Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Dr Jharana Satapathy

Others

3.8  

Dr Jharana Satapathy

Others

ଗଛ ବି କଥା କହେ

ଗଛ ବି କଥା କହେ

2 mins
527



ମୁଁ ପ୍ରତିଦିନ ଗଛରେ ପାଣି ଦେବାବେଳେ ଭାବେ ଗଛ ଗୁଡାକ ସେମାନଙ୍କ ଭିତରେ କଥାବାର୍ତ୍ତା କରୁଛନ୍ତି।



ଏହି ଗଛ ମାନଙ୍କର ପତ୍ରକୁ ଆଙ୍ଗୁଠିରେ ସ୍ପର୍ଶ କରିବା ମାତ୍ରେ ଉପରେ ଅନ୍ୟ ଡାଳ ସବୁ ଦୋହଲିବାରେ ଲାଗନ୍ତି।କେବଳ ସେତିକି ନୁହେଁ ମୁଁ ଯଦି ତାଙ୍କ ପାଖରେ ପହଞ୍ଚିଯାଏ ଖୁବ୍ ସୁନ୍ଦର ଢଙ୍ଗରେ ମତେ ସ୍ୱାଗତ କରନ୍ତି।ତେବେ ଆମେ ବୃକ୍ଷକୁ ମନୁଷ୍ୟର ବନ୍ଧୁ ବୋଲି ଅନେକ ପୂର୍ବରୁ ଜାଣିଥିଲେ ହେଁ ସେମାନେ ଆମ ସହ ଭାବ ବିନିମୟ କରନ୍ତି ଏକଥା  ଅନୁଭବ କରୁଥିବା ବ୍ୟକ୍ତିମାନେ ହିଁ ଜାଣିପାରିବେ ।


ଗଛ ଲଗାଇବା,ପାଣିଦେବା ,ସାର ଖତ, ଖୋସିବା,ଅନାବନା ଘାସ ଗଛ ସବୁ ବାହାର କରିବା ନିତିଦିନିଆ କାମ ମୋର।ଅନ୍ୟ କିଏ ଯଦି ମୋ ଗଛରେ ଲାଗି ଫୁଲ କିମ୍ବା ଫଳ ତୋଳି ନେଇଯାଆନ୍ତି ମତେ ଭାରି ଚିଡାମାଡେ।


ଲାଗେ ଗୋଲାପ କହେ ଟଗରକୁ,ସେବତି କହେ ମଲ୍ଲୀକୁ, ଟରାଟ କହେ ଗେଣ୍ଡୁକୁ ଏମିତି ଗଛ ଗଛ ଭିତରେ ପରଷ୍ପର ଆଲୋଚନା କରୁଛନ୍ତି । ଆଲୋ ହେଟି ଆମ ମାଲିକାଣି ଆସିଗଲେ ଗଛରେ ପାଣି ଦେବାକୁ। ତୋର ବଡ ଭାଗ୍ୟଲ ଗୋଲାପ ତୋର କେଡ଼େ ଯତ୍ନ ନେଉଛନ୍ତି ମାଲିକାଣୀ। କାହିଁକି ନା ତୋ ଫୁଲ ଭାରି ପ୍ରିୟ ମାଲିକାଣୀକୁ।ପାଣି ଦେଲାରୁ ଦେଖୁନୁ କେତେ ଫରକ।ତତେ କେତେ ପାଣି ଦେଉଛି। ତାକୁ ତୁ ଢକ ଢକ କରି ପିଇଦେଉଛୁ।


ମୁଁ ଅଦରକାରୀ ଗଛ ଵୋଲି ମତେ ଟିକେ ପାଣି ଦେଉଛନ୍ତି ,ଯିଏ ଦରକାରୀ ତାକୁ ଅଧିକ ପାଣି ଦେଉଛନ୍ତି ।


ଏମାନେ ପରଷ୍ପର ମଧ୍ୟରେ ଇର୍ଷାନ୍ବିତ ହେଉଥାନ୍ତି।


ଅପରାଜିତା କହେ ଗୋଲାପକୁ ତୁ ଭଲ ଫୁଲ ଦଉଚୁ ବୋଲି ମାଲିକାଣି ତୋର କେତେ ଯତ୍ନ ନେଉଛନ୍ତି।ଆଉ ମତେ ହତାଦର।ତୋର ମୂଳରେ କେତେ ସାର ଦେଉଛନ୍ତି ତୁ ବଞ୍ଚିବାକୁ ଖାଦ୍ୟ ଦେଉଛନ୍ତି କିନ୍ତୁ ମତେ କିଛି ନାହିଁ । 


ଆଲୋ ଗୋଲାପ ତୋ ଫୁଲର ଵଡ ବାସନା ଅଛି । ତୋ ବାସନା ସମସ୍ତଙ୍କୁ ଆତ୍ମବିଭୋର କରିଦିଏ । ତୋ ପାଖକୁ ଭଅଁର ବେଶି ଯାଆନ୍ତି । ପ୍ରେମିକ ପ୍ରେମିକାରଙ୍କର ତ ଜୀବନ ଗୋଲାପ । ଗୋଲାପ ହେଲା ପ୍ରେମର ପ୍ରତୀକ । ସେଥିରେ ପୁଣି ଲାଲ୍ ଗୋଲାପ ସମସ୍ତଙ୍କର ଭାରି ପସନ୍ଦ । 


ଏମାନଙ୍କ କଥା ଶୁଣି ଟଗର କହେ ମତେ କିଏ ଭଲପାଉଛି ! ଟଗର ଗୋଟେ କଣ ଫୁଲରେ ଗଣା । ନା ରଙ୍ଗ ଅଛି ନା ଅଛି ମାଦକତା। କିନ୍ତୁ ମତେ ତୋଳି ଆମ ମାଲିକାଣି ବଡ ବଡ ମାଳ ତିଆରି କରି ଠାକୁରଙ୍କୁ ଲଗାଏ।


ଯାହା ହେଉ ଆମେ ଏତେ ସଂଖ୍ୟାରେ ବଗିଚାରେ ଥିବା ସର୍ତ୍ତେ ଆମ ମାଲିକାଣି ଆମକୁ ଆଜି ପର୍ଯ୍ୟନ୍ତ କେବେ ହତାଦର କରିନାହାନ୍ତି।




Rate this content
Log in