The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Children Stories

4.2  

Dr Jharana Satapathy

Children Stories

ହୋଲିକାର ହୋଲି

ହୋଲିକାର ହୋଲି

3 mins
269


ଡାଡି କେଉଁ ରଙ୍ଗର ଅବିର ଆଣିବ ମୋ ପାଇଁ ନାରଙ୍ଗି,ନାଲି ,ହଳଦିଆ,ନା ସାଗୁଆ। ଓଃ ସରି ଡାଡି ତୁମେ ମନା କରିଥିଲ ଏ ବର୍ଷ ହୋଲି ଖେଳ ହେବନି ମୁଁ ଭୁଲି ଯାଇଥିଲି । 


ହୋଲିକା ରଙ୍ଗର ପର୍ବ ହୋଲିରେ ଅବିର ରଙ୍ଗ ଖେଳିବାକୁ ଭାରି ଭଲ ପାଏ। ରଙ୍ଗର ପରବ ହୋଲି ହେତୁ ସାହି ପଡୋଶୀ, ସଂପର୍କୀୟ ମାନଙ୍କ ଭିତରେ ହୋଲିର ଆସର ଜମେ। ହାତରେ ରଙ୍ଗଧରି ହୋଲିକା ହୋଲି ଖେଳିବା ପାଇଁ ସେ ତାଙ୍କ ସାଙ୍ଗସାଥୀଙ୍କ ସହ ଘରକୁ ଘର ଯାଏ। 


ହୋଲି ଦିନ ଜନ୍ମ ହେବା ଲାଗି ତା ବାପା ମାଆ ତାକୁ ହୋଲିକା ନା ଦେଇଥିଲେ। ହୋଲି ଆସିବା କିଛି ଦିନ ପୂର୍ବରୁ ଲମ୍ବା ଚୌଡାର ଗୋଟିଏ ତାଲିକା ଲେଖି ତା ବାପା ହାତରେ ଧରାଇ ଦିଏ ହୋଲିକା । ଅଳି କରି ବସେ ବିଭିନ୍ନ ରଙ୍ଗର ଅବିର ଆଣିବା ସଙ୍ଗେ ସଙ୍ଗେ ପିଚିକାରି ଆଣିବାକୁ ମଧ୍ୟ।


ତା ସଙ୍ଗେ ଭିନ୍ନ ଭିନ୍ନ ପ୍ରକାର ସ୍ବାଦିଷ୍ଟ ମିଠା ଆଣିବାକୁ।


କିନ୍ତୁ ଏ ବର୍ଷ କରୋନା ଭାଇରସ୍ ଲାଗି ଚାଇନା ରଙ୍ଗ ସ୍ବାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ ହେତୁ ହୋଲିକା ଟିଭି ଦେଖି ଏବଂ ତା ବାପାଙ୍କ ମୁହଁରୁ ସବୁକଥା ଶୁଣି ଏ ରଙ୍ଗ ଖେଳିବନି ଵୋଲି ନିସ୍ପତି ନେଇଥିଲା।


ହାେଲି ଦିନ ଏଥିପାଇଁ ସେ କବାଟ ବନ୍ଦବାନ୍ଦ କରି ଘରେ ରହିଥିଲା। ଝରକା ପଟୁ ସବୁ ଦେଖୁଥିଲା । କିନ୍ତୁ କିଛି ସାହି ବସ୍ତି ପିଲା ହୋଲିକା ଘରର ଗେଟ୍ ଖୋଲି ତାଙ୍କ ପୋଷା କୁକୁର ଜଲି ଦେହରେ ରଙ୍ଗ ବୋଳି ଦେଇ ଥିଲେ।


ଝରକା ପଟୁ ହୋଲିକା ସଵୁ ଦେଖୁଥିଲା ସିନା ସେ କବାଟ ଖୋଲି ବାହାରକୁ ଯାଇ ପାରୁନଥିଲା କାଳେ ତାକୁ ଅନ୍ୟମାନେ ରଙ୍ଗ ବୋଳି ଦେବେ ଵୋଲି । ସାହି ପିଲାମାନେ ଚାଲିଯିବା ପରେ ଜଲିକୁ ସେ ଧରି ବହୁତ କାନ୍ଦିଲା। ଜଲିର ଆଖି ଭିତରେ ମଧ୍ୟ ରଙ୍ଗ ପଶିଯାଇଥାଏ। ବିଚାରି କୁଁ କୁଁ କରି କାନ୍ଦୁଥାଏ। ତାର କାନ୍ଦ ଶୁଣି ହୋଲିକା ଆହୁରି ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲା।


