Prasant Kumar Senapati

Others

4  

Prasant Kumar Senapati

Others

ଏମିତି ବି ପ୍ରେମରେ ହୁଏ-:

ଏମିତି ବି ପ୍ରେମରେ ହୁଏ-:

3 mins
14.1K


ଏମିତି ବି ପ୍ରେମରେ ହୁଏ-:

ଠିକ୍ ସେଦିନ ଅଫିସ୍ ଯିବା ପୂର୍ବରୁ ଅଜୟର ମୋବାଇଲ ରିଙ୍ଗ ହେଲା । ଫୋନ୍ ଉଠାଇବା ମାତ୍ରେ କେହିଜଣେ କହିଲା ଅଜୁ ଭାଈ ଶିଘ୍ର ମେଡିକାଲକୁ ଆସ । ସୋନାଲିର ଆକ୍ସିଡେଣ୍ଟ ହୋଇ ଯାଇଛି । ଆଖି ପିଛୁଳାକେ ବାଇକ୍ ଧରି ଝଡ ବେଗରେ ବାହାରିଗଲା ଅଜୟ । ଖୋଲା ଆକାଶ ପରି ବାଇକ୍ ଶହେ ରୁ ଶହେ ଗତିରେ ମାଡି ଚାଲିଥିଲେ ମଧ୍ୟ ଟ୍ରାଫିକ୍ ଲାଇଟ୍ ଗୁଡିକ ତାର ପ୍ରତିବନ୍ଧକ ହୋଇନଥିଲେ । ଅଜୟ ଟ୍ରାଫିକ୍ ନିକଟବର୍ତ୍ତି ହେବା ମାତ୍ରେ ସବୁଜ ସଙ୍କେତ ଦୃଶ୍ୟ ହେଉଥିଲା । ସମସ୍ତେ ଯେପରି ଚଳ ଚଞ୍ଚଳ ହୋଇ ଉଠିଥିଲେ ଅଜୟ ଓ ସୋନାଲିକୁ ମିଶାଇବା ପାଇଁ । ଆଉ ଅଳପ୍ ଦୂର ଅଛି ମେଡିକାଲ । କିନ୍ତୁ ଏ କଣ ଶେଷ ଟ୍ରାଫିକ୍ ତା ରାସ୍ତାର ବାଧକ ସାଜିଲା । ତାର ବାଇକ୍ ସ୍ପିଡ୍ କଣ୍ଟା ଶହେରୁ ଶୂନ ହୋଇଗଲା ।

ହଠାତ୍ ସେ ଦେଖିଲା ଟ୍ରାଫିକ୍ ର ଅପର ପକ୍ଷରେ ସୋନାଲି ନିଜ ସ୍କୁଟି ଧରି ଠିଆ ହୋଇଛି । ତା ଦେହରେ ସତେ ଯେପରି ଜୀବନ ଫେରି ଆସିଲା । ମନେ ମନେ ଫୋନ୍ କରିଥିବା ସେ ଲୋକଟିକୁ ବହୁତ ଗାଳି ଦେଲା । ହାତରେ ଇଶାରା କରି ସୋନାଲିକୁ କହିଲା ତୁମେ ସେଇଠି ରୁହ, ମୁଁ ତୁମ ପାଖକୁ ଯାଉଛି । ଅଜୟ ସୋନାଲି ନିକଟରେ ପହଞ୍ଚିବା ମାତ୍ରେ ସ୍ଥାନ, କାଳ ଓ ପାତ୍ରକୁ ସବୁ ଭୁଲିଯାଇ ରାସ୍ତା ମଝିରେ ତାକୁ କୁଣ୍ଢାଇ ପକାଇଲା । ଅଜୟ ଆଖିର ଆନନ୍ଦାଶ୍ରୁରେ ସୋନାଲି ଓଦା ହୋଇ ଚାଲିଥିଲା । ସୋନାଲି ବୁଝିପାରୁନଥିଲା ଅଜୟ ଏପରି ବ୍ୟବହାର କାହିଁକି କରୁଛି ? କିଛି ସମୟ ପରେ ଅଜୟ କହିଲା କିଭଳି ସେ ସାଙ୍ଗ ତୁମର କେଜାଣି ? ଏମତି ଖବର ଦେଇ କେହି କଣ ମଜ୍ଜା କରେ ? ତା ପରେ ଏକନିଶ୍ବାଷରେ ଅନର୍ଗଳ ସବୁକଥା ଗପି ଚାଲିଲା । ସୋନାଲି ଏକଥା ଶୁଣି ହସି ହସି କହିଲା, ତୁମେ ଗୋଟେ ନିହାତି ପାଗଳ ମଣିଷଟେ । ମୋତେ ଫୋନ୍ କରି ପଚାରି ପାରିଥାନ୍ତ ?

