Dr Jharana Satapathy

Others

5.0  

Dr Jharana Satapathy

Others

ଏମିତି କେମିତି ଯେ

ଏମିତି କେମିତି ଯେ

3 mins
374


ଖୁସିରେ ଫାଟି ପଡୁଥିଲେ ଶ୍ବେତା ମେଡମ କେତେବେଳେ ତାଙ୍କ ସ୍ବାମୀ ପ୍ରମୋଦ ଘରକୁ ଫେରିବେ ତାଙ୍କୁ ଏହି ଖୁସି ଖବରଟା ଶୁଣାଇବେ। ମନେ ମନେ ଭାବୁଥାନ୍ତି କେମିତି ଥିଲା ସେ ଇନଟରବ୍ୟୁଟା....


----ଗୁଡ ମର୍ନିଙ୍ଗ୍ ସାର୍। 


---ନମସ୍କାର। ମୁଁ ଶ୍ବେତା ମହାନ୍ତି । 


ଶ୍ବେତା ମେଡମ ଆସନ୍ତୁ । ଆପଣଙ୍କ କେରିୟର ବିଷୟରେ କିଛି କହିପାରିବେ।


ହଁ ସାର୍ ନିଶ୍ଚିତ ମୁଁ ମୋର ମାଟ୍ରିକ୍ୟୁଲେସନ୍ ଏବଂ ପ୍ଲଲ ସ୍ ଟୁ ପ୍ରଥମ ଶ୍ରେଣ୍ରୀରେ ଉର୍ତ୍ତିଣ୍ଣ ହୋଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ ,ପି. ଜି ସହ ଏମ୍ ଫିଲ ଏବଂ ପିଏଚ୍ ଡି ଡିଗ୍ରି କରିଛି। ସାର୍ ଏ କଲେଜରେ ଏକ ଅଧ୍ୟାପିକା ପୋଷ୍ଟ୍ ଥିବା ଲାଗି ଆଗ୍ରହ ପ୍ରକାଶ କଲି। ପିଲାମାନଙ୍କୁ ପଢାଇବାକୁ ମତେ ଭାରି ଭଲ ଲାଗେ।


ଓକେ ଠିକ୍ ଅଛି ମେଡମ। ଆପଣ ଯେ କୌଣସି ବିଷୟରେ ଏକ ଡେମୋ ଦେଇପାରିବେ।


ହଁ ସାର୍ ....


ତାହାହେଲେ ଆପଣଙ୍କ ସବଜେଟର ଏକ ଡେମୋ ଦିଅନ୍ତୁ। 


ଅନଗ୍ରଳ ଭାବେ ଡେମୋ ଦେଇଚାଲିଲେ ମିସେସ୍ ଶ୍ବେତା ମହାନ୍ତି। ମନରେ ଦୃଢ ଆତ୍ମବିଶ୍ବାସ। କାଳେ ଏ ଇନ୍ଟରବ୍ୟୁଟା ସକ୍ସେସ ହୋଇଯିବ । ଶତକୁ ଶତ vive-voceରେ ଉର୍ତ୍ତିର୍ଣ୍ଣ ହୋଇଗଲେ ମିସେସ୍ ମହାନ୍ତି। ଆନନ୍ଦର ସୁଅ ଖେଳି ଗଲା। ଖାଲି ଅପେକ୍ଷା ପ୍ରମୋଦଙ୍କ ଫେରିବା ବାଟକୁ। 


କେତେଵେଳେ ନିଜ ହଜଵେନ୍ଡ ପ୍ରମୋଦ ଆଗରେ ଖୁସିର ଖବର ଶୁଣାଇଵେ। 


ଶୁଣାଗଲା କର୍ଲିଙ୍ଗ ବେଲର ଆଓ୍ବାଜ ॐ ଜୟ ଜଗଦୀଶ ହରେ। 


ଭାବବିହୋଳ ହୋଇ ନିଜକୁ ନିଜେ ନ ସମ୍ଭାଳି ଏକ ମୁହାଁ ହୋଇ ମାଡିଚାଲିଲେ ମିସେସ୍ ଶ୍ବେତା ମହାନ୍ତି ଦରବାଜା ଅଭିମୁଖେ । ସ୍ବାମୀଙ୍କୁ ଦେଖି ପାଟିରୁଵାହାରି ଗଲା ଆପେ ଆପେ ଜାଣିଛ ପ୍ରମୋଦ ମୁଁ vive-voce ରେ ଉର୍ତ୍ତିର୍ଣ୍ଣ ହୋଇଯାଇଛି । 