ଅତି ଜୋରରେ ସେ ଚିତ୍କାର ଛାଡି ତା ମମି ଡାଡିଙ୍କୁ ଡାକ ପକାଇଲା ଆମ ଜଲିକୁ କରୋନା ବ୍ୟାପିଯିବ ମମି ଡାଡି  ତୁମେ ଧାଇଁ ଆସ। ଵିଭିନ୍ନ ରଙ୍ଗ ଆଣି ମୋ ଜଲି ଦେହରେ ସେମାନେ ବୋଳି ଦେଇଛନ୍ତି। ହୋଲିକା କାନ୍ଦି କାନ୍ଦି ଖାଲି କହୁଥାଏ କରୋନା ଭାଇରସ୍ ପ୍ରବେଶ କରିଯିବ ଆମ ଜଲି ଦେହରେ। ହଂହଂକଙ୍ଗ୍ ରେ ଏକ କୁକୁର ଠାରେ କରୋନା ଭାଇରସ୍ ଦେଖାଯାଇଛି। ମୁଁ ନିୟୁଜରୁ ଦେଖିଥିଲି। ସେହି କୁକୁରକୁ ତାଙ୍କ ପରିବାରଠୁ ଅଲଗା ରଖା ଯାଇଛି। ଆମ ଜଲି ମଧ୍ୟ ଆମଠୁ ଅଲଗା ହୋଇଯିବ। ମୁଁ ତାକୁ ଛୁଇଁଲି ମୋ ଦେହକୁ କରୋନା ଭାଇରସ୍ ଆସିଯିଵନି ତ ଡାଡି ? 


ତା ମମି ଡାଡି ଆସି ତାକୁ ବୁଝାଇଲେ ନା ହୋଲିକା ତୁ ଏତେ ବ୍ୟସ୍ତ ବିବ୍ରତ କାହିଁକି ହେଉଛୁ ? ଏ ରଙ୍ଗ ଲାଗିଲେ ଜଲି ଆମ ମୃତ୍ୟୁବରଣ କରିବ ନାହିଁ। ଖାଲି ସତର୍କତା ପାଇଁ ଏହା କୁହାଯାଉଛି।


ହୋଲି ସମୟରେ ଆମେ ବହୁଲୋକଙ୍କ ସଂସ୍ପର୍ଶରେ ଆସିଥାଉ ସମସ୍ତଙ୍କୁ ସ୍ପର୍ଶ କରି ରଙ୍ଗ ବୋଳିଥାଉ ଫଳରେ ଏହି ସମୟରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଦ୍ବିଗୁଣିତ ହୋଇଥାଏ। ଏଣୁ ବର୍ତ୍ତମାନ ପରିସ୍ଥିତିରେ ରଙ୍ଗ ଖେଳ ଠାରୁ ଦୂରେଇ ରହିବା ଭଲ ବୋଲି ପରାମର୍ଶ ଦିଆଯାଉଛି।



ଏବେ ବହୁ ଦେଶକୁ ମଧ୍ୟ କରୋନା ଭାଇରସ୍ ବ୍ୟାପିଲାଣି। ବିଶ୍ବବ୍ୟାପି ବହୁ ଦେଶକୁ ଏହି ଭାଇରସ୍ ବ୍ୟାପି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ଔଷଧ,ଇଂଜେକ୍ସନ ବାହାରିବା ସମ୍ଭବ ହୋଇ ନାହିଁ।। ଆମ ଭାରତକୁ ମଧ୍ୟ କରୋନା ବ୍ୟାପିଲାଣି ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି।


ଆମେ ଯେହେତୁ ଗରମ ତାପମାତ୍ରାରେ ରହୁଛେ। ଏହି କରୋନା ଆଶଙ୍କା ବହୁତ କମ୍। ଥଣ୍ଡାବାତାବରଣରେ ତାହା ଅଧିକ ହୋଇଥାଏ।


