The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Children Stories Others

4.0  

Akshayakumar Dash

Children Stories Others

ଗାନ୍ଧୀ ବାଦୀ

ଗାନ୍ଧୀ ବାଦୀ

2 mins
52


ଆମ ଗାଁ ବନମାଳୀ ଜେଜେ ସ୍ୱାଧୀନତା ସଂଗ୍ରାମୀ।ଏବେ ତାଙ୍କୁ ପଞ୍ଚାନବେ ବର୍ଷ।ନିଜ କାମଧନ୍ଦା କରିପାରୁଛନ୍ତି।କାନକୁ ଟିକେ ଶୁଭୁନାହିଁ, ହେଲେ ଶୁଣିପାରୁଛନ୍ତି ଜୋରେ କହିବାକୁ ପଡୁଛି।ନୀତି ଖବର କାଗଜ ପଢ଼ନ୍ତି, ବଜାର ଯାଇ ସଉଦା ଆଣନ୍ତି, ଘରେ ବସି ଟିଭି ଦେଖନ୍ତି।ଦାଣ୍ଡ ଭୋରୁ ଖରକନ୍ତି।ଭୋର ରାତି ଚାରିଟାରୁ ଉଠି ପ୍ରାତଃ ଭ୍ରମଣ କରନ୍ତି।ଦିନେ ଦିନେ ଆମଘରଆଡେ ବୁଲିଆଶନ୍ତି। ବାପା ତାଙ୍କ ଠାରୁ ଦଶବର୍ଷ ସାନ।ହେଲେ ସାଙ୍ଗ ପରି। ବାପା ଓ ଜେଜେ ବସିଗଲେ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ କଥା କୁହନ୍ତି।ଜେଜେ କୁହନ୍ତି ରାଜନୀତି କଥା। ବର୍ତମାନ ର ରାଜନୀତି ବାପା ବସି ଶୁଣନ୍ତି।ଜେଜେଙ୍କୁ ବାପା କକା ଡାକନ୍ତି, ସେଇ ସମ୍ପର୍କ ନେଇ ଆମେ ଭାଇମାନେ ଜେଜେ ଡାକୁ।ଯଦିଓ ଜେଜେ ନିକଟ ସମ୍ପର୍କୀୟ ନୁହନ୍ତି ତଥାପି ପରିବାରର ଆପଣାର।ଆମ ଘରେ କୌଣସି ଭୋଜି ଭାତ ଆୟୋଜନ ହେଲେ ଜେଜେଙ୍କୁ ଖୋଜା ପଡେ।ଜେଜେ ମଧ୍ୟ ପ୍ରଥମରୁ ଆସି ଶେଷରେ ଖାଇ ଯାଆନ୍ତି।ତାଙ୍କ ଉପସ୍ଥିତ ଆମେ ଚାହୁଁ।ଆଖପାଖ ଗ୍ରାମର ଲୋକମାନେ ଜେଜେଙ୍କୁ ମାନନ୍ତି।ସମ୍ମାନ ମଧ୍ୟ ଦିଅନ୍ତି।ଦିନେ ଜେଜେ କଂ ଘରକୁ ଯାଇ ତାଙ୍କୁ ଆମ ବାଡ଼ିରେ ଫଳିଥିବା ସପୁରୀ ନେଇଯିବାକୁ ବାପା ପଠେଇଲେ। ନେଇ ଯାଇଥିଲି। ଜେଜେ ମତେ ତାଙ୍କ ବାଡ଼ିରେ ହୋଇଥିବା ପାକଳା ଅମୃତଭଣ୍ଡା ଖାଇବାକୁ ଦେଲେ।ପାଖରେ ବସାଇ ପାଠପଢା ଖବର ପଚାରିଲେ।କେଉଁ କଲେଜରେ ପଢୁଛ, କେଉଁ ବିଷୟ ନେଇଛ, ସବୁ ଟିକି ଟିକି କରି ବୁଝି ସରିଲା ପରେ ମୁଁ ଜେଜେ କୁଁ ପଚାରିଲି, ଆପଣ ସ୍ୱାଧୀନତା ସଂଗ୍ରାମୀ , କେତେ ବୟସରୁ ସଂଗ୍ରାମରେ ଯୋଗଦେଲେ?ଜେଜେ କହିଲେ, ପିଲାବେଳେ ମୁଁ ଚତୃଥ ଶ୍ରେଣୀରେ ପଢୁଥିବା ବେଳେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲି। ଛୋଟ ପିଲାମାନଙ୍କ ର କାମ ଗାଁ ଗାଁ ବୁଲି ଭିକ୍ଷା ମାଗିବା ଓ ସ୍ୱାଧୀନତା ପାଇଁ ଜନ ସଚେତନ କରାଇବା।