ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

କାହାକୁ କହିବନି (ତୃତୀୟ ଭାଗ)

କାହାକୁ କହିବନି (ତୃତୀୟ ଭାଗ)

4 mins
400



ସେ ଝିଅଟିର ଫୋନ୍ ରେ କଥାବାର୍ତ୍ତା ଖୁବ୍ ଆକର୍ଷଣୀୟ l ତା' ସ୍ୱର ସହିତ ସବୁ ଶବ୍ଦ ମାନେ ଯେ କୌଣସି ବ୍ୟକ୍ତିକୁ ବିମୋହିତ କରିଦେବ l ତେଣୁ ଠକାମି କରୁଥିବା ଲୋକମାନେ ଖୁବ୍ ମୋଟା ଅଙ୍କର ଦରମା ଦେଇ ସେଇଭଳି ଝିଅ ମାନଙ୍କ ଦ୍ୱାରା ଗରାଖ ମାନଙ୍କୁ ହନି ଟ୍ରାପ୍ କରିଥାନ୍ତି l 


କିଛି ଦୂରଦୃଷ୍ଟି ଥିବା ଲୋକ ସେଇ ଫୋନ୍ କଲ୍ ପାଖରୁ ହିଁ ନିଜକୁ ଦୂରେଇ ନିଅନ୍ତି ତ ଆଉ କିଛି ଲୋକ ସେଇ ବିଦେଶ ଭ୍ରମଣର ଅଫର୍ ପାଇ ରାତି ଦିନ ସ୍ୱପ୍ନ ଦେଖି ତାଙ୍କୁ ଡକାଯାଇଥିବା ସ୍ଥାନରେ ସସ୍ତ୍ରୀକ ଯାଇ ପହଞ୍ଚି ଯାଆନ୍ତି l ଅର୍ଥାତ୍ ସେଇ ଠକ ମାନଙ୍କ ଦ୍ୱାରା ବସା ଯାଇଥିବା ଯନ୍ତାର ଆଁ ରେ ପଡିବା ପାଇଁ l 


ମୋର ଜଣେ ଦୂରସମ୍ପର୍କୀୟ ଭାଇ ଏମିତି ଏକ ଫୋନ୍ କଲ୍ ପାଇ ଖୁବ୍ ଖୁସିରେ ସେଇ ତୋଷାଳି ସାଣ୍ତ୍ସ୍ ରେ ତାଙ୍କ ସ୍ତ୍ରୀଙ୍କୁ ବାଇକ୍ ରେ ଧରି ଯାଇ ପହଞ୍ଚିଗଲେ l ସେ ଭାଇ ଜଣଙ୍କ ବହିୁତ ଶିକ୍ଷିତ ଓ ଚାଲାକ୍ ମଧ୍ୟ l କିନ୍ତୁ ଏମିତି ବେଦେଶ ଭ୍ରମଣ ଖୁବ୍ କମ୍ ପଇସାରେ ଭାଗ୍ୟରେ ଥିଲେ ମିଳେ ଚିନ୍ତା କରି ସେଇଥିରେ ମସଗୁଲ୍ ହୋଇ ବାଇକ୍ ରେ ତେଲ ପୋଡି ସେଇ ଠକ ମାନଙ୍କ ଦ୍ୱରା ରଚା ଯାଇଥିବା ଠକାମିର ଚକ୍ରବ୍ଯୁହ ଆଡକୁ ମୁହାଁଇ ଚାଲିଲେ l 


ଏମିତି ସବୁ ଅଫର୍ ବା ସ୍କିମ୍ ରୁ ଲାଭ ଉଠାଉଥିବା ଲୋକ ମାନଙ୍କ ମଧ୍ୟରୁ ଯେଉଁମାନେ ମୋ ଚିହ୍ନା ତାଙ୍କଠାରୁ ଟିକିନିକି କରି ସବୁକଥା ମୁଁ ବୁଝେ l ସେଦିନ ଯେଉଁ ଭାଇ ଯାଇଥିଲେ ସେ ଫେରିବା ପରେ ତାଙ୍କର ଆଉ ପୂର୍ବର ସେଇ ଖୁସି କିଛି ନଥିଲା l ତାଙ୍କୁ ପଚାରି ସବୁକଥା ବୁଝିବା ବେଳକୁ ଘଟଣା ଏମିତି ବୋଲି ଜଣା ପଡିଲା -


