ଉଦାହରଣ। ଯାହା ହେଉ ଭଲ ହେଲା, ମୋ କଥା ର ଯଥାର୍ଥତା ସାବ୍ୟସ୍ତ କରିପାରିଛୁ। ମୁଁ ବହୁତ ଖୁସି ହୋଇଗଲି, ସାର ସମୟ ଓ ଜନ୍ମ ର ବୃତ୍ତାନ୍ତ ଭିତରେ ମଣିଷ ବେଳେ ଠିକ୍ କଥା କୁ ଭୁଲରେ କହିଦିଏ ଏବଂ ଭୁଲ୍ କୁ ଠିକ ଭାବେ କହିଦିଏ, ପାରିପାର୍ଶ୍ବିକ ଅବସ୍ଥିତି ର ଏହା ଏକ ଉଦାହରଣ ସାର, ବହୁତ ସୁନ୍ଦର କଥା ଟିଏ କହିଲୁ ସୁରେଶ! ବେଳେ ବେଳେ ଭୁଲ୍ ବି ଠିକ୍ ହୋଇଯାଏ ଆଉ ଠିକ୍ ବି ଭୁଲ୍ ହୋଇଯାଏ।

ଆଉ ଏକ ବିଶେଷତ୍ଵ ହେଉଛି ମଣିଷ ବେଳେ ବେଳେ ଭୁଲ୍ କୁ ଠିକ ବୋଲି ପ୍ରମାଣିତ କରିବାକୁ ବହୁତ ଚେଷ୍ଟା କରେ। ମଣିଷ ମାତ୍ରକେ ଭୁଲ, କିନ୍ତୁ ଭୁଲ୍ କୁ ଠିକ୍ ପ୍ରମାଣିତ କରିବା ହିଁ ବହୁତ ବଡ଼ ଭୁଲ୍। ଆଜ୍ଞା ସାର୍! ଠିକ୍ କଥା କହିଲେ ସାର! ଦେଖିବ କୋର୍ଟ କଚେରୀରେ ସବୁ ଭୁଲ୍ ଓ ମିଛକୁ ବେଶୀ ଅଗ୍ରାଧିକାର ଦିଆଯିବା ଯୋଗୁଁ ଦୋଷୀ ଦଣ୍ଡ ବିଧାନ ରୁ ଖସିଯାଏ, ନିର୍ଦ୍ଦୋଷ ଦଣ୍ଡ ପାଏ, ତେବେ ତମର ପରିବର୍ତ୍ତନ ହେବା ମୋତେ ବହୁତ ଖୁସି ଲାଗିଲା, ତମେ ଜୀବନ ଯାତ୍ରା ରେ ଜଣେ ଭଲ ମଣିଷଟିଏ ହୋଇ ବାପା ମାଙ୍କ ପାଇଁ ସୁନାମ ଅର୍ଜନ କର! ଏହା ମୋର ତମ ପ୍ରତି ଆଶିର୍ବାଦ। ଜୀବନର ଛାଇ ଆଲୁଅ ର ଖେଳ ଭିତରେ ମଣିଷର ଭୁଲ ଠିକ୍ ସଠିକ ଭାବରେ ରାସ୍ତା ବଦଳାଇ ଦିଏ, ସେତେବେଳେ ମଣିଷର ରାସ୍ତା ସଫଳତାର ରହସ୍ୟ ଖୋଜି ବସେ, ତେଣୁ ତମେ ସମୟ କୁ ବୁଝି ନିଜର ଏ ଜୀବନ ରାସ୍ତା କୁ ପାରି ହୋଇ ପାରିବ। କୋୖଣସି କାର୍ଯ୍ୟ ବ୍ୟସ୍ତତା ର ସହ କରିବ ନାହିଁ, "ବୁଝି ବିଚାରି କାମ କଲେ, ପ୍ରମାଦ ନ ପଡଇ ଭଲେ" । ତମ ପାଇଁ ଲମ୍ବା ଲମ୍ବା ରାସ୍ତା ପଡିଛି, ଲମ୍ବା ରାସ୍ତା ଆଗକୁ ଅଛି , ତେଣୁ ତମେ ଭଲ ମଣିଷ ହୋଇ ପାରିବ, ଭବିଷ୍ୟତ ରେ ଯେବେ ମୋ ସହିତ ଦେଖା ହେବ ଜଣେ ଭଲ ମଣିଷ ହିସାବରେ ଭେଟ ହେବ, ଆଜ୍ଞା ସାର୍! ନିଶ୍ଚିତ ଭାବରେ ସାର୍! ଆପଣଙ୍କ ପ୍ରେରଣା ଓ ମତାମତ, ଓ ପରାମର୍ଶ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ସାର୍! ସାର ନମସ୍କାର!!



Rate this content
Log in