STORYMIRROR

kamal kumar dash

Others

3  

kamal kumar dash

Others

କଙ୍ଗାରୁ

କଙ୍ଗାରୁ

1 min
703



ଜୋରରେ ବର୍ଷ। ହେଉଥାଏ । ରାଜାର ସ୍କୁଲ ରିକ୍ସା ଵାଲା ଆସିବନି ବୋଲି କହିଲା । ବେଳ 2ଟା ହେଲାଣି ,ମୁଁ ରାଜ।କୁ ଆଣିବାକୁ ବାହାରିଲି ତା ସ୍କୁଲ୍କୁ ।

ସ୍କୁଲ୍କୁ ଯାଇ ଦେଖିଲି ସ୍କୁଲ ଛୁଟି ହେଲାଣି ହେଲେ କେତେଜଣ ପିଲା ଯାଇନାହାନ୍ତି । ମିସଙ୍କୁ ଘେରି ବସି ଗପ ଶୁଣୁଛନ୍ତି । ମତେ ଦେଖି ମିସ ଉଠି ଆସି ନମସ୍କାର କଲେ ଓ ମୁଁ ପ୍ରତିନମସ୍କାର କରି ରାଜା କୁ ଛାଡିବାକୁ କହିଲି । ମିସ କହିଲା ପରେ ରାଜା ଉଠିକି ଆସିଲା । ହେଲେ ସେ ତାର ରେନ କୋଟ କି ଛତା ନେଇ ନଥିଲା ।


କିଛି ସମୟ ଚିନ୍ତା କଲା ପରେ ମୋ ବଡ଼ ରେନ କୋଟ ର ଆଗ ଚେନ ଟା ଖୋଲିଦେଲି ଓ ରାଜlକୁ ସ୍କୁଟର ଆଗରେ ଠିଆ କରି ତା ଭିତରେ ପୁରାଇଦେଲି ।ସେ ରେଂକୋଟର ଜିପ୍କୁ ତା ହାତରେ ଭିଡି ଧରିଲା,ଯାହାଫଳରେ ତା ଉପରେ ପାଣି ପଡ଼ିଲାନି । ମୋ କୋର୍ଟର କ୍ୟାପ ତାକୁ ଦେଇଦେଲି କାରଣ ମୁଁ ହେଲ୍ମେଟ ପିନ୍ଧି ଥିଲି । ସେ ମୋ କୋଟ୍ ଘୋଡ଼ିହୋଇ ଓ କ୍ୟାପ ପିନ୍ଧି ସ୍କୁଟର ଆଗରେ ଠିଆ ହୋଇଗଲା । ତା ମୁହଁ ଟି ଖାଲି ଦେଖାଗଲା କଙ୍ଗାରୁ ଛୁଆ ଭଳି । ତାଙ୍କ ମିସ ତାକୁ ହସି ହସି କଙ୍ଗାରୁ ଡାକିଲେ ଓ ବାଏ କହିଲେ । ସେ ଦିନରୁ ରାଜiକୁ ତାଙ୍କ ସ୍କୁଲ୍ ରେ ସବୁ ପିଲା କଙ୍ଗାରୁ ଡାକିଲେ । 


Rate this content
Log in