ଏମାନେ ଯାଇ ସେଠି ପହଞ୍ଚିଯିବା ପରେ ତାଙ୍କୁ ସେଇ ଠକ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଲୋକମାନେ ତୋଷାଳି ସ୍ୟାଣ୍ତ୍ସ୍ ହୋଟେଲ୍ ଭିତରକୁ ସସମ୍ମାନେ ପାଛୋଟି ନେଲେ l ଏକଥା ନିଶ୍ଚିତ ସେଇ ଠକ ମାନଙ୍କ ଭିତରୁ କିଛି ହୋଟେଲ୍ ସାମ୍ନାରେ ରହି ଠକାମିରେ ପଡିବାକୁ ଅସୁଥିବା ଗରାଖ ମାନଙ୍କୁ ପରଖୁଥିବେ l ଅର୍ଥତ୍ କିଏ ବସ୍ ରୁ ଓଲ୍ହାଇଲା କି କେଉଁମାନେ ବାଇକ୍ ରେ ଅସିଲେ ତ ଆଉ କେଉଁମାନେ କାର୍ ରେ ଆସିଲେ l କାର୍ ରେ ଆସୁଥିବା ଲୋକ ମାନଙ୍କ ଭିତରୁ କେଉଁମାନେ ଭଡାରେ କାର୍ ଆଣିଛନ୍ତି ତ ଆଉ କେଉଁମାନେ ପ୍ରାଇଭେଟ୍ ନମ୍ୱରଥିବା ଗାଡିରେ ଆସିଛନ୍ତି l ସବୁ କଥା ଟିକିନିକି କରି ଦେଖି ସେଇଥିରୁ ହିଁ କାହାକୁ କେତେ ମାତ୍ରାରେ ଠକିହେବ ଫାଇନାଲ୍ କରିଥାନ୍ତି l


ଦିନ ୧୧ଟା ରେ ପହଞ୍ଚିବା ପରେ ତାଙ୍କୁ ହୋଟେଲ୍ ଭିତରେ ନେଇ ବସାଇ ଦିଆଗଲା l ୟାଙ୍କ ପରି ଆହୁରି ଅନେକ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଯୋଡି ଯୋଡି କରି ବିଭିନ୍ନ ଟେବୁଲ୍ ମାନଙ୍କରେ ବସାଇଥାନ୍ତି l ପ୍ରତି ଟେବୁଲ୍ ନିକଟରେ କେବଳ ତିନିଟା କରି ଚେୟାର୍ ପଡିଥାଏ l କହିବା ବାହୁଲ୍ୟ ଯେ ଦୁଇଟି ଚେୟାର୍ ଠକାମିର ଶିକାର ହେବାକୁ ଆସିଥିବା ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ତୃତୀୟ ଚେୟାରଟି ଜଣେ ଖୁବ୍ କୁହାଳିଆ ଠକ ପାଇଁ ନିର୍ଦ୍ଦିଷ୍ଟ ଥିଲା l ସେ ଏମିତି ଢଙ୍ଗରେ ବୁଝାଇବ ଯେ ସେଇ ଯନ୍ତାରୁ ଖସିବା ଖୁବ୍ କଷ୍ଟ l 


