ହସକୁରି ଝିଅ
ହସକୁରି ଝିଅ
ଝିଅଟିର ନାଁ ସେବତୀ ବୟସ ଷୋହଳ କି ସତର ହେବ | ତାର ସlବନା ଚେହେରା ଓ ସବୁବେଳେ ହସୁଥାଏ | ଘରେ ବାପା ,ମା ,ବଡ଼ ଭଉଣୀ ଓ ସାନ ଭାଈଟିଏ | ବଡ଼ ଭଉଣୀ ଓ ସେ ପାଖ ଘରେ ଓ ଫ୍ଲାଟରେ କାମ କରନ୍ତି ସକାଳୁ ସଞ୍ଜ ଯାଏଁ | ବାପା ମାe କଣ୍ଟ୍ରାକ୍ଟର ପାଖରେ ଦିନ ମଜୁରିଆ ଭାବରେ କାମ କରନ୍ତି | ସେବତୀ ଫ୍ଲାଟରେ କାମ କରିବାକୁ ଗଲାବେଳେ ଫ୍ଲାଟର ସିକ୍ୟୁରିଟି ପିଲା ଦୀନେଶ ,ତାକୁ ବଡ଼ବଡ଼ ଆଖିକରି ଚାହେଁ | ସେ ଖାତାରେ ଦସ୍ତଖତ କଲା ବେଳେ ତାଆଡ଼କୁ ଚାହିଁ ଚାହିଁ ହସୁଥାଏ, ସେବତୀ କିନ୍ତୁ କିଛି କହେନି ଚୁପ ଚାପ ଆସେ କାମ ସାରି ନିଜ ଘରକୁ ଜୋରରେ ଦୌଡ଼ିପଳାଏ|
ଦିନେ ସକାଳୁ ସେବତୀ ତା କାମ କରିବାକୁ ସିଡିରେ ଉପରକୁ ଉଠୁଥାଏ, ଦି ମହଲା ସିଡ଼ି ଚଢିଲା ପରେ ତାକୁ ଲାଗିଲା ପଛପଟେ କିଏ ଆସୁଛି ,ସେ ପଛକୁ ଚାହିଁ ଦେଖିଲା ବେଳକୁ ଦୀନେଶ ଦୌଡ଼ି ଆସି ସେବତୀକୁ ଧରି ପକାଇଲା | ସେବତୀ ତା ହାତକୁ ଛାଟି ଦେଇ ଦୌଡ଼ି ପଳାଇଲା | ପଛରୁ ସବୁ ଦେଖୁଥିଲେ ରାକେଶ ବାବୁ ,ସେ ଜୋରରେ ପାଟି
କଲେ ଓ ଦୀନେଶ ତାଙ୍କ ପାଦ ତଳେ ପଡି କ୍ଷମା ମାଗିଲା ,ସାର ଏଥର ଛାଡି ଦିଅନ୍ତୁ , ମୁଁ ଆଉ ରପତି କେବେ କରିବିନି | ସେ କିନ୍ତୁ ଦିନେଶର ଏ କାମରେ ବହୁତ ରାଗିଗଲେ ଓ ତା ଏଜେନ୍ସିର ମାଲିକକୁ ଡାକି ତାକୁ ବିଦା କରିଦେଲେ |
ତା ପରେ କିଛି ଦିନ ପରେ ଦୀନେଶ ସେବତୀକୁ ଫୋନ କଲା ସେବତୀ ତୁ ନମିଳିଲେ ମୁଁ ଛlତ ଉପରୁ ଡେଇଁ ମରିଯିବି | ସେବତୀ କହିଲା ତୁ ମରିଗଲେ ମୁଁ ଖୁସି ହେବି | ତା ମାଆ ସେବତୀଠୁ ତା ଫୋନକୁ ଛଡାଇ ନେଇ
ଦୀନେଶକୁ ବହୁତ ଗାଳିଦେଲା | କିଛିଦିନ ପରେ ଶୁଣାଗଲା କି ଦୀନେଶ ନଦୀରେ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା ହେଲେ ବଂଚି ଗଲା ଓ ହସ୍ପିଟାଲ୍ରେ ପଡିଛି | ସେବତୀ ହସୁଥିଲା ଓ କହୁଥିଲା ତାକୁ ତା କର୍ମର ଫଳ ମିଳିଛି |