ମାଆ ହୋଲିକା ତୁ ଏତେ ବ୍ୟସ୍ତ ବିବ୍ରତ ନ ହୋଇ ଏ କରୋନା ଭାଇରସ୍ ଭୁତାଣୁଠୁ ରକ୍ଷା ପାଇବା ପାଇଁ ଆମେ ନିଜେ ସତକ୍ରତା ଅବଲମ୍ବନ କରିବା ଉଚିତ। ନିଜ ହାତକୁ ପରିସ୍କାର କରି ଧୋଇବା, ଜନଗହଳି ସ୍ଥାନଠାରୁ ଦୂରେଇ ରହିବା ,ମାସ୍କ ବ୍ୟବହାର କରିବା ,ଜର,କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କଲେ ଡାକ୍ତରଙ୍କ ସହ ପରାମର୍ଶ ଲୋଡିବା, କର ମର୍ଦ୍ଦନଠୁ ଦୂରେଇ ରହିବା ଏମିତି କିଛି ଉପାୟ ଅବଲମ୍ବନ କଲେ କରୋନା ଭୂତାଣୁ ସଂକ୍ରମଣକୁ ଆମେ ପ୍ରତିରୋଧ କରିପାରିଵା। ତାହା ହେଲେ ଡାଡି ଆମ ଜଲିକୁ ମଧ୍ୟ ଆଜିଠୁ ମାସ୍କ ବ୍ୟବହାର କରିବ! ତାକୁ ବି କରୋନା ବ୍ୟାପିବନାହିଁ।


ହଁ ଡାଡି ଏବେ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସ୍କୁଲମାନଙ୍କ ପାଇଁ କିଛି ନିର୍ଦ୍ଦେଶାବଳୀ ଆସିଛି ଆମ ଟିଚର୍ ଏହାକୁ ମାନିବା ପାଇଁ କହୁଥିଲେ ।


ଏହି କରୋନା ଭାଇରସ୍ ପାଇଁ ଵହୁ ଦେଶର ସ୍କୁଲ ବନ୍ଦ ହୋଇ ଗଲାଣି। ଦିଲ୍ଲୀରେ କରୋନା ଭାଇରସ୍ ସଙ୍କଟ ଅଧିକ ହେଲାଣି। ଆମ ଟିଚର ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବାପାଇଁ ନର୍ଦ୍ଦେଶ ଦେଉଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଜ୍ବର କିମ୍ବା କାସ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଆମ ଟିଚର ସଙ୍ଗେ ସଙ୍ଗେ  ନିଜର ପେରେଣ୍ଟସ ମାନଙ୍କୁ ଜଣାଇ ଦେଉଛନ୍ତି।


ହୋଲିକା ହଳଦୀ ପାଣି ଆଣି ଜଲି ଦେହରେ ଢାଳି ସାବୁନ ଦେଇ ତାକୁ ଗାଧୋଇ ତାକୁ ଏକ ମାସ୍କ ପିନ୍ଧାଇଦେଲା ଏବଂ ନିଜେ ଗୋଟିଏ ମାସ୍କ ପିନ୍ଧି ପରିବାରର ପ୍ରତ୍ୟକ ସଦସ୍ୟଙ୍କ ହାତରେ ମାସ୍କ ଧରାଇ ଦେଲା ଏବଂ କହିଲା ଏଥର ଘରୁ ଯିଏ ବାହାରକୁ ଯିବା ଏହାକୁ ବ୍ୟବହାର କରିକି ହିଁ ଯିବା। 



ବାଡିରୁ ତୁଳସୀପତ୍ର ସାତଟି ତୋଳି ଆଣି ପାଟିରେ ପକାଇ ବିଭିନ୍ନ ଗଛର ଫୁଲପତ୍ରମାନ ସଂଗ୍ରହ କରି ସେଥିରେ ହଳଦୀ,ଚନ୍ଦନ ମିଶାଇ ହର୍ବାଲ ରଙ୍ଗ ପ୍ରସ୍ତୁତ କଲା ହୋଲିକା । ସେହି ରଙ୍ଗରେ ହୋଲି ଖେଳିଵା ସହ ମମି ହାତ ତିଆରି କେକ କାଟି ତା ଜନମ ଦିନଟି ଆନନ୍ଦରେ ପାଳନ କଲା


Rate this content
Log in