The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Others

3  

Akshayakumar Dash

Others

କରୋନା କହୁଛି ଅନା

କରୋନା କହୁଛି ଅନା

1 min
517


ରମେଶ ଇଟାଲୀ ରୁହେ। ଓଡ଼ିଶାର ହୋଲିପର୍ବ ।ତେଣୁ ଘରକୁ ଫେରିବାକୁ ଫ୍ଲାଇଟରେ ଇଣ୍ଡିଆରେ ପହଁଚିଲା ।କେତେ ଆଶ ,ଆନଂଦ। ସାଙ୍ଗ ମାନଙ୍କ ସହିତ ହୋଲି ଖେଳିବ। ଦୁଇବର୍ଷ ପରେ ଭାରତ ଫେରୁଛି ।ଦିଲ୍ଲୀରେ ପହଁଚି ଟ୍ରେନ ଧରି ଭବନେଶ୍ୱର ପହଞ୍ଚିଛି । ଟିକେ ଥଣ୍ଡା କାଶ ଲାଗୁଛି ।ଭାବିଲା ଗୋଟେ ଘରୋଇ ହସ୍ପିଟାଲରେ ଚେକ କରାଇନେବ ।କରୋନା ମାତିଛି,ପୁଣି ପୂର୍ଣ କଟକଣା ସହିତ ଓଡିଶା ସରକାରଙ୍କ ସତର୍କ କରାଇଛନ୍ତି ।

ଘରୋଇ ହସ୍ପିଟାଲ ଵାଲା ସନ୍ଦେହରେ ସରକାରୀ ହସ୍ପିଟାଲ କୁ ଗୁପ୍ତରେ ଜଣାଇଲେ ।କାରଣ ତାଙ୍କର ଅଧିକାର ନାହିଁ କରୋନା ଚିକିତ୍ସା ପାଇଁ ।ସଙ୍ଗେସଙ୍ଗେ ସରକାରୀ ଆମ୍ବୁଲାନ୍ସ ପହଁଚିରମେଶ କୁ ନେଇଗଲା ସରକାରୀ ମୁଖ୍ୟ ଚିକିତ୍ସାଲୟକୁ । ସେଠାରେ ତାକୁ ସ୍ୱତନ୍ତ୍ର ସ୍ଥାନରେରଖି ଅବଜରବେଶନ କରାଗଲା । ବିଚାର ଫସିଗଲା । ତାର ସମସ୍ତ ଆନନ୍ଦ କଯେମିଟି ପାଣିଫଟକା ପରି ମିଳେଇଗଲା ।ଜୀବନ ମରଣ ଯନ୍ତ୍ରଣାରେ ଛଟପଟ ହେଲା ।


ତାରରକ୍ତକୁ ନେଇ ପରୀକ୍ଷା କରାଗଲା । କିପ୍ରକାର ହେଲା ତାହା ଡାକ୍ତର ମାନେ ଆସି ପ୍ରଥମ କହିଲେ କରୋନା ଆକ୍ରାନ୍ତ ହୋଇନି ।ରମେଶର ଦୁଃଖର ଲତା ସୁଖରେ ପଲ୍ଲବୀତ ହେଲା ।ତେବେ ତାକୁ ଛାଡ଼ିଦେବା କଥା । କିନ୍ତୁ?

ଆଉଦଳେ ଡାକ୍ତର ଆସିକହିଲେ କରୋନା ଭାଇରସ ଟଚ କରିଛି, ତେଣୁ ତାକୁ ଏଠାରେରହି ଚିକିତ୍ସା ହେବାକୁ ପଡିବ । ଏହା ସେନ୍ସଏଟିଭି ଅଟେ । ଜଣକୁ ଧରିଲେ ଚେର ପରି ବ୍ୟାପିଯିବ ।ତେଣୁ ସରକାରଙ୍କ କଡା ନିର୍ଦେଶ ମାନିବାକୁ ପଡିବ । ମୁଖ୍ୟ ଚିକିତ୍ସକଙ୍କ ମିଡ଼ିଆ ସାମ୍ନାରେ ବୟାନ ଦେଲେ ଓଡ଼ିଶାରେ କରୋନାରୋଗୀ ଚିନ୍ନଟ ହୋଇଛି । ତାହାକୁ ଚିକିତ୍ସା କରାଯାଉଛି । ସାରାରାଜ୍ୟରେ ଆତଙ୍କ। ଲୋକମାନେ ଡରି ମରି ଭୟରେ ବିଚଳିତ । ପୁଣିରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପରୀକ୍ଷା ବାତିଲ କରାଯାଇ ଛୁଟି ଘୋଷଣା କରାଗଲା ।ବିଚରା ରମେଶ ଫସିଯାଇଛି । କରୋନା ତାକୁ ଗ୍ରାସିଛି ଯେମିତି ଅତୃପ୍ତ ଆତ୍ମା ଆସିଯାଏ ତାହା ଦେହରେ ।ତାକୁ ବନ୍ଦୀ କରିରଖାଯାଇଛି ପଳାତକ ପରି ।ସବୁ ସୁନେଲି ସ୍ବପ ମୂର୍ତ୍ତୃ ସାଙ୍ଗରେ ସଂଗ୍ରାମ କରୁଛନ୍ତି ଯେମିତି ।


Rate this content
Log in