ଓଃ କନଗ୍ରାଚ୍ୟୁଲେସନ୍ ଡିୟର ।ଆଇ ଏମ୍ ପ୍ରାଉଡ ଅଫ ୟୁ 


ଜାଣିଛ ଯେଉଁ ଏକସ୍ପୋଟ୍ ମାନେ  ଆଜି ମତେ ପ୍ରଶ୍ନମାନ ପଚାରୁଥିଲେ ତାଙ୍କ ଭିତରୁ ଠିକ୍ ସିନେମା ଜଗତର ବିଜୟ ମହାନ୍ତି ସଦୃଶ ଜଣେ ସାର୍ ଥିଲେ। ସିଏ ହିଁ ପ୍ରଶ୍ନ ପଚାରୁଥିଲେ। ମତେ ଲାଗୁଥିଲା ସତେ ଯେମିତି ବିଜୟ ମହାନ୍ତି ମତେ ପ୍ରଶ୍ନ ପଚାରୁଛନ୍ତି। ମୁଁ ଡେମୋ ଦେଉଥାଏ ସେ ସାରଙ୍କ ଚେହେରାକୁ ଖାଲି ଚାହୁଁଥାଏ। ଏମିତି କେମିତି ଯେ ଚେହେରା ପ୍ରାୟ କେତେଜଣଙ୍କର ସମାନ ଥାଏ। 


ତୁମେ ତ ସବୁବେଳେ ଖାଲି ସେ ଵିଜୟ ମହାନ୍ତିଙ୍କ ମୁଭି ଦେଖିବ। ତୁମକୁ ଵିଜୟ ମହାନ୍ତି ଭଳି ନ ଦିଶିଲେ ଆଉ କାହା ଭଳି ଦିଶିବ? ତୁମେ ଡେମୋ ଦେଉଥିଲେ ନା ମୁହଁକୁ ଚାହୁଁଥିଲ?


ସେ ତୁମକୁ ସିନେମା ଜଗତର ବିଜୟ ମହାନ୍ତି ଭଳି ଲାଗି ପାରନ୍ତି କିନ୍ତୁ ଵିଜୟ ମହାନ୍ତି କେଉଁଠୁ ଆସିଵେ?


ହଁ ଶ୍ବେତା ତୁମକୁ ଯେମିତି ସମସ୍ତେ ମମତା କୁଲକର୍ଣ୍ଣି  କହୁଛନ୍ତି ଠିକ୍ ସେମିତି।

 ତୁମେ କଣ ମମତା କୁଲକର୍ଣ୍ଣି !

ଛି... 

ଛି କ'ଣ!

ସତରେ ତୁମେ ତା ଭଳି ଟିକେ ଦିଶୁଛ ।

ହେ ....

ଜାଣିଛ ପ୍ରମୋଦ ଏଭଳି ଚେହେରା ସମାନତାକୁ ନେଇ ମୋର ଛୋଟବେଳର ଗୋଟିଏ କଥା ମନେ ପଡିଗଲା ମୋର ଏବଂ ମୋ ନାନୀର ସାଙ୍ଗର ମୁହଁ ପ୍ରାୟ ସମାନ ଦିଶେ। ମୁଁ ଦିନେ ବଜାରକୁ ଯାଇଥାଏ। ମୋ ସାଙ୍ଗର ବାପା ମଧ୍ୟ ବଜାର ଆସିଥାନ୍ତି। ମତେ ପଛପଟୁ ଦେଖି ପାଟି କରି କହିଲେ 

ଆଲୋ ଶ୍ବେତା ତୁ କାହିଁକି ବଜାରକୁ ଆସିଛୁ? 

