Prasant Kumar Senapati

Others

4  

Prasant Kumar Senapati

Others

କିଛି ସ୍ମୃତି କିଛି ଅନୁଭୂତି

କିଛି ସ୍ମୃତି କିଛି ଅନୁଭୂତି

2 mins
14.1K


 

ମୁଁ ଚେନ୍ନାଇରେ ରହେ । ମୁଁ ରହୁଥିବା ଘର ନିକଟରେ ଏକ ତେଜରାତି ଦୋକାନ ଅଛି । ସେ ଦୋକାନି ବହୁତ କଞ୍ଜୁସ ଥିଲା । ଯଦି ଏକ କିଗ୍ରା ଚାଉଳ ଆଣିବାକୁ ଯିବ ସମାନ ଏକ କିଗ୍ରା ଦେବ । ଭୁଲ୍ ରେ ଯଦି ଦୁଇ ଗ୍ରାମ ଅଧିକ ହୋଇଯାଏ, ସେ ଦୁଇ ଗ୍ରାମକୁ ବି କାଢି ରଖିନେବ । ଦିନେ ମୁଁ ପାଞ୍ଚ କେଜି ଚାଉଳ ଆଣିବାକୁ ଗଲି । ପାଞ୍ଚ କେଜି ଚାଉଳର ଦାମ୍ ଦେବାକୁ ଯାଇ ଏକ ପାଞ୍ଚଶହ ଟଙ୍କାର ନୋଟ୍ ବଢାଇଲି । ସେ ପାଞ୍ଚ କେଜି ଚାଉଳର ମୁଲ୍ୟ ରଖିବା ପରେ ଭୁଲ୍ ରେ ସତୁରି ଟଙ୍କା ଅଧିକ ଫେରାଇ ଦେଲେ । ମୁଁ ସତୁରି ଟଙ୍କା ଅଧିକ ପାଇ କିଛି ସମୟ ଚିନ୍ତା କଲି ଓ ପରେ ଚୁପଚାପ୍ ପକେଟରେ ରଖି ଫେରି ଆସିଲି । ମନେ ମନେ ବହୁତ ଖୁସି ହେଉଥିଲି କଞ୍ଜୁସ୍ ଆଜି ପାନେ ପାଇଛି । ମୁଁ ଘରକୁ ଫେରି ରୋଷେଇ ଆରମ୍ଭ କଲି । ଭାତ ବସାଇ ଦେଇ ବସୁ ବସୁ ମୋତେ ନିଦ ଆସିଗଲା ଓ ମୁଁ ଶୋଇ ପଡିଲି । ବହୁତ ସମୟ ପରେ ମୋ ନିଦ ଭାଙ୍ଗିବାରୁ କିଛି ପୋଡା ପୋଡା ବାସ୍ନା ହେଲା । ଏହା ଭିତରେ ମୁଁ ଦୁଇଘଣ୍ଟା ଶୋଇ ପଡିଥିଲି । ଏହି ଦୁଇ ଘଣ୍ଟା ଭିତରେ ଭାତ ପୋଡି ହାଣ୍ଡି ବି ପୋଡିଲାଣି । ହଠାତ୍ ମୋ ମନକୁ ଆସିଲା ଏହା ସତୁରି ଟଙ୍କି ଠକି ଆଣିବାର ପରିଣାମ ।

ଏ ଘଟଣାର କିଛିଦିନ ବିତିଗଲା । ଦିନେ ମୁଁ ହୋଟେଲକୁ ଏଗ୍ ରୋଲ ଆଣିବା ପାଇଁ ଗଲି । ସେ ଦୋକାନି ବି ସେଦିନ ମୋତେ ତିରିଶି ଟଙ୍କା ଅଧିକ ଦେଲା । ମୁଁ ମନେ ମନେ ଭାବିଲି ଆଜି ଆଉଥରେ ପରିକ୍ଷ୍ୟା କରିବି କଣ ହେଉଛି ? ସେଦିନ ସତୁରି ଟଙ୍କା ନେଇ ଆସିଥିଲି ଯେ ମୋର ତିନିଶହ ଟଙ୍କା କ୍ଷତି ହେଲା । ଆଜି ଆଉଥରେ ପରିକ୍ଷ୍ୟା କରିନେବା, ସତ କୁ ସତ ଭଗବାନ ମୋତେ ଦେଖୁଛନ୍ତି କି ନାହିଁ ? ମୁଁ ଏଗ୍ ରୋଲ ଓ ପଇସା ନେଇ ଫେରି ଆସିଲି । ଆଶ୍ଚର୍ଯ୍ୟର କଥା ଯେ ରାସ୍ତାରେ ମୋ ହାତରୁ ଏଗ୍ ରୋଲ ପ୍ୟାକେଟ୍ ଟି ଖସି ପଡିଲା । ଘରେ ପହଞ୍ଚି ବଞ୍ଚିଥିବା ରୋଲକୁ ଖାଇବା ପାଇଁ ପାଣି ଆଣି ଟେବୁଲ ପାଖରେ ବସିଲି । ଯେତେବେଳେ ପାଣି ପିଇବା ପାଇଁ କାଚ ଗ୍ଲାସଟି ଉଠାଇଲି, ହଠାତ୍ ହାତରୁ ଗ୍ଲାସଟି ଖସି ପଡି ଭାଙ୍ଗିଗଲା । ହିସାବ କରି ଦେଖିଲି ମୋର ପଚାଶ ଟଙ୍କା କ୍ଷତି ହୋଇ ସାରିଛି । ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ।

ଗତକାଲି ରିଲିୟାନ୍ସ ଦୋକାନି ଯେତେବେଳେ ମୋତେ ପଚାଶ ଟଙ୍କା ଅଧିକ ଦେଲେ, ମୁଁ ମୋ ସାଙ୍ଗକୁ ପଚାରିଲି ଫେରାଇ ଦେବା ନା ଆଉଥରେ ପରିକ୍ଷ୍ୟା କରିବା ? ମୋ ସାଙ୍ଗ ମନା କରିବାରୁ ମୁଁ ପଇସା ଫେରାଇ ଦେଲି । ବାହାରକୁ ଆସିବା ପରେ ମୋ ସାଙ୍ଗ ମଜ୍ଜା କରିବାକୁ ଯାଇ କହିଲା ଆଉଥରେ ପରିକ୍ଷ୍ୟା କରିଥିଲେ ଭଲ ହୋଇଥାନ୍ତା । ଏତିକି ମୋ ସାଙ୍ଗ ମୁହଁରୁ ବାହାରିଛି କି ନାହିଁ, ଏକ ପଥରରେ ଝୁଣ୍ଟି ହୋଇ ସେ ତଳେ ପଡିଗଲା ଓ ତାର ପାଦରୁ ରକ୍ତ ଝରୁଥିଲା । ମୁଁ ଚିନ୍ତାରେ ପଡିଗଲି, ତେବେ ସତ କୁ ସତ କଣ ଭଗବାନ ଆମକୁ ଦେଖୁଛନ୍ତି ?


Rate this content
Log in