STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଲକ୍ଷ୍ମଣ ରେଖା

ଲକ୍ଷ୍ମଣ ରେଖା

1 min
203

ହାତରେ କାଗଜ କଲମ ଧରି ଏ କରୋନା ପାଇଁ ଲକ୍ ଡାଉନ ଅବସ୍ଥାରେ ଏକୋଇସ ଦିନ ବିତାଇବାଟା ସତରେ କତେ କଷ୍ଟକର ତାକୁ ନେଇ ପ୍ରଥମ ଦିନରୁ ଆରମ୍ଭ କରି ଏ ଯାବତ୍ କରୋନା ବିଷୟକୁ ନେଇ ଗୋଟିଏ ଗୋଟିଏ ଷ୍ଟୋରି ଲେଖି ଚାଲୁଛି। ପୁଣି ନବୀନ ପଟ୍ଟନାୟକ ଏ ମାସ ତିରିଶ ପର୍ଯ୍ୟନ୍ତ ଲକ୍ ଡାଉନ ଅବଦ୍ଧି ବଢେଇ ଛନ୍ତି। ଏହା ପ୍ରକୃତରେ ସ୍ବାଗତ ଯୋଗ୍ୟ ପଦକ୍ଷେପ।କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏହା ଏକ ବଡ ସଚେତନତା ବାର୍ତ୍ତା।

ଲକ୍ଷ୍ମଣ ରେଖା ନ ଡେଇଁ ଘରେ ବିତାଇବାଟା କେତେ କଷ୍ଟକର ସବୁ ଦିନର ସବୁ ପ୍ରକାର ଅନୁଭୂତି ନେଇ ମନେ ମନେ ଭାବୁଥିଲି ଏକ ଉପନ୍ୟାସ ଲେଖିବି ତାଆର ନାଆ ଦେବି ବନ୍ଦୀର ଆତ୍ମକଥା । ହାତରେ କାଗଜ ଖଣ୍ଡିଏ ଧରି ଲେଖି ଵସିଛି ନା ନାହିଁ ଶିବାନୀ ଆସି ମତେ କହିଲା ମାମା ଆଜକୁ ଲକ୍ ଡାଉନର ଅଠର ଦିନ ହୋଇଛି ନା ନାହିଁ ତୁମକୁ ଏତେ କଷ୍ଟ ହୋଇ ଗଲା ତୁମେ ତାକୁ ନେଇ ବନ୍ଦୀର ଆତ୍ମକଥା ନାମରେ ଉପନ୍ୟାସ ଲେଖୁଚ? ମାମା ମୁଁ ଦୁଇବର୍ଷ କାଳ ଚୈତନ୍ୟରେ ପାଠ ପଢିବା ସମୟରେ ହୋଷ୍ଟଟେଲ ଭିତରେ ଥିଲି ଲାଗୁଥିଲା ଗୋଟେ ସେଣ୍ଟ୍ରାଲ୍ ଜେଲ୍। ନା ମୁଁ ବାହାରକୁ କୁଆଡ଼େ ଯାଇପାରୁଥିଲି। ନା ତୁମେ ମତେ ଦେଖାକରିଵାକୁ କେତେ ଆସୁଥିଲ ? ମୋ ପାଇଁ ଲକ୍ଷ୍ମଣ ରେଖା ଟଣା ଯାଇଥିଲା। ଏ ଏକୋଇସ ଦିନ ମୋ ପାଇଁ କିଛି ନୁହଁ ମାମା !ମତେ ଏ ସୁଯୋଗରେ ତୁମ ସହ କିଛି ଦିନ ରହିବା ପାଇଁ ସୁଯୋଗ ମିଳିଲା। ମୋ ପାଖରେ କିଛି ଉତ୍ତର ନ ଥିଲା ତାକୁ ଦେବାପାଇଁ !


Rate this content
Log in