ତୋ ବୋଉ ପରା ମତେ ବଜାର ପଠାଇଛି। ତୁ କଣ ପାଇଁ ବୁଲୁଛୁ ! ମତେ କିଏ ଏ କଥା ପଚାରୁଛନ୍ତି ଦେଖି କିଛି ସମୟ ଅବାକ୍ ହୋଇ ରହିଯାଇଥିଲି। ପରେ ଜାଣିଲି ସବୁ କଥା। ତାଙ୍କ ଝିଅ ଭାବି ମତେ ପଚାରିଦେଲେ ଏଭଳି କଥା। 


ଠିକ୍ ଅଛି ଶ୍ବେତା ତୁମେ ତୁମ କଥା କହିଲ ମୋ କଥା ଶୁଣିବ ଆମ କଲେଜର ମୋ ସାଙ୍ଗ ଫିଜିକ୍ସ ସାର ଦେଖିବାକୁ ଠିକ୍ ହିନ୍ଦୀ ସିଙ୍ଗର ଅଭିଜିତ ପରି। କଣ୍ଠବି ସାକ୍ଷାତ ସେହିଭଳି। ଆମର କଲେଜର ଆନୁଅଲ ଫଙ୍ଗସନରେ ଯଦି ଗିତ ଗାଆନ୍ତି ଲାଗେ କୁଆଡେ ଅଭିଜିତ ଆସିଗଲେ।


 ଦିନେ କଣ ହୋଇଛି ଜାଣି'ଛ ଶ୍ବେତା ମୋର ଏକ ପାସପୋଟ୍ ସାଇଜର ଫୋଟ ଉଠାଇବାକୁ ଏକ ଷ୍ଟୁଡିଅକୁ ଯାଇଥିଲି। ଷ୍ଟୁଡିଅରେ ଫଟ ଉଠାଇବା ସମୟରେ ମୋର ନଜର ପଡିଗଲା ସେ ବ୍ୟକ୍ତି ଉପରେ ଯିଏ କି ମୋର ଫଟ ଉଠାଉଛନ୍ତି ଦେଖିବାକୁ ସାକ୍ଷାତ ହିନ୍ଦୀ ମୁଭିର ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଭଳି। ମୋର ଫୋଟ ଉଠା ସରିଲା ପରେ ମୁଁ ତାଙ୍କୁ ସଙ୍ଗେ ସଙ୍ଗେ କହିଦେଲି ଆପଣ ଅଭିଜିତଙ୍କ ଭଳି ଦିଶୁଛନ୍ତି। ମୋର ସାଙ୍ଗ ବି ଜଣେ ଆପଣଙ୍କ ଭଳି ଦିଶନ୍ତି। ସିଏ ମତେ ଉତ୍ତରରେ କଣ କହିଲେ ଜାଣିଛ ମୁଁ ପରା ଅଭିଜିତଙ୍କ ବଡ ଫେନ୍। ଅଭିଜିତଙ୍କର ଗୋଟିଏ ଷ୍ଟେଜରେ ସୋ ଚାଲିଥିଲା ସେ ସୋ ସରିଲା ପରେ ମୁଁ ଅଭିଜିତଙ୍କ ପାଖରେ ଛିଡା ହୋଇ ଏକ ଫଟ ଉଠାଇଥିଲି। ସେ ଦିନଠାରୁ ମୁଁ ତାକୁ ଫ୍ରେମ ବନାଇ ରଖିଛି। ଆପଣ ଏହାକୁ ଦେଖିପାରିବେ। 


ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ଶ୍ବେତା ଜାଣିଛ ଦେଖିବାକୁ ସେମାନେ ପୁରା ସମାନ। ଟିକେ ଫରକ ନାହିଁ। ଜାଣିଛ ମୋ ସାଙ୍ଗ ଫିଜ୍କସ ସାର୍ ଜିତୁକୁ ଏମାନଙ୍କ ସହ ଛିଡା କରିଦେଲେ ତିନିଜଣ ଯାକ ସବୁ ସମାନ ଦିଶିଵେ। 


ହଁ ପରା ପ୍ରମୋଦ ଦୁନିଆରେ ଏଭଳି ଲୋକ ଅଛନ୍ତି ଚେହେରାଟା ପ୍ରାୟ ମିଶିଯାଏ। 


ଚାଲ ଏ ମୌକାରେ ଗୋଟେ ପାର୍ଟି କରିବା କଲେଜ ଷ୍ଟାପମାନଙ୍କୁ ଡାକି।


Rate this content
Log in