Akshayakumar Dash

Others

2  

Akshayakumar Dash

Others

କୁତ୍ତା

କୁତ୍ତା

2 mins
417


କୁକୁରର ଅନ୍ୟ ନାମ କୁତ୍ତା ପୁରୁଷ କୁକୁର ଓ କୁତ୍ତି ମାଈ କୁକୁର ।କୁକୁର ପାଳିବାକୁ ଚାହିଁଲା ଚାନ୍ଦ ।ଚାନ୍ଦ ର ଭଲ ନାମ ଚନ୍ଦ୍ର ଶେଖର ପଣ୍ଡା ।ବାପାକୁକହିଲା ଗୋଟିଏ କୁକୁର ପାଳିବି ।ବାପା ତାର ନିରବ ରହିଲେ ।ଦିନେ ଚାନ୍ଦ ତାର ସାଙ୍ଗ ଘରକୁ ବୁଲି ଯାଇଥିଲା ଦେଖିଲ ସାଙ୍ଗ ଘର ପୋଷା କୁକୁର ଚାନ୍ଦକୁ ଦେଖି ଖେଦି ଆସୁଛି ।ଭୋଭୋ ରଡି ପକାଉଛି । ଚନ୍ଦ୍ର ଉପାୟ କିଛି ନପାଇ ତାର ସାଙ୍ଗ କୁ ଡାକିଲା । ଘର ଲୋକ ବାହାରି କୁକୁରକୁ ଆୟତ୍ତ କଲେ ।ନଚେତ ଚାନ୍ଦର ଅବସ୍ଥାଗୁରୁତର ହୋଇଥାନ୍ତା । ଚାନ୍ଦ ସମସ୍ତ ବୃତାନ୍ତ ତାର ବାପାଙ୍କୁ କହିଲା ।କୁକୁର ଘରେ ରଖି ପାଳିବା ବେଳପଡିଲେ ଆପଣାର ଲୋକଙ୍କୁ ଆକ୍ରମଣ କରନ୍ତି । କୁକୁର ରଖିବାକୁ ବାପାଙ୍କୁ ମନାକଲା ।

କେତେକ ଲୋକ କୁକୁର ପାଳିଥାନ୍ତି ।ଦେଶୀ ଠାରୁ ବିଦେଶୀ ।କେତେକ ମହିଳା ମଧ୍ୟ କୁକୁର ଧରି ଶୋଇବା ଖଟରେ ଦେଖି ବାର ଦୃଶ୍ୟ ମିଳେ ।କୁକୁର ର ସେବା ଯତ୍ନ କରନ୍ତି । କୁକୁର କୋଡ଼ରେ ରଖି ଆଉଁସି ଦିଅନ୍ତି ।


ଏପ୍ରକାର ଅପସଂକୃତି ଆମ ଜୀବନକୁ ପ୍ରଭାବିତ କରୁଛି । ଆମେ ଘରେ ଗାଈ ରଖି ପାଳିବାର ଭାବନା ନାହିଁ ।ଗାଈ ମା ପରି ,ତାର କ୍ଷୀର ଆମ ପାଇଁ ଅମୃତ ।କିନ୍ତୁ ଆମେ କୁକୁର ପାଲୁଛେ ? କୁକୁରର କେତେକ ଭଲ ଗୁଣ ଅଛି । ତାରପ୍ରଭୁ କୁ ସୁରକ୍ଷା ଦିଏ, ଘରକୁ ଅଜଣା ଲୋକଙ୍କୁ ପୁରାଇ ଦିଏନାହିଁ , ଚୋରଡକାୟତ ମାନଙ୍କୁ କାମୁଡି ଘଉଡ଼ାଇ ଦିଏ । ମାଲିକକୁ ସୁରକ୍ଷା ଦିଏ ।


ଆମ ସଂସ୍କୃତି କୁହେ ଅତିଥି ଦେବ ଭବ ।ବିନା ଡକାରେ ବା ଦିନ ବାର ନଜଣାଇ ଘରେ ପହଂଚୁଥିବା ବ୍ୟକ୍ତି ଟି ଅତିଥି ।ଅତିଥି ସତ୍କାର ଗୃହସ୍ତ ର ଧର୍ମ । ଘର ଦରଜା ରେ ଲେଖାଟି କୁକୁର ପ୍ରତି ସାବଧାନ । ତେବେ ଆମେ କାହାକୁ ଆମଘରକୁ ଆସିବାକୁ ଚାହୁଁନା ହିସାବରେ ଆମେ କାହାଘରକୁ ଯିବାକୁ ଚାହୁଁନା । ମଣିଷ ତାର ସାମାଜିକ ଜୀବନକୁ ପ୍ରଭାବ ପକାଇ ବ୍ୟକ୍ତି କେନ୍ଦ୍ରିକ ହୋଇପଡୁଛି ।ସମ୍ପର୍କ,ଶ୍ରଧ୍ୟା ,ସହାନୁଭୂତି ଆଦି ମାନବିକ ମୂଲ୍ୟ ବୋଧ ଶିକ୍ଷାହରାଇଛି ।


ମୁଲ୍ୟ ଆକଳନ କରୁଛି ,ବିଦେଶୀ ଚାଲିଚଳନକୁ ନଜର ରଖି ।ପରଧର୍ମ ପ୍ରତି ଆକୃଷ୍ଟ ହୋଇ ବାହାଦୂର ମାରୁଛ ।


Rate this content
Log in