STORYMIRROR

Kamal Kumar Dash

Others

2  

Kamal Kumar Dash

Others

ଗୁଗିର ମମି

ଗୁଗିର ମମି

2 mins
613




      ମୋର ସାଙ୍ଗ   ରବି ବାବୁ ଆସାମ ରୁ ବଦଳି ହୋଇ ଭୁବନେଶ୍ୱର ଆସିଲେ |ଏମାନେ ଫ୍ଲାଇଟରେ ଚାଲି ଆସିଲେ ହେଲେ ତାଙ୍କ ଜିନିଷ ପତ୍ର ଆସି ନଥିଲା | ତାଙ୍କର ସେଠି ଗୋଟେ କୁକୁର ଥିଲା ,ତା ନାଁ ଥିଲା ଗୁଗି | ଗୁଗି ପ୍ରାୟ ବର୍ଷେ ହେବ ତାଙ୍କ ଘରେ ରହୁଥିଲା | ଆସାମ ଛାଡିବା ଆଗରୁ ତାକୁ ଗୋଟେ କୁକୁର ଆଶ୍ରୟସ୍ଥଳୀରେ ରଖି ଆସିଥିଲେ | ଏଠି ପହଁଚିବା ପରେ ସମସ୍ତେ ଗୁଗିକୁ ଝୁରିହେଲେ | ରାତିତାଙ୍କ ସ୍ତ୍ରୀ ଙ୍କୁ ନିଦ ହେଲାନି , ଚାରି ଆଡେ ଖାଲି ଗୁଗିର ଦୁଃଖୀ ମୁଁହ ଦେଖାଗଲା |ସକାଳୁ ସେ ତାଙ୍କ ସାଙ୍ଗଙ୍କୁ ଫୋନ କରି କହିଲେ ଗୁଗିକୁ କୋରିଅର ଗାଡ଼ିରେ( ଯେଉଁ ଗାଡ଼ିରେ ତାଙ୍କର ଜିନିଷ ପତ୍ର ଆସୁଛି) ପଠାଇବା ପାଇଁ | ସେ ସାଙ୍ଗ ଜଣକ ଗୁଗି କୁ କୁକୁର ଆଶ୍ରୟସ୍ଥଳୀ ରୁ ନେଇ କୋରିଆର ସଂସ୍ଥା ରେ ଦେଇ ଆସିଲେ ଓ ତା ପରେ କୋରିଅରର ଟ୍ରକ ଆସାମ ଛାଡିଲା | ସେ ସାଙ୍ଗ ଜଣକ ଖୁସି ଖବର ରବି ବାବୁଙ୍କୁ ଫୋନ ରେ ଜଣାଇଦେଲେ | ଗୁଗି ଆସିବା ଜାଣି ସମସ୍ତେ ଟିକେ ଅIଶ୍ୱସ୍ଥ ହେଲେ | ତିନିଦିନ ପରେ ଗୁଗି ଆସି ପହଁଚିଲା ,ଭୁବନେଶ୍ୱରରେ | ତାକୁ ଦେଖି ସମସ୍ତେ ଖୁସି ହେଲେ ,ଗୁଗି ବି ନାଚି ନାଚି ସମସ୍ତଙ୍କ ଉପରେ ଚଢୁ ଥିଲା | ରବି ବାବୁଙ୍କ ସ୍ତ୍ରୀ ଗୁଗିକୁ ଖାଇବାକୁ

ଦେଲା ବେଳେ ସେ ବହୁତ ଖୁସିରେ ଖାଇଲା ,ବୋଧେ ତିନିଦିନ ହେବ ଖାଇ ନଥିଲା | ତା ପରେ ପିଲାଙ୍କ ସାଙ୍ଗେ କ୍ରିକେଟ ଖେଳିଲା | ବଲ କୁଆଡେ ପଡିଲେ ଗଛ ଭିତରେ ପଶି ଖୋଜି ଆଣିଲା |

        

     ଘରର ସବୁ ଜିନିଷ ପତ୍ର ସଜାଡ଼ିବାକୁ ତିନ ଦିନ ଲାଗିଲା ,ତାପରେ ସମସ୍ତେ ସ୍କୁଲ କଲେଜ ଓ ଅଫିସ ଚାଲି ଗଲେ ଘରେ ରହିଲେ ଖାଲି ଗୁଗି ଆଉ ରବି ବାବୁଙ୍କର ସ୍ତ୍ରୀ | ସେ କୁଆଡେ ଗଲେ ଗୁଗି ତାଙ୍କ ଆଗରେ ପଛରେ ଚାଲୁଥିଲା | ଗୁଗିର ଦେହ ଖରାପ ହେଲେ ସେ ରiତି ରାତି ନଶୋଇ ତାର ଯତ୍ନ ନେଉଥିଲେ | ଦିନେ ତାଙ୍କର ବି ଦେହ ଖରାପ ହେଲା ,ସେ ନଖାଇ ନପିଇ ବିଛଣାରେ ପଡି ରହିଲେ ଓ ତାଙ୍କ ଖଟ ପାଖରେ ବସି ରହିଲା ଗୁଗି | ସିଏ ବି କିଛି ଖାଇଲାନି ,ଯେତେ ଯିଏ ଖାଇବାକୁ କହିଲେ ସେ ଶୁଣିଲାନି | ଡାକ୍ତର ରବି ବାବୁଙ୍କ ସ୍ତ୍ରୀ କୁ ଦେଖିବାକୁ ଆସିଲେ ଓ ଇଞ୍ଜେକ୍ସନଦେଲେ | ଇଞ୍ଜେକ୍ସନ ନେଲା ବେଳେ ସେ ଟିକେ ପାଟିକଲେ କଷ୍ଟରେ | ଗୁଗି ଡାକ୍ତରକୁଂ ରାଗରେ ଚାହିଁ ଭୁକିଲା |  ତାପରଦିନ ତାଙ୍କର ଦେହ ଭଲ ହୋଇଗଲା , ସେ ଓ ଗୁଗି ଏକi ସାଙ୍ଗରେ ଟିଫିନ କଲେ | ଗୁଗି ଭକ୍ତି ଦେଖି କଲୋନୀରେ ସମସ୍ତେ ତାଙ୍କୁ ଗୁଗିର ମମି ବୋଲି ଡାକିଲେ । ସିଏ ବି ଖୁସିରେ ଗୁଗିର ବାର୍ଥ ଡେ ପାଳିଲେ ଓ କେକ ବଂ।ଟିଲେ ।



Rate this content
Log in