ଖେଳ
ଖେଳ
ପଞ୍ଚମ ଶ୍ରେଣୀ ରେ ପଢେ ରୁଦ୍ର । ଦିନି କ୍ରିକେଟ ଖେଳେ । ପଢାପଢି ରେ ମନ ନାହିଁ ।ଶ୍ରେଣୀରେ ପ୍ରଶ୍ନ ପଚାରିଲେ ଉତ୍ତର ଦିଏନାହିଁ । ବହି ପଢିଲେ ନିଦ ଆସେ ।ଦିନେ ତାର ମା ମତେ ଭେଟିଲେ । ପୁଅର ପାଠପଢା ବିଷୟରେ ପଚାରିଲେ । ତାଙ୍କ ମା ପୁଅ ପଢ଼ିବା ବିଷୟକୁ ନେଇ ଭାଙ୍ଗି ପଡିଥିବାର ଅନୁମାନ କଲି । ତାଙ୍କର ଅଭିଯୋଗ ରୁଦ୍ର ସଦାବେଳେ କ୍ରିକେଟ ଖେଳୁଛି, ମୋଟେ ବହି ଦେଖୁନାହିଁ ।ମା ଙ୍କ ଅଭିଯୋଗ ରୁଦ୍ର ପାଖରେ ଥାଇ ଶୁଣୁଥାଏ । ଶିକ୍ଷକଙ୍କ ଆଗରେ ମାଙ୍କ ଅଭିଯୋଗ ରୁଦ୍ର ଝାଉଁଳି ପଡୁଥିଲା । ରୁଦ୍ର ଜଣେ ଶାନ୍ତ ପିଲା ମୋର ଆଶା ସେ ନିଶ୍ଚୟ ପଢିବ ,କେବଳ ତାର ପାଠପଢା ଆଗ୍ରହ ପ୍ରତି ଧ୍ୟାନ ଦେବାର ଅଛି ।
ରୁଦ୍ରକୁ ପଚାରିଲି । ତୁମେ କୁହତ କ୍ରିକେଟ ଖେଳ ବିଷୟ ରେ । ରୁଦ୍ର ଖେଳର ସମସ୍ତ ବିବରଣୀ ପ୍ରଦାନ କଲେ ଯାହା ମତେ ଅଜଣା ଥିଲା । ଅଲମ୍ପିକ ଖେଳ ବିଷୟରେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ । ମୁଁ ପଚାରିଲି ଲୁଡୁ ତୁମେ ଖେଳ, ରୁଦ୍ର କହିଲା ହଁ ଖେଳେ କିନ୍ତୁ ବସି ରହି ଖେଳିବାକୁ ସେତେ ଆଗ୍ରହ ନଥାଏ । ତେବେ ତୁମ ମା ଙ୍କ ଅଭିଯୋଗ ପାଇଁ ତୁମେ କଣ ମୋ କଥାରେ ରାଜି ହେବ ରୁଦ୍ର ମୁଣ୍ଡହଲେଇ ସମ୍ମତି ଜଣେଇଲ। ସେଦିନ ଶ୍ରେଣୀ ପରୀକ୍ଷାରେ ରୁଦ୍ର ଭଲ କଲା । ପିଲାଟି ମାଆଙ୍କୁ କହିଲା ପରୀକ୍ଷାରେ ମୁଁ ପ୍ରଥମ ହୋଇଛି । ମା ଖୁସି ହେଲେ ।
