Akshayakumar Dash

Others

3  

Akshayakumar Dash

Others

କଦମ୍ବ କୁ ଫାଶୀ

କଦମ୍ବ କୁ ଫାଶୀ

2 mins
267


ଜାତୀୟରାଜପଥ ସମ୍ପ୍ରସାରଣ ହେବ । ସରକାରୀ ଅମିନ ଆସି ମାପିଚୁପ କଲା । ବିଚରା କଦମ୍ବ ଗଛ ବଳିପଡ଼ିଲା । ରାଜ ପଥ କଡରେ କଦମ୍ବ ଗଛ ଟିଏ । ପାଖରେ ବସଷ୍ଟାଣ୍ଡ । ଲୋକେ ତାର ମୂଳରେ ବସିପଡନ୍ତି । ତାର ପ୍ରସାରିତ ହସ୍ତପରି ଛାଇରେ ବସି ନିଦାଘର ରୁଦ୍ରତାପ ଦାଉରୁ ଆରାମ ପାଆନ୍ତି । ଚିହ୍ନ । କି ଅଚିହ୍ନା ସମସ୍ତଙ୍କୁ ସେ ତାର କୋଳରେ ବସାଏ । କିଏ କେତେ ମାନି, ଜ୍ଞାନୀ ,ଧନୀ,ତାହାକୁ ବିଚାର ନକରି କାହାକୁ କେବେ ହତାଦର କରିନାହିଁ ପୁଣି ସମସ୍ତଂକୁ ବନ୍ଧୁତ୍ୱର ହାତ ବାଡେଇ ରଖିଥାଏ । କେଉଁ ବେଳରେ ତାର ଜନ୍ମ କେବଳ ଦେବା ଜାଣିଛି । ଶ୍ରାବଣ ଆସିଲେ ଟିପି ଟିପି ବରଷାରେ ଭିଜି ରାଗେନି ଗାଇଛି । ତାଦେହର ଯୌବନକୁ ତୋଳିଦେଇଛି ଭାବୁକ କବିମାନଙ୍କ ପାଇଁ । ଫୁଟି ମହକୁଛି ଦେଶ ଦୁନିଆଁ । ପୁରାଣର କଥାକୁ ମନେପକାଇ କୃଷ୍ଟକଂ ରାସକ୍ରୀଡା ଗୋପିଙ୍କ ସାଙ୍ଗରେ କଦମ୍ବ ବଣରେ କୁଆଡେ ହେଉଥିଲା । ଗୋପୀମାଙ୍କ ବସନଙ୍କୁ କୃଷ୍ଣ ଚୋରୀକରି କଦମ୍ବ ଡାଇରେ ରଖିଥିଲେ । କଦମ୍ବ କୁ ମନେପକାଇଲେ ପ୍ରେମର ନିଶା ଲାଗେ । ଏବେ ବି ସେଇ କଦମ୍ବ ପ୍ରେମର ବାର୍ତା ଜଣାଉଛି । ଆବାଳ ବୃଦ୍ଧ ବନିତା କଦମ୍ବମୂଳକୁ ଆସିଲେ ପ୍ରେମିକା ପରି ଆଦରିନିଏ । ରାଧାକୁ ଯେମିତି ଦୃଷ୍ଟିରେ ଦେଖେ କୃଷ୍ଟ । କବି କଂ ଦୃଷ୍ଟିରେ ବର୍ଷା ଋତୁରେ କଦମ୍ବପୁଷ୍ପ କୁ ଗୁରୁତ୍ୱ ଦିଆଯାଇଛି ବାର ମାସକ ଖରାବର୍ଷ । କୁ ସହି ପଡିରହିଛି କଦମ୍ବ । ଦେଉଛି ପ୍ରେମ ।

ଇନ୍ଦୁ ପୁନେଇ ସକାଳୁ ସକାଳୁ କା ମୁହଁ ଚାହିଁଥିଲା , ଓଟ ପରି ଥୋଡି ଲମ୍ବଇ ଧାଇଁଆସିଲା ସେ ଦ୍ରୋଜର ମେସିନଟା । ଛେଇ ପକେଇଲା ତାର ଡାଇକୁ । ଖଣ୍ଡଖଣ୍ଡ କରି କାଟିପକେଇଲା ତାକୁ । ନିମିଶକ ଭିତରେ ମାଟିକାମୁଡି ଲୋଟିଗଲା ଭୁଇଁରେ । ହଟିଗଲା ତାର ବଳ ।

କେତେକ ପ୍ରେମିକ ତାକୁ ଭଲପାଉଥିଲେ ଦେଖି ଆସିଲେ ତାର ମଲାମୁଦ୍ରାର ଦେହକୁ । ଲୋଭରେ ବୋହିନେଲେ ଗଣ୍ଡିକୁ । ବଂଚିବା ଭିତରେ ମରିଯିବା ପରେ ବି ଦରକାର ଏହି ବୃକ୍ଷଦେବତାକୁଁ ।



Rate this content
Log in