ଜବାବ
ଜବାବ
ବଡ ଠିକାଦାର ଫଟ୍ ଫଟି ଗାଡିରୁ ଓହ୍ଲାଇବା ମାତ୍ରେ, ଝୁମୁରୀ ଦୌଡି଼ ଦୌଡି଼ ବଡ ସାହେବ୍ ପାଖରେ ପହଞ୍ଚିଲା ।
ବଡ ଠିକାଦାର ତାକୁ ଉପରୁ ତଳ ପର୍ଯ୍ୟନ୍ତ ନିରେଖି ଦେଖିଲା, ଯେପରି ଗୋଟିଏ ମରଦଲୋକ ସ୍ତ୍ରୀ ଲୋକକୁ ଦେଖେ ।
-- କଣ କହ ।
(ଝୁମୁରୀ ସରମରେ ମୁହଁ ତଳକୁ କରି କହିଲା )
-- ସାନ ଠିକାଦାର ପ୍ରାୟ ସମୟରେ ମୋତେ ଏଠି ସେଠି ଛୁଉଁଛନ୍ତି ଓ ରାତିରେ ତାଙ୍କ କୋଠରୀକୁ ଯିବା ପାଇଁ କହୁଛନ୍ତି । ନଚେତ୍ କାମ ଦେବେନାହିଁ ଧମକ ଦେଉଛନ୍ତି ।
-- ତେବେ ଯାଉନୁ କଣ ପାଇଁ ? ବହୁତ ପୈସା ଦେବ, (ବଡ ଠିକାଦାର ହସି ହସି କହିଥିଲେ । )
-- ମୁଁ ଆପଣଙ୍କୁ ମାଇ, ବାପ ଓ ଦେବତା ସହ ତୁଳନା କରିଥିଲି, ଆପଣ ବି ସେ ହାରାମି ପରି ଏକା ସମାନ ହୋଇଗଲେ ।
--କଣ ? କଣ କହିଲୁ ତୁ ?
-- ଛିଃ ଛିଃ ।
ଏତିକି କହି ଝୁମୁରୀ ଚାଲି ଯାଉଥିଲା,ମନ ମାରି ।
*************
--ଶୁଣୁ, ଏ ଶୁଣୁ ନା !
ଝୁମୁରୀ ପଛକୁ ଘୁରି ଚାହିଁଲା , ଦେଖିଲା ତା ସହିତ କାମ କରୁଥିବା ଆଉ ଏକ ଝୁମୁରୀ ଟିଏ . . . .
--ସେ ହାରାମୀକୁ ଏପରି ଶିକ୍ଷା ଦେବୁ ସେ ସବୁ ବୁଝିପାରିବ ଓ ଅନ୍ୟମାନେ କେହି କିଛି ବୁଝିପାରିବେ ନାହିଁ । ତୁ ଜମାରୁ ବେଶତ ହ ନା . . . .
କିଛି ଦିନ ପରେ ହଠାତ୍ ସାନ ଠିକାଦାର'ର ଆକୁଳ ଚିତ୍କାର ଶୁଣିବାକୁ ମିଳିଲା, ଇଟାଭାଟିରେ । କାମ କରୁଥିବା ସବୁ ଶ୍ରମିକମାନେ ଦୌଡିଯାଇ ସାନ ଠିକାଦାର ନିକଟରେ ପହଞ୍ଚିଲେ । କେହିଜଣେ କହିଲା ଖରାରେ ଝୁମୁରୀ'ର ମୁଣ୍ଡ ବୁଲାଇଦେବାରୁ ସେ ତଳେ ପଡିଗଲା ଓ ସମସ୍ତ ଇଟା ସାନ ଠିକାଦାରର ଗୋଡ ଉପରେ ଖସି ପଡ଼ିଲା ।
ଆହା .... !!!!
ସମାଜର ଦର୍ପଣ