ଅଜୟ କହିଲା ଯାହା ବି ହେଉ ଆଜି ଆମେ ଦୁହେଁ ଅଫିସ୍ ଯିବା ନାହିଁ । ସେ ସୋନାଲିର ସ୍କୁଟିକୁ ନେଇ ପାଖ ଏକ ଦୋକାନ ନିକଟରେ ପାର୍କ କରି ଆସିଲା । ସୋନାଲିକୁ ନିଜ ବାଇକ୍ ରେ ବସାଇ ସିଧା ସମୁଦ୍ର କୂଳକୁ ଚାଲିଲା । ସୋନାଲି କହିଲା ତମେ ଜଣେ ପୁଅ ହୋଇ ଏତେ ବ୍ୟସ୍ତ ବିବ୍ରତ କିପରି ହୋଇଯାଉଛ ? ସତରେ ଯଦି ମୋର କିଛି ହୋଇଯାଏ ? ମୁଁ ମରିଯିବି ସୋନାଲି । ସୋନାଲି ସାମାନ୍ୟ ହସି କହିଲା ଆଜିକାଲି ପ୍ରେମିକ ମାନଙ୍କର ଏହା ଏକ ପୁରୁଣା ଡାଇଲଗ୍ । ସତ୍ୟତାକୁ ଅନୁଭବ କର ଓ ଅଫିସ୍ ଚାଲ ।

ସୋନାଲି ତାର କଥାକୁ ହାଲୁକା ଭାବେ ଗ୍ରହଣ କରୁଥିବାରୁ ଅଜୟ ରାଗିଗଲା ଓ କହିଲା ଠିକ୍ ଅଛି ତୁମକୁ ମୋ କଥା ମଜ୍ଜା ପରି ଲାଗୁଛି । ତୁମେ ଏଇଠି ରୁହ ମୁଁ ଏକା ଏକା ଅଫିସ୍ ଯାଉଛି । ପଛେ ପଛେ ଦୌଡି ଆସିଲା ସୋନାଲି ଓ କହିଲା ଆଜି ମୋତେ ଏକା ଛାଡି ଯାଅ ନାହିଁ । ଅଜୟ ନିଜକୁ ସୋନାଲିର ବାହୁ ବନ୍ଧନରୁ ମୁକ୍ତ କରି କିଛିଦୂର ଯିବା ପରେ ପୁନର୍ବାର ସେହି ନମ୍ବରରୁ ଫୋନ୍ ଆସିଲା । ଅଜୟ ପୁଣିଥରେ ସେହି ନମ୍ବରକୁ ଦେଖିବା ମାତ୍ରେ ତାର ରାଗ ପଞ୍ଚମରେ ପହଞ୍ଚି ଗଲା ଓ ସେ ପ୍ରଚଣ୍ଡ ରାଗରେ କହିଲା ମଜ୍ଜା କରିବାର ଗୋଟାଏ ସୀମା ଥାଏ । ଏତେ ବେକାର ମଜ୍ଜା କରିବାକୁ ତୁମକୁ ଖରାପ ଲାଗିଲାନି ? ସେପଟରୁ ଉତ୍ତର ଆସିଲା ତୁମେ କଣ କହୁଛ ମୁଁ କିଛି ବୁଝିପାରୁନି ଅଜୟ ଭାଇ । ଦୟାକରି ଶିଘ୍ର ଆସନ୍ତୁ । ସୋନାଲି ଆମକୁ ଛାଡି........ଫୋନ୍ ଟା ହାତରୁ ଖସି ପଡିଲା ଅଜୟର । ସେ ପଛକୁ ବୁଲି ଦେଖେତ କେବଳ ନିରୋଳା ବାଲୁକାମୟ ଓ ସମୁଦ୍ରର ଚାପା ଗର୍ଜନ । ଅଧର୍ଯ୍ୟ ହୋଇ ଭୋ ଭୋ କାନ୍ଦି ଊଠିଲା ଅଜୟ । ସିଧା ଦୌଡିବା ଆରମ୍ଭ କରି ଦେଇଥିଲା ଟ୍ରାଫିକ୍ ଭରା ବ୍ୟସ୍ତ ରୋଡ୍ ଉପରେ । ସାମନା ପଟରୁ ଆସୁଥିବା ବାଲି ଗାଡିଟା ଯେପରି ଦୁହିଁକୁ ଏକାଠି କରିବାର ସପଥ ନେଇ ସାରିଥିଲା । ସିଧା ସାମନା ପଟରୁ ଧକ୍କା ଦେଇଥିଲା ଅଜୟକୁ । ଆମେ ଦୌଡିଯାଇ ଦେଖିବା ବେଳକୁ ତତଲା ପିଚୁ ରାସ୍ତା ଉପରେ ଅଜୟର ନିଶ୍ଚଳ ଶରୀରଟି ଅଚିନ୍ତାରେ ଶୋଇଯାଇଥିଲା ଓ ଦୂର ବେଳାଭୂମିରେ ଦୃଶ୍ୟ ହେଉଥିଲା ଦୁଇ ପ୍ରେମିଙ୍କ ମିଳନର ଅସ୍ପଷ୍ଟ ଛବି ।


Rate this content
Log in