କରୋନା ଭ୍ୟାକସିନ
କରୋନା ଭ୍ୟାକସିନ


ଚାରିଆଡେ କରୋନା ର ତାଣ୍ଡବ ଲୀଲା ଚାଲିଥିଲା | ଅନେକ ଦେଶ କରୋନା ର ଭ୍ୟାକସିନ ପାଇଁ ଚେଷ୍ଟା ଚଳାଇଥିଲେ | ଭାରତରେ ବି ଅନେକ ସ୍ଥାନରେ ଗବେଷଣା ଚାଲିଥିଲା |
ବମ୍ବେ ର ଏକ ରିସର୍ଚ୍ଚ ଲାବରେ 5ଜଣ ବୈଜ୍ଞାନିକ ଦିନରାତି କାମରେ ଲାଗିଥିଲେ କରୋନା ର ଭ୍ୟାକସିନ ପାଇଁ | ସେ ଟିମ ର ଲିଡରଥିଲେ ଡାକ୍ତର ସମୀରା | ବାକି ଚାରିଜଣ ଥିଲେ ,ଡାକ୍ତର ଦୀନେଶ ,ଡାକ୍ତର ଶ୍ରୀତମ ,ଡାକ୍ତର ରାମୋଲା ଓ ଡାକ୍ତର ରାଓ | ସମୀରI ମାଡାମ ଏମାଙ୍କନଠାରୁ 5ବର୍ଷ ବଡ଼ଥିଲେ ହେଲେ କାହାର ବାହାଘର ହୋଇ ନ ଥିଲା | ବାକି ଡାକ୍ତରମାନେ ପ୍ରାୟ ଏକ ବୟସ ର ଥିଲେ ଓ ଭାରତର ବିଭିନ୍ନ ହସପିଟାଲରୁ ବଛା ହୋଇ ଆସିଥିଲେ | ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ବହୁତ ଜଲଦି କରୋନା ର ଭ୍ୟାକସିନ ବାହାର କରିବା | ଲାବ ପାଖରେ ତାଙ୍କର ରହିବାର ବ୍ୟବସ୍ଥା କରାଯାଇଥିଲା | ଡାକ୍ତର ସମୀରା ସମସ୍ତଙ୍କୁ ତାଙ୍କ ଅଫିସକୁ ଡାକିଲେ ଓ କେମିତି କାମକରିବାକୁ ହେବ ସମସ୍ତଙ୍କୁ ବୁଝାଇଲେ ଏକ ସ୍ଲାଇଡ ଦେଖାଇଲେ | ସମସ୍ତଙ୍କୁ ଅଲଗା ଅଲଗା କାମ ଦିଆଗଲା ଓ ପ୍ରତିଦିନ ସନ୍ଧ୍ୟାରେ ସମସ୍ତଙ୍କ ର ଗୃପ ଡିସ୍କସନ ହେବାର କଥା ରହିଲା | ତାପରେ ସମୀରI ମାଡାମ ସମସ୍ତଙ୍କୁ ଲାବ ବୁଲି ଦେଖIଇଲେ | ଲ୍ୟାବ ଆସିଷ୍ଟାଣ୍ଟ ମାନେ କେମିକାଲ ଓ କିଟ ସବୁ ସଜାଡି ରଖୁଥିଲେ | କରୋନା ଭାଇରସ ର ଜେନେଟିକ ମ୍ୟାଟେରିଆଲ ର ପ୍ୟାକ ଆସି ପହଁଚିଲା | ସମସ୍ତଙ୍କୁ ପ୍ରପର ପ୍ରୋଟେକ୍ସନ ସହିତ କାମ କରିବାକୁ ହେବ ବୋଲି ବୁଝାଇ କହିଲେ ସମୀରI ମାଡାମ |
ତାପରେ ସବୁଦିନ କାର୍ଯ୍ୟ ଚାଲିଲା ଲାବ ରେ | ମାଡାମ ବି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ କାମରେ | ସେ ସମସ୍ତଙ୍କ ପାଖରେ କିଛି ସମୟ ବସି ସବୁ ବୁଝୁଥିଲେ | ସବୁଦିନ ସନ୍ଧ୍ୟାରେ ଗ୍ରୁପ ଡିସ୍କସନ ହେଉଥିଲା |ଏମିତି 3ମାସ ବିତିଗଲାଣି ଡାକ୍ତର ଶ୍ରୀତମ ,ମାଡାମଙ୍କର ବହୁତ ଫେଭରାଇଟ ହୋଇଯାଇଛନ୍ତି | ଲାବରେ ବି ମାଡାମ ତାଙ୍କ ପାଖରେ ଅଧିକ ସମୟ ବସୁଛନ୍ତି | ଚାରି ମାସ ପରେ ମୂଷାଙ୍କ ଉପରେ ଭ୍ୟାକସିନ ପ୍ରୟୋଗ କରାଗଲା | ମାଡାମ ବହୁତ ଖୁସି , ସମସ୍ତଙ୍କୁ ଜଣଜଣ କରି କଙ୍ଗରାଚୁଲେଟ କଲେ | 15 ଦିନ ପରେ ରେଜଲଟ ଆସିଲା ମୁଷାଙ୍କ ଦେହରେ ଭାଇରସ ର ଆଣ୍ଟିବଡ଼ି ତିଆରି ହୋଇଥିଲା ହେଲେ 10ଟାରୁ ଗୋଟେ ମୁଷାର ଟେମ୍ପରଚର ବଢି ଯାଇଥିଲା ଓ ସେ ଉଠିପାରୁ ନଥିଲା |ତା ପରେ ଲୋକଙ୍କ ଉପରେ ପରୀକ୍ଷା କରିବାର କଥା | ମାଡାମ ଭ୍ୟାକସିନ ର ହ୍ୟୁମାନ ଟ୍ରାଏଲ ପାଇଁ ପରିମିସନ ମାଗିଲେ | ଭ୍ୟାକସିନ ପ୍ରୟୋଗ ସଫଳ ହେଲା ବୋଲି ମାଡାମ ବହୁତ ଖୁସି ଥିଲେ ଓ ଶ୍ରୀତମ ଙ୍କୁ ପାଖକୁ ଡIକି ତାଙ୍କର ବହୁତ ତାରିଫ କଲେ ଓ ତାଙ୍କୁ ବହୁତ ଭଲପାଆନ୍ତି ବୋଲି କହିଲେ | ଶ୍ରୀତମ ଥାଙ୍କ ୟୁ ମାମ ସୋ କIଇଂଡ ଅଫ ୟୁ କହିଲେ ଓ ସେଠୁ ଚାଲି ଆସିଲେ | ଭ୍ୟାକସିନ ର ହ୍ୟୁମାନ ଟ୍ରାଏଲ ପାଇଁ ପରିମିସନ ଆସିବାକୁ ଲେଟ ହେଲା| ଦିନେ ମାଡାମ ଲାବରେ ନିଜ ଉପରେ ଭ୍ୟାକସିନ ଟ୍ରାଏଲ କରିଦେଲେ | ତାଙ୍କୁ ଭୀଷଣ ଜ୍ଜର ଆସିଲା ଓ ସେ ଵସୁ ବସୁ ପଡିଗଲେ | ତାଙ୍କୁ ହସ୍ପିଟାଲ କୁ ସିଫ୍ଟ କରାଗଲା ଓ ଆଇଶୋଲେସନ ରେ ରଖାଗଲା | ପୁରା ଟିମ ଚିନ୍ତାରେ ପଡିଗଲେ | ପ୍ରୋଜେକ୍ଟ ଡାଇରେକ୍ଟର ଆସି ପହଁଚିଲେ | ସେ ରାତିରେ ଜ୍ଵର ଅଧିକ ହେବାରୁ ବାଉଳି ହେଉଥିଲେ ଓ ଡାକ୍ତର ଶ୍ରୀତମ ଙ୍କୁ ଖୋଜୁଥିଲେ | 2ଦିନ ପରେ ମାଡାମଙ୍କର ଜ୍ୱର ଛାଡିଗଲା ଓ ସେନ୍ସ ଆସିଲା | ସେ ସମସ୍ତଙ୍କୁ ଖୋଜିଲେ ପୁରା ଟିମ ତାଙ୍କ ପାଖରେ ପହଁଚିଲା | ଟିମ୍କୁ ଦେଖି ମାଡାମ ଖୁସିରେ ବେଡ଼ ଉପରେ ଉଠି ବସିଲେ ଓ କହିଲେ ମୁଁ ଠିକ ଅଛି | ସେ ସମସ୍ତଙ୍କୁ କହିଲେ ପ୍ଲିଜ କଲେକ୍ଟ ବ୍ଲଡ଼ ଆଣ୍ଡ ଟେଷ୍ଟ | ତା ପରଦିନ ମାଡାମ ଙ୍କର ବ୍ଲଡ଼ ନେଇ ଟେଷ୍ଟ କରା ଗଲା ଓ ତାଙ୍କ ବଡ଼ିରେ ଆଣ୍ଟିବଡ଼ି ତିଆରି ହୋଇଥିଲା | ମାଡାମ ୭ ରିପୋର୍ଟ ଦେଖି ବହୁତ ଖୁସିହେଲେ ଓ ସେହିଦିନ ସନ୍ଧ୍ୟାରେ ନିଜ ଘରକୁ ଫେରିଲେ | ତା ପରଦିନ ଘରେ ତାଙ୍କୁ ମିଶିବାକୁ ତାଙ୍କ ଟିମ ଗଲା ଓ ଘରେ ସବୁ ବିଷୟରେ ଡିସ୍କସନ କଲେ | ତାଙ୍କୁ ଟିକେ ଉଇକ ଲାଗୁଥିଲା କିନ୍ତୁ ସେ ଖୁସିଥିଲେ | ଡ଼ାଇରେକ୍ଟର ତାଙ୍କୁ ଫୋନ କରି କହିଲେ ଯେ ହ୍ୟୁମାନ ଟ୍ରାଏଲ ପାଇଁ ପରିମିସନ ଆସିଗଲା କଙ୍ଗ୍ରାଚୂଲେସନ ଟୁ ୟୁ ଆଣ୍ଡ ୟୁଅର ଟିମ |