Rasmi Rekha Tripathy

Others

3  

Rasmi Rekha Tripathy

Others

ଇନ୍ଦିରା ଆବାସ

ଇନ୍ଦିରା ଆବାସ

1 min
7.4K



       ଦଦେଇ ଘର ଆଗ ପଟେ ଚାଳ ଘର l ପଛରେ ଅଗଣା ଓ ତା ପରେ କୋଠା ଘର l ପୁଣି ପଛକୁ ଲମ୍ବା ବାଡି ଓ ବାଡିକୁ ଲାଗି ତୋଟା l ଦଦେଇଙ୍କ ପୁଅମାନେ ସମସ୍ତେ ରୋଜଗାରିଆ l ତାଙ୍କୁ କିନ୍ତୁ ଇନ୍ଦିରା ଆବାସ ପାଇଁ ଟଙ୍କା ମିଳିଲା l ବାର୍ଦ୍ଧକ୍ୟ ଭତ୍ତା ବି ମିଳୁଛି l

       ମୋ ନାନୀ ଘର ବହୁତ ଗରୀବ l ଭିଣେଇଙ୍କ ପୁରୋହିତ କାମରେ ଘର ଚଳେ l ପିଲାମାନେ ବି ପାରେଇ ନାହାନ୍ତି l ଚାଳିଶି ବର୍ଷ ତଳେ ମୋ ନାନୀଙ୍କୁ କେବଳ କୁଳୀନ ବ୍ରାହ୍ମଣ ଘର ଦେଖି ବାହା କରି ଦିଆଯାଇଥିଲା l ଝିଅ ଭଲରେ ରହିବ ବୋଲି ନନା ମୋର ତା ଶାଶୁଘରର ସାମ୍ନା ବଖରା ଦୁଇଟି ଛାତ କରେଇ ଦେଇଥିଲେ l ଏଣୁ ଭିଣେଇ ମୋର ଇନ୍ଦିରା ଆବାସ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିଲେ ନାହିଁ l


Rate this content
Log in