STORYMIRROR

sushama Parija

Children Stories

3  

sushama Parija

Children Stories

ହେବି ମୁଁ ସୁନା ପିଲା

ହେବି ମୁଁ ସୁନା ପିଲା

2 mins
207


ସ୍କୁଲ୍ ରେ ହେଲା ଖେଳଛୁଟି 

ଖେଳିବାକୁ ପିଲା ଗଲେ ଛୁଟି 

ବୁଲୁ, ଟୁଲୁ ଆଉ ମଣ୍ଟୁ, ସିଟୁ

 ବଡ ବଗୁଲିଆ ପିଲା ନଟୁ ।। 

ସବୁ ଖେଳୁଥିଲେ ସଙ୍ଗେ ମିଳି

 ସ୍କୁଲ୍ ପଡିଆରେ ରୋଳା କରି 

ନଟୁ ଦଉଡିଲା ଘିରି ଘରି 

ସିଟୁ ସାଥେ ହେଲା ମରାମରି ।। 

ହେଡମାଷ୍ଟ୍ରେ ସେଇ ବାଟ ଧରି 

ଯାଉଥିଲେ ପରିକ୍ରମା କରି 

ଦେଖି ଏମାନଙ୍କ ମରାମରି 

ଧାଇଁ ଆସିଲେ ସେ ବେତଧରି ।। 

ବେତ ଦେଖି ସବୁ ଡରିମରି 

ଶ୍ରେଣୀକୁ ଧାଇଁଲେ ବେଗ କରି 

ହେଡମାଷ୍ଟ୍ରେ ନଟୁ କାନ ଧରି 

କହିଲେ ପିଲାଏ ବସ ଥିରି ।। 

ଜଣ ଜଣ କରି ତୁମେ ଆସ 

ମୋ’ ପାଖରେ ଏଇଠି ବସ 

ବଡ ହେଲେ ତୁମେ କ’ଣ ହେବ

 କେମିତି ରଖିବ ନିଜ ଯଶ।। 

ବୁଲୁ ଠିଆ ହେଲା ଉଠି ପଡି

 କହେ ଯନ୍ତ୍ରୀ ହେବି ପାଠ ପଢି 

କେତେବନ୍ଧ କେତେ କୋଠାବାଡି 

କେତେ ରାସ୍ତାଘାଟ ଦେବି ଗଢି।। 

ଖାତ ଖମା ଆଉ ନ ରହିବ

 ଦୁର୍ଘଟଣା ମାନ ନ ଘଟିବ 

ମୋ’ ଦେଶ ହେବ ସରସ ସୁନ୍ଦର

 ସୁନା ପିଲା ମୁଁ ହେବି ତା’ର ।।

 ଟୁଲୁ କହିଲା ଡାକ୍ତର ହେବି 

କେତେ ରୋଗୀଙ୍କ ସେବା କରିବି 

ଧନୀ ଗରିବରେ ଭେଦ ନରଖିବି 

ସବୁ ରୋଗୀଙ୍କୁ ସମାନ ଦେଖିବି।। 

ଅର୍ଥ ବିନା କେହି ନ ମରିବେ 

ସବୁ ରୋଗୀ ଔଷଧ ପାଇବେ

 ସୁସ୍ଥ ନିରାମୟ ଦେଶ ହେବ

 ମୁଁ ସୁନାପିଲା ବୋଲି କହିବ ।। 

ମଣ୍ଟୁ କହିଲା ପାଠ ପଢିବି 

କଲେକ୍ଟର ଟିଏ ମୁଁ ହୋଇବି

 ଶାନ୍ତି ଶୃଙ୍ଖଳା ରକ୍ଷା କରିବି 

ଦେଶବାସୀଙ୍କ ସେବା କରିବି ।। 

ଦୁର୍ନୀତି କୁ କରି ଉତ୍ପାଟନ 

ଅତ୍ୟାଚାର କୁ କରିବି ଦମନ

 ରଖିବି ମୁଁ ଦେଶର ସମ୍ମାନ 

ସୁନାପିଲା ମୁହିଁ ହେବି ଜାଣ ।। 

ବୀର ଦର୍ପେ ଉଠି ସିଟୁ କହିଲା 

ସୈନିକ ଟିଏ ମୁଁ ହେବି ଭଲା 

ଦେଶ ମାଟିର ସେବା କରିବି 

ଦେଶପାଇଁ ନିଜ ପ୍ରାଣ ମୁଁ ଦେବି।। 

ଶତ୍ରୁଙ୍କ ଗୁଳି କୁ ଡରିବିନି 

ଯୁଦ୍ଧରେ ମୁଁ କେବେ ହାରିବିନି 

ଶହୀଦ ଯଦି ମୁଁ ହେଲି କେବେ

 ସୁନା ପିଲା ମୋତେ କହିବେ ।। 

ବଗୁଲିଆ ନଟୁ ପଛେ ଥିଲା 

କୋଳିଗଛରେ ତା’ ଆଖି ଥିଲା 

ପଚାରିଲେ ସାର୍ “ ଆରେ ନଟୁ !

 ବଡ ହେଲେ କ’ଣ ହେବୁ ତୁ? 

ନଟୁ କହିଲା ଶୁଣନ୍ତୁ ସାର୍ ! 

ଚାଷୀଟିଏ ହେବି ଆମ ଗାଁ’ର ।। 

ନୂଆ ପ୍ରଣାଳୀରେ ଚାଷ କରି 

ପୁରୁଣା ବିହନ ସବୁ ଧରି 

କମଳା ପୂଜାରୀ ଙ୍କର ପରି 

ଆମାରରେ ଧାନ ଦେବି ଭରି।। 

ଦେଶୀ ସାର ର ବ୍ୟବହାର 

କରିବ ଆମ ଜମି ଉର୍ବର

 ଉତ୍ପାଦନ କ୍ଷମତା ବଢାଇ 

ଅମଳ କରିବି ଭରପୁର।। 

ଜଳସେଚନର ସୁବ୍ୟବସ୍ଥା 

କରିଲେ ଛାଡିବ ଜଳଚିନ୍ତା 

ଆମ ଗାଆଁ ପାଖ ନଦୀ ଜଳ 

ଟାଣିବି ବିଲକୁ କରି ନାଳ ।। 

ସଭିଙ୍କୁ ଦେବି ମୋ’ ଚାଷ ଜ୍ଞାନ 

ଚାଷ ହୋଇବ ଉନ୍ନତମାନ 

କେହି ରହିବେନି ଉପବାସ 

ଚାଷୀଙ୍କୁ ଦେବନି ଋଣ ତ୍ରାସ ।।

 ଗାଆଁ ଗଣ୍ଡା କଳି ରହିବନି 

ଅଶିକ୍ଷିତ ଆଉ ରହିବନି 

ମୋ ଗାଆଁ ଦିନେସୁନା ହେବ

 ସୁନା ପିଲା ମୋତେ ସେ କହିବ ।। 



Rate this content
Log in