ଏମାନେ ସେଠି ବସିବା ପରେ ଜଣେ ସୁନ୍ଦରୀ ଝିଅ ଅଣି ଥଣ୍ଡା ପାଣି ଦୁଇ ଗ୍ଲାସ୍ ଥୋଇଦେଲା l ଅଳ୍ପ ଅଳ୍ପ ଲାଇଟ୍ ଆଉ ଖୁବ୍ ଚାକଚକ୍ଯ ପରିବେଶ ସମସ୍ତ ସ୍ୱାମୀ ସ୍ତ୍ରୀ ଯୋଡିଙ୍କୁ ଖୁବ୍ ରୋମାଞ୍ଚିତ କରୁଥିବ ନିଶ୍ଚିତ l ସେଇଭଳି ସିଚୁଏସନ ସୃଷ୍ଟି କରି ଏ ଠକ ଗୁଡାକ ଖୁବ୍ ସହଜ ଢଙ୍ଗରେ ଲୋକ ମାନଙ୍କୁ ଲୁଟିଥାନ୍ତି l କୁହାଳିଆ ଠକ ୟାଙ୍କ ଟେବୁଲ୍ ପାଖକୁ ଆସିବା ପରେ ପରେ ହିଁ ଦୁଇ କପ୍ କଫି ସହ ଚାରିପଟ ବିସ୍କୁଟ୍ ସେଇ ସୁନ୍ଦରୀ ଝିଅଟି ଆଣି ସର୍ଭ କଲା l କୁହାଳିଆ ଠକ ସେଇ ଅଳ୍ପ ଆଲୁଅରେ କାଗଜ କଲମରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ନାମ ସହ ସମସ୍ତ ଠିକଣା ଆଉ କଣ କରୁଛନ୍ତି ଇତ୍ୟାଦି ଲେଖିବା ସହିତ ସିଙ୍ଗପୁର କେବେ ଯିବାକୁ ହେବ, ତାଙ୍କ ତରଫରୁ ସେଠି ହୋଟେଲ୍ ରେ ମାଗଣାରେ କେମିତି ରୁମ୍ ଯୋଗାଇ ଦିଆଯିବ, ବହୁତ ଲୋକ ହୋଇ ଗଲେଣି ଆଉ ମାତ୍ର ୪ ଜଣଙ୍କ ପରେ ଏ ସୁବିଧାକୁ ପୂର୍ଣ୍ଣଛେଦ୍ ପକାଇଦିଆଯିବ l ସେଠି ଖାଇବା ପିଇବା ଖୁବ୍ ଶସ୍ତା l ଆପଣ କେବଳ ଯିବା ଆସିବା ଟିକେଟ ଖର୍ଚ ସହ ଖାଇବା ପିଇବା ପାଇଁ ଆମକୁ ଟଙ୍କା ଦେବା l ଆପଣ କିଛି ଚିନ୍ତା କରିବା ଆବଶ୍ଯକ ନାହିଁ, ସବୁ ଦାୟୀତ୍ୱ ଆମର l ସେ ଏମିତି ଢଙ୍ଗରେ କହୁଥାଏ ସତେ ଯେମିତି ଆଉ ମାତ୍ର ୪ ଜଣଙ୍କ ପାଇଁ ଏଇ ସୁବିଧା ଉପଲବ୍ଧ ଆଉ ସେଇ ସୁବିଧା ଏମାନେ ଖୁବ୍ ସ୍ପେଶାଲ୍ ଲୋକବୋଲି କେବଳ ୟାଙ୍କୁ ଦେଉଛନ୍ତି l ସଙ୍ଗେ ସଙ୍ଗେ ଏ ସୁବିଧାକୁ ମାଡି ବସିବାକୁ ହେବ ନହେଲେ ପଛରେ ଗୁଡେ ପସ୍ତାଇବାକୁ ପଡିବ l


ମୋ ସମ୍ପର୍କୀୟ ଭାଇର କୁହାଳିଆ ଠକର ଏତେସବୁ କଥା ଶୁଣିବାପରେ ବୋଧହୁଏ ଜ୍ଞାନ ଉଦୟ ହେଲା l ସେ କହିଲା, 

"ଆମେ ଯିବାକୁ ଚିନ୍ତା କରିଥିଲୁ କିନ୍ତୁ ଏତେ ଶୀଘ୍ର ଯିବାକୁ ହେବ ଜାଣି ନଥିଲି l "


କୁହାଳିଆ ଠକ ସଙ୍ଗେ ସଙ୍ଗେ କହିଲା, " ଠିକ୍ ଅଛି ଆପଣ ଏ ଟ୍ରିପ୍ ରେ ନଗଲେ ଆସନ୍ତା ଟ୍ରିପ୍ ରେ ଯିବେ l ଆଜି ଆଡଭାନ୍ସ୍ ଦେଇ ବୁକ୍ କରି ଦିଅନ୍ତୁ l " 


ସମ୍ପର୍କୀୟ ଭାଇ ଆମର ତା କଥାରେ ଜାଣିଗଲା ଏ ସ୍କିମ୍ ଫିମ୍ କଥା କିଛି ନୁହେଁ l ଏସବୁ କେବଳ ଠକିହେବା କଥା l ତେଣୁ କହିଲା, " ମୁଁ ଗୋଟେ ଉଇକ୍ ଭିତରେ ଆସି ବୁକ୍ କରିବି l ଆଜି ପଇସା ଆଣିକି ଆସିନି l" 


ଠକ ଦେଖିଲା ଏ ଲୋକ ହାତରୁ ଗଲା l ତେଣୁ ଶେଷ ଅସ୍ତ୍ର ପ୍ରୟୋଗ କରି କହିଲା, " ଆଜି ଯେତିକି ଟଙ୍କା ବି ଅଛି ଦେଇକି ବୁକ୍ କରି ଦିଅନ୍ତୁ l" 


