Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

kamal kumar dash

Children Stories Inspirational


3  

kamal kumar dash

Children Stories Inspirational


କଣ୍ଢେଇ

କଣ୍ଢେଇ

2 mins 187 2 mins 187


  ଆମେ ନୂଆ ଫ୍ଲାଟକୁ ଆସିଲା ପରେ ପୁରୁଣା ଲୁଗା ପଟା ଚାଦର ଇତ୍ୟାଦି ଘରର ଗୋଟେ ଥାକ ମାଡି ବସିଥିଲା ଓ ତା ପାଖରେ ଥିଲା ରାଜାର ପିଲା ଦିନର କିଛି କଣ୍ଢେଇ | କିଛିଦିନ ପରେ ଅନାଥ ଆଶ୍ରମରୁ କିଛି ଲୋକ ସାହାଯ୍ୟ ମାଗିବା ପାଇଁ ଆସିଲେ | ମୁଁ ଶ୍ରୀମତୀଙ୍କୁ କହିଲି ଥାକରେ ଥିବ| ପୁରୁଣା ଲୁଗା ଓ ଚାଦର ସବୁକୁ ତାଙ୍କୁ ଦେବାପାଇଁ | ସେ ଗୋଟେ ବ୍ୟାଗରେ ସବୁ ଭର୍ତ୍ତି କଲା ଓ ତା ଉପରେ ରାଜାର ଗୋଟେ କଣ୍ଢେଇ ରଖିଦେଲା | ସେ କଣ୍ଢେଇର ଖାଲି ମୁହଁଟl ଦେଖାଯାଉଥିଲା ଜରି ବାହାରକୁ | ସେଇଟା ଥିଲା ରାଜାର ଛୋଟ ଦିନର ସାଥି ,ସେ ତା ସହିତ ଖେଳୁଥିଲା ତାକୁ ବାଡ଼lଉଥିଲା ଓ ତା ମମି ଭଳି ତାକୁ ବହୁତ ବୁଝାଉଥିଲା ମଧ୍ୟ | ସେମାନେ ମୁହଁକୁ ମୁହଁ ଲଗାଇ କଥା ହେଲା ବେଳେ ତା ମମି କହୁଥିଲା ଦେଖିଲ ଦିଜଣଙ୍କ ମୁହଁ ଏକl ଭଳି ଦେଖା ଯାଉଛି | ପରୀକ୍ଷାରେ କମ ନମ୍ବର ଥିଲେ ତାକୁ କହୁଥିଲା ଜାଣିଲୁ ଲାଲୁ , ଆଜି ଟିକେ ନମ୍ବର କମ ଅଛି ମମି ରାଗିବ ଓ ମାରିବ | ମମି ରାଗିଲା ପରେ ସେ ନଖାଇ ଲାଲୁକୁ ଧରି ଶୋଇଯାଉଥିଲା | ପିଲା ଦିନେ ଲାଲୁ ତାର ସୁଖ ଦୁଃଖର ସାଥିଥିଲା, ତା ଚକଲେଟରୁ ବି ଟିକେ ଲାଲୁକୁ ଦେଉଥିଲା | ସେ ବଡ଼ ହେଲା ପରେ ଲାଲୁକୁ ତା ପଢା ସେଲ୍ଫର ଉପରେ ରଖିଥିଲା ଓ ବେଳେ ବେଳେ ତା ସାଥିରେ କଥା ହେଉଥିଲା | ରାଜ ବାହାରେ ହଷ୍ଟେଲରେ ରହି ପଢିଲା, କେବେ ଘରକୁ ଆସିଲେ ତା ପଢା ଘରେ କିଛି ସମୟ ଲlଲୁକୁ ଚାହିଁ ରହୁଥିଲା ଓ କଣ କହୁଥିଲା | 

     ଲlଲୁର ନିରୀହ ମୁହଁଟା ବହୁତ ଦୁଃଖୀ ଦେଖାଯାଉଥିଲା ଆଜି ସେ ଜରି ବ୍ୟାଗ ଭିତରେ, ସତେ ଯେମିତି ସେ କହୁଥିଲା ମୁଁ ପୁରୁଣା ହୋଇଗଲି ବୋଲି ମୋତେ ଘରୁ ବାହାର କରିଦେଉଛ ? ଲlଲୁର ଶେଷ ଫଟ ଉଠେଇ ମୁଁ ରାଜା ପାଖକୁ ପଠେଇଦେଲି କିଛି ସମୟ ପରେ ସେ ରିଂ କଲା ଓ କହିଲା ମମି ମୋ ଲlଲୁକୁ କାହାକୁ ଦେବୁନି ? ତାକୁ ମୋ ବହି ଅlଲମାରୀରେ ରଖିଦେ | ଅନାଥ ଆଶ୍ରମ ଲୋକମାନେ ଦୁଆର ପାଖରେ ଥିଲେ, ତାଙ୍କୁ ବ୍ୟାଗ ଦେବାଆଗରୁ ଲlଲୁକୁ କାଢି ରାଜା ଟେବୁଲ ଉପରେ ରଖାଗଲା ଓ ଭିଡି଼ଓ କଲରେ ରାଜା କଥାହେଲା ତା ମମି ଓ ଲାଲୁ ସାଥିରେ ଓ ତା ଆଖିରୁ ସ୍ପଷ୍ଟ ବାରି ହୋଇପଡୁଥିଲା ଲାଲୁ ପ୍ରତି ତାର ସ୍ନେହ ଓ ଭଲପାଇବା |



Rate this content
Log in