STORYMIRROR

Paramita Mishra

Others

3  

Paramita Mishra

Others

ଲଭ୍ ଲେଟର୍

ଲଭ୍ ଲେଟର୍

2 mins
1.4K


Love letter

💓 💓 💓 💓 💓

ଡିୟର ଶ୍ରୀ

ମୁଁ ବହୁତ୍ ଦିନ ହେଲା ତୁମକୁ କହିବି ଭାବୁଥିଲି ।ମୁଁ ତୁମ ସହ ମୋ ଭବିଷ୍ୟତ ଦେଖିପାରୁନି। ତୁମେ ଦୟା କରି ମତେ ଆଜାଦ କରିଦିଅ ଓ ଆଉ କାହାକୁ ବାହା ହୋଇ ଖୁସି ରେ ରୁହ। ଇତି

ତୁମର

ଶ୍ରୀରାମ

ଚିଠି ଟି ପଢ଼ିଲା ପରେ ଶ୍ରୀ ମୁହଁ ରେ ସ୍ଵଳ୍ପ ହସ ଆଉ ଆଖି ଟିକେ ଓଦା ହୋଇଆସିଲା।ଯତୀନ ବାବୁ ଶ୍ରୀ ଚାହିଁ କହିଲେ କିଛି ଉତ୍ତର ଦେବୁନି?କିଛି ସମୟ ଭାବିଲା ପରେ ଶ୍ରୀ ରୁମ୍ ଭିତରକୁ ଗଲା ଆଉ ଉତ୍ତର ରେ ଚିଠି ଟିଏ ଲେଖିଲା।

ମେଜର ରାମ୍ ଯତୀନ ଦାସ,

ତୁମ ଚିଠି ପାଇଲି। ତୁମର ମନେ ଅଛି ଠିକ୍ ପାଞ୍ଚ ବର୍ଷ ତଳେ valentine day ରେ ହିଁ ତୁମେ ମତେ ପ୍ରେମ ପ୍ରସ୍ତାବ ଦେଇଥିଲେ।ମୁଁ ବିନା କିଛି ଦ୍ବିଧାରେ ତୁମକୁ ହଁ କରିଥିଲି। ଯେଉଁଥିପାଇଁ ତୁମେ ଆଜି ଯାକେ ମତେ ବୋକି ବୋଲି କୁହ। ମୁଁ କିନ୍ତୁ ମୋ ନିର୍ଣ୍ଣୟ ରେ ଖୁସି ଥିଲି । ଆଜିକୁ ଛଅମାସ ୨୦ ଦିନ ତଳେ ତୁମେ ଶେଷ ଥର ପାଇଁ ମୋ ସହ କଥା ହୋଇଥିଲ । କିଛି ଆତଙ୍କବାଦୀ ବନ୍ଧକ ମାନଙ୍କୁ ରକ୍ଷା କରିବାକୁ ଯିବା ପୁର୍ବରୁ ଆମେ ଫୋନରେ କଥା ହୋଇଥିଲେ।ତାପରେ ଖବର ଆସିଲା ସେହି ସଂଘର୍ଷ ରେ ଗୁଳି ବାଜି ତୁମର ଗୋଟିଏ ଗୋଡ କୁ କାଟିବାକୁ ପଡିଲା। ସେ ଘଟଣା ପରେ ମୁଁ ମୋ ନିର୍ଣ୍ଣୟ ଉପରେ ଗର୍ବ କଲି।

ଆଉ ବାକି ରହିଲା ଆଜାଦି କଥା

ପ୍ରଥମେ ତୁମ ନାଁ କୁ ତ ମୋ ନାଆଁ ଠୁ ଅଲଗା କରାଅ।ତୁମେ କହିଥିଲ ଖାଲି ରାମ ଶୁଣିବାକୁ ଭଲ ଶୁଭୁନି ତେଣୁ ସାରାଜୀବନ ପାଇଁ ଶ୍ରୀ କୁ ତା ଆଗେ ଲଗେଇ ରଖିବ। ଅଲଗା ହେବାକୁ କହିଥିବା ଚିଠିରେ ବି ଶ୍ରୀରାମ ବୋଲି ଲେଖିଛ ଆଉ ମତେ ଆଜାଦି ମାଗୁଛ।

ଆର ମାସ ୨୫ରେ ବାହାଘର ଦିନ ବାହାରିଛି। ମୁଁ ଆଉ ଚିଠି ଲେଖିପାରିବିନି ତେଣୁ ଚିଠି ପାଇଲା ପରେ ଫୋନ କରିବ। ଇତି

ତୁମର

ଶ୍ରୀୟା ରାମ ଦାସ

ଚିଠି ଟି ପଢିଲା ପରେ ଶ୍ରୀରାମ ଙ୍କ ଚେହେରା ରେ ହସ ଟି ଏମିତି ଥିଲା ଯେମିତି ଲୁହ ଦରିଆ ରେ ଖୁସି ର ହସ ଟିଏ ଲହଡ଼ା ଭାଙ୍ଗୁଛି। ଅଜାଣତରେ ସେ ଯନ୍ତ୍ରବତ ଫୋନ ଉଠାଇ ଶ୍ରୀ ର ନମ୍ବର କୁ ଫୋନ ଲଗାଇ ସାରିଥିଲେ।। Rm

Paramita mishra

9337573886


Rate this content
Log in