କିନ୍ତୁ ଭାଇ ଆମର ସେଇ ଗୋଟେ ନାରା ଧରିଲେ l ପରେ ଆସି କନଫର୍ମ କରିବି l ଶେଷକୁ ବାଧ୍ୟହୋଇ ସେ କୁହାଳିଆ ଠକ ହଉ ଠିକ୍ ଅଛି ବୋଲି କହି ସେଦିନ ଠକିହେବାକୁ ଆସିଥିବା ଅନ୍ୟ ଗ୍ରାହକଙ୍କ ପାଖକୁ ଚାଲିଲା l


ପ୍ରଥମତଃ ସେମାନେ ଲଞ୍ଚ୍ ଦେବେ ବୋଲି କହିଥିଲେ l ଏଣେ ଦିନ ୧.୩୦ ହେଲାଣି ସେତବେଳକୁ l ଦେଖାଗଲା ଯେଉଁ ମାନେ ଆଡଭାନ୍ସ ଦେଇ ବୁକ୍ କରୁଛନ୍ତି କେବଳ ସେଇ ମାନଙ୍କୁ ଲଞ୍ଚ୍ ସର୍ଭ କରାଯାଉଛି l ତେଣୁ ଏ ଭାଇ ଆମର ଏବେ ଜାଣିଗଲେ ତାଙ୍କୁ ଲଞ୍ଚ୍ ମିଳିବାର ନାହିଁ l ବାଧ୍ୟହୋଇ ସେଇ ଦୁଇ କପ୍ କଫି ଆଉ ଚାରିପଟ ବିସ୍କୁଟକୁ ସେ ଦିନର ଲଞ୍ଚ ବୋଲି ଭାବିନେଇ ସେଠୁ ବିଦାୟ ନେଲେ l 


ବାଟରେ ଗୋଟେ ହୋଟେଲ୍ ରେ ଖାଇ ତେଲ ପୋଡି ଯାଇଥିବାରୁ ପଇସାର ମୂଲ୍ୟ ଉଠାଇବାକୁ ଭାଉଜଙ୍କୁ କୋଣାର୍କ ବୁଲାଇ ବିଦେଶ ଭ୍ରମଣ ହୋଇଗଲା ବୋଲି ଭାବି ଭାଇ ଆମର କାନମୁଣ୍ଡା ଆଉଁସି ଘରକୁ ଫେରି ଆସିଲେ l


ଅବଶ୍ଯ ଏଠି ସମ୍ପର୍କୀୟ ଭାଇ ଆମର ସେଇ ଠକ ମାନଙ୍କ ଯନ୍ତ୍ରାରେ ପଡୁପଡୁ ଖସି ଆସିଲେ l ନିଜର ପଛେ କିଛି ତେଲ ପୋଡୁ କିନ୍ତୁ ସେଇ ଠକ ମାନଙ୍କ ଠାରୁ ଦୁଇକପ୍ କଫି ଆଉ ୪ ପଟ ବିସ୍କୁଟ୍ ଉଦରସ୍ଥ କରି ଆସିଲେ l ସେ ଠକ ମାନେ କିନ୍ତୁ ସେଇ ସବୁ ହୋଟେଲ୍ ବୁକ୍ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଖର୍ଚ ନିଜ ପକେଟରୁ କେବେହେଲେ କରି ନଥିବେ l ସବୁ ସେଇ ଠକାମିରେ ଶିକାର ହେଉଥିବା ଗରାଖ ମାନଙ୍କ ପଇସା l 


ଛାଡନ୍ତୁ ଏବେ ମୋ କଥାକୁ ଆସିବା l ମୋ ସହିତ କଥା ହେଉଥିବା ଝିଅଟିର ଲାଳିତ୍ୟରେ ଭର୍ ପୁର୍ ସ୍ୱର ଶୁଣିବା ପରେ ମୁଁ କଣ ତାକୁ ଉତ୍ତର ଦେବି ଚିନ୍ତା କରୁଥାଏ l ଶେଷକୁ ତାକୁ କହିଲି, " ଆଛା ଯିଏ ବାହା ହୋଇନି ତାକୁ କଣ ଏ ସୁବିଧା ଉପଲବ୍ଧ ? " ( କ୍ରମଶଃ ........)



Rate this content
Log in