ଆମକୁ ବାନର ସେନା କୁହା ଯାଉଥିଲା, ଆମପାଇଁ ଜେଲ ଦଣ୍ଡ ବ୍ୟବସ୍ଥା ନଥିଲା। ଦଣ୍ଡ ଥିଲା ବେତ୍ରା ଘାତ।ବେତରେ ସାତ ପ୍ରହାର ଦିଆଯାଉଥିଲା। ଜେଜେ କହିଲେ, ପନ୍ଦର ବର୍ଷ ପରେ ଆମେ କେତେଜଣ ମିଶି ବୟିଠକ ଘର ଟିଏ କଲୁ। ସେଇ ଘରେ ବସି ସଂଗ୍ରାମ ପାଇଁ ପ୍ରସ୍ତୁତ ହେଲୁ। ମୁଁ ପଚାରିଲି କଣ କେଉଁଥି ପାଇଁ କେତେଥର ଜେଲ ଗଲେ।ଜେଜେ କହିଲେ, ଜଣେ ଗୋରା କନେଷ୍ଟବଲ କୁ ଗଛରେ ବାନ୍ଧି ଦେଲୁ।ସେତେବେଳେ ମତେ ପଚିଶ ବର୍ଷ। ପୋଲିସ ବାଲାକୁ ଗଛରେ ବାନ୍ଧି ରଖିବା ଅପରାଧରେ ବାରଜଣ ସଂଗ୍ରାମୀ ସହିତ କଟକ ଜେଲରେ ପଞ୍ଚ ବର୍ଷ ଧରି ଜେଲରେ ରହିଲୁ।ଆଉଥରେ ଛ ମାସ ଜେଲ ଯାଇଥିଲି।।ଜେଜେ କହୁଥିଲେ ବହୁ କଷ୍ଟରେ ସ୍ୱାଧୀନତା ଆମକୁ ମିଳିଛି।ଆମ ସୁବାସ ବୋଷ ଆଜାଦ ହିନ୍ଦ ଫୌଜ ଗଢି ଇଂରେଜ କଂ ସହିତ ଲଢ଼ିଲେ।ସୁବାସ କଂ ପାଇଁ ଦେଶ ସ୍ଵାଧୀନ ହେଲା ହେଲେ ଲୋକକୁଁ ପ୍ରଚାର ହେଲା ସୁବାସ ଚନ୍ଦ୍ର ଦେଶ ବିରୋଧୀ କାର୍ଯ୍ୟ କରୁଛନ୍ତି।ଏଥିପାଇଁ ଆମ ଦେଶର କେତେକ ନେତା ତାଙ୍କର ଫାଇଦା ପାଇଁ ଅପପ୍ରଚାର କଲେ।ଦେଶ ସ୍ଵାଧୀନ ହେଲା ସତ୍, କିନ୍ତୁ ସ୍ୱାଧୀନ ନାଗରିକ ହିସାବରେ , ସ୍ୱାର୍ଥରେ ନେତା କେତେଜଣଙ୍କର ହସ୍ତକ୍ଷେପ କରି ଦେଶକୁ କଳୁଷିତ କେତେକ କ୍ଷେତ୍ରରେ କୁସାସନର ପରିଣତି ଆମକୁ ଭୋଗିବାକୁ ପଡ଼ୁଛି ଜେଜେ ପ୍ରସଙ୍ଗ ସ୍ଥଗିତ ରଖି, ଘର ଭିତର କୁ ଯାଇ ଗୋଟିଏ ଫଟ ଦେଖାଇଲେ। ସେଇଟି ଥିଲା ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ନଜେ ଜେଜେ। ଗାନ୍ଧୀ ବାଦୀ ସେଇମାନେ ଯେଉଁମାନେ ଗାନ୍ଧୀ କଂ ଆଦର୍ଶ କୁ ପାଳନ କରୁଥିଲ।ଅହିଂସା, ସତ୍ୟ, ଭାଇଚାର, ଓ କୁଟୀର ଶିଳ୍ପ ବିକାଶ କରିବା ସହିତ ନିଜକୁ ଦେଶର ହିତରେ ଲଗାଇବା।ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆହୁରି ଅନେକ ଦିଗକୁ ବିଚାର କଲେ ଏପ୍ପଯ୍ୟନ୍ତ ସୁଧାର ଆସିନାହିଁ। କହୁକହୁ କହିପକେଇଲେ, ଆଜି ଦେଶର ବିକାଶ ଦିଗରେ ପ୍ରତିବନ୍ଧକ କପଟ ରାଜନୀତି। ରାଜନୀତିରେ ସ୍ୱଚ୍ଛ ଓ ପବିତ୍ରତା ନାହିଁ। ମୋର ସମୟ ନଥିବାକୁ ଜେଜେଙ୍କ କଥା ଶୁଣି ପଛରେ ଆଲୋଚନା କରିବା କହି ବିଦାୟ ନେଇ ଆସିଲି। କ୍ରମଶଃ



Rate this content
Log in