ଗାଁ ପରିମଳ ଧୋବା ତୁଠରୁ
ଗାଁ ପରିମଳ ଧୋବା ତୁଠରୁ
2 mins
13
ସେଦିନ ସଂଜୀବ ର ଏକାଜିଦ ବାପା ତୁମେ ଯାଇ ଗାଁରୁ ଜେଜେ ଓ ଜେଜେମାଆ ଙ୍କୁ ଶୀଘ୍ର ସହରକୁ ନେଇଆସ. ହଉ ହଉ ଯିବି. ତୋର ନିଶ୍ଚୟ ଜେଜେମା'ର ଆରିଷା କାକେରା ଓ ପୁଳି କଥା ମନେପଡ଼ିଲାଣି ଓ ଜେଜେଙ୍କ ବଂକୁଲି ବାଡ଼ି ସହିତ ପାନ ପେଡି କଥା ମନେପଡ଼ିଲାଣି. ନାହିଁ ବାପା ଖାଲି ସେତିକି ନୁଁହଁ. ତେବେ କଣ ପୁଅ!ଏଥର ସଂଜୀବ କହିଲା ସାର କହୁଥିଲେ ଆମ ଜେଜେ ଓ ଜେଜେମାଆ ଙ୍କ ଭଳି ବୟସର ଲୋକ ସୁସ୍ଥ ରହିଲେ ଆମେ ତାଙ୍କ ଠାରୁ କେତେକଥା ଶିଖି ପାରିବା. ସକାଳୁ ଉଠିଲେ ନିଜ ହାତ ପାପୁଲିକୁ ଚାହିଁ କରାଗ୍ରେ ବସତି ଲଷ୍ମୀ.. କର ମଧ୍ୟେ ସରସ୍ବତୀ... କରମୂଳେ ତୁ ଗୋବିନ୍ଦ.. ପ୍ରଭାତେ କରଦର୍ଶନ କହୁଥିବା ତଥା ଐଶ୍ଵର୍ଗିକ ଭାବନା ଶିଖାଉଥିବା ଲୋକ, ପୁଣି ବଗିଚା କାମ, ବାୟାମ, ପ୍ରାଣା୍ୟାମ, ସାମାଜିକ କଥା ଓ କର୍ତ୍ତବ୍ୟ, ପରଦୁଃଖ ସୁଖରେ ସାମିଲ ହେବା, ନିଜ ହାତରେ ନିଜ ବଗିଚାରୁ ସଜ ନେଳି ପରିବା ତୋଳି ଆଣିବା, ଖାଦ୍ୟରେ ଶାଗ ନିଶ୍ଚିନ୍ତ ଖାଇବା, ଦୁଇଓଳି ଦାନ୍ତ ଘଷିବା, ଶୀତ ଦିନେ କଥା ବାର୍ତ୍ତା ହେଉ ହେଉ ନିଆଁ ପୁଇଁବା ତଥା ଭାଗବତ, ଗୀତା, ବେଦ ଉପନିଷଦ କୁ ଗୁରୁତ୍ୱ ଦେଇ ରମାୟଣ ଓ ମହାଭାରତ ରୁ ନୀତି ଶିକ୍ଷା ପୂର୍ଣ୍ଣ କଥା କହି ଶିଖି ଶିଖାଇପାରୁଥିବା ମଣିଷ ମାନେ ସମାଜରୁ ଲୋପ ପାଇଗଲେ ଆମେ ସବୁ ପରପିଢ଼ି କାହାଠୁ ଶିଖିବୁ!ବାପା କହିଲେ ସତ କଥା ତେବେ ଚାଲ ତୋର ମୋର ଯାଇ ସେ ଦୁହିଁଙ୍କୁ ଗାଁରୁ ନେଇଆସିବା.
ସଂଜୀବ ବାପାଙ୍କ ସଙ୍ଗେ ପହଁଚିଲା ବେଳକୁ ଜେଜେଙ୍କୁ ଦାଣ୍ଡ ଦୁଆରେ ବାରିକ ଖିଅର କରିବା ସହ ଚୁଟି ଓ ନଖ କାଟି ପରିଷ୍କାର କରି ଦେଉଥିଲା. ଭିତରେ ଜେଜେମାଆ ଠାକୁର ପୂଜା ସାରି ଦେଶୀ ମାଛ ଠୁକୁଠୁକା ଓ କଲରା ପତ୍ର ବରା, ଡାଲି ଭାତ ବସେଇ ବଡ଼ି ପାରୁଥିଲା. ଏବେ ପୁଅ ନାତିଙ୍କୁ ଦେଖି ଜେଜେ ଜେଜେମାଆ ଖୁବ ଖୁସି. ଖିଆ ପିଆ ସରିଲା ପରେ ପୁଅ ନାତିଙ୍କ ଆସିବାର କାରଣ ଜାଣି ସେ ଦୁହେଁ କହିଲେ ଆମେ ଏଇଠି ଥିଲେ ଏମିତି ପ୍ରତି ରବିବାର ନଖ ଚୁଟି କାଟି, ଚୁନା ମାଛ, ପୋଇ ଖାଡ଼ି, ପିତା ବରା ଖାଇ ଗାଁରେ ବଞ୍ଚିଯିବୁ କିନ୍ତୁ ସହରକୁ ଗଲେ ଆମେ କାହା ସଙ୍ଗେ ଆମ ମନ କଥା ବାଣ୍ଟି ନପାରି, ପାନ ପିକ ପକେଇବାରେ ଅସୁବିଧା ଭୋଗି, ଗାଡି ମଟର ର ପ୍ରଦୂଷଣରେ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରିନପାରି ଅଧିକ ବୁଢା ବୁଢ଼ୀ ହୋଇ ଆୟୁଷ ଥାଉ ଥାଉ ମରିଯିବୁ. ଜେଜେମାଆ ମଧ୍ୟ କହିଲା ଖରା ଟିକେ ନପାଇ ବଡି କରିବା ଦୂରେ ଥାଉ ଭିଟାମିନ ଡି ଅଭାବ ରୋଗ ସାଙ୍ଗକୁ ସାଙ୍ଗ ସୁଖ ନପାଇ, ପର୍ବପର୍ବାଣୀ ଠିକ ଭାବେ ପାଳନ କରିନପାରି ଅଳସୁଆ ହୋଇଯିବୁ. ତେଣୁ ଗାଁରେ ରହିବାକୁ ଦେଲେ ଆଉ କିଛି ଦିନ ବଞ୍ଚିଯିବୁ. ହ୍ୟୁମାନ ସାଗରଙ୍କ ଷ୍ଟାଇଲ ରେ ଜେଜେମାଆ ଆଉ କିଛି ଦିନ ବଞ୍ଚିଯିବୁ ପଦକ କହି ହ୍ୟୁମାନ ସାଗରଙ୍କୁ ମନେପକେଇ ଦେଇ ମନ ଦୁଃଖ କରିଦେଲେ ମଧ୍ୟ ସେ ଦୁହେଁ ସତ କହୁଛନ୍ତି ଭାବି ଦୁହେଁ ବାପା ଓ ସଂଜୀବ ଆମ୍ବ ଆଚାର, କମଳା, କରମଙ୍ଗା ଆଚାର ଓ ଭିର୍ନ୍ନ ଭିର୍ନ୍ନ ମଞ୍ଜି ବଡି,ପାମ୍ପଡ଼ ତଥା କଖାରୁ ଫୁଲ, ଡଙ୍କ, ପୋଇ ଡ଼ଙ୍କ ଓ ପତ୍ର, ଲାଉ, ଚଲଣା, ଓଲୁଅ, କଖାରୁ ଇତ୍ୟାଦି ଘେନି ସଂଜୀବ ବାପାଙ୍କ ସଙ୍ଗେ ଫେରିଆସିଥିଲା ସହରକୁ. ମାଆ ପଚାରିଲେ ଜେଜେ ଜେଜେମାଙ୍କୁ ଆଣିଲନି!ସଂଜୀବ ହ୍ୟୁମାନ ସାଗର ଷ୍ଟାଇଲ ରେ ବୋଲୁଥିଲା ସେମାନେ କହିଲେ ଗାଁରେ ରହିଲେ ଆଉ କିଛି ଦିନ ବଞ୍ଚିଯିବେ. ମାଆ ପଣତରେ ଲୁହ ପୋଛୁଥିଲେ. ଜେଜେ ଜେଜେମାଆ ଆସିଲେନି କି ହ୍ୟୁମାନ ସାଗର ଅଳ୍ପ ବୟସରେ ବାହୁଡ଼ିଗଲେ ବୋଲି କେଜାଣି ସଂଜୀବ ତା କ୍ରିକେଟ ବ୍ୟାଟ ନେଇ ପଡିଆକୁ ବାହାରିଯାଇଥିଲା.
