Dr Jharana Satapathy

Others

5.0  

Dr Jharana Satapathy

Others

ଏମିତି ବି ମୃତ୍ୟୁ ଆସେ

ଏମିତି ବି ମୃତ୍ୟୁ ଆସେ

2 mins
302


ନାଆଁଟି ତାର ମିନତି । ତା ବାପା ମାଆ ତାକୁ ସ୍ନେହ ଶ୍ରଦ୍ଧାରେ ମିନି ବୋଲି ଡାକନ୍ତି । ଘରର ସାନଝିଅ ଥିଲା ଏବଂ ଟିଚରସିପ୍ କରୁଥିଲା । ଏମିତି ମିନତିର ମୃତ୍ୟୁ ହୋଇଯିବ ଵୋଲି ଘର ଲୋକ କେବେ ଭାଵିନଥିଲେ ।

ମିନତି ସେଦିନ ନିଜକୁ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରି ତା ବାପାକୁ କହିଥିଲା ମେଡିକାଲ ନେବାପାଇଁ । କାରଣ ସେ ରାତିରେ ତା ପାଖ ଶୋଇବା ରୁମରେ ଓଡୋଶ ଲାଗି କିଛି ବିଷାକ୍ତ ଔଷଧ ଆଣି ତାକୁ କନାରେ ବାନ୍ଧି ଶୋଇବା ରୁମରେ ରଖିଥିଲା । ତାକୁ ପ୍ରତିଦିନ ଓଡୋଶ କାମୁଡେ ସେଥିପାଇଁ ସେ ନିଜେ ଏବଂ ତା ବାବା ମିଶି ବଜାରରୁ ଔଷଧ ଆଣି ରୁମରେ କନାରେ ବାନ୍ଧି ପାଞ୍ଚ ସାତଟି ସ୍ଥାନରେ କନା ଗୁଡିକୁ ରଖିଥିଲେ । ତାପରେ ସେମାନେ ସେ ରୁମରେ ରାତିରେ କବାଟ ବନ୍ଦ କରିଦେଇଥିଲେ ।

ତାଙ୍କ ଘରର ଅନ୍ୟ ଏକ ରୁମରେ ତା ବାବା ମହେଶ ଶୋଇଥିଲେ । ଵିଚାରା ମିନତି କିଛି ନ ଜାଣି ସେହି ଓଡୋଶ ପକାଇଥିବା ରୁମ ଲକ୍ କରି ରୁମ ବାହାରେ ତାକୁ ଲାଗି ବାରଣ୍ଡାରେ ଶୋଇଥିଲା । ସେ ଶୋଇଲା ବେଳେ ରାତି ଦୁଇଟା ବାଜି ଯାଇଥିଲା ପ୍ରାୟ ଭୋର ଚାରିଟା ବେଳେ ନିଜକୁ ନିଶ୍ବାସ ନେବାବେଳେ ଯନ୍ତ୍ରଣା ଭୋଗକଲା । ତାକୁ ସେହି ମାରାତ୍ମକ ବିଷାକ୍ତ ଓଡୋଶ ଔଷଧର ବାସନା କବାଟର ତଳ ପଟେ ଆସି ତା ନାକ ଏବଂ ଶ୍ବାସନଳୀରେ ପଶି ଯାଇଥିଲା । ଫଳରେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲା ।

ସେ ସଙ୍ଗେ ସଙ୍ଗେ ମିନତି ତା ବାବାକୁ ଉଠାଇ କହିଥିଲା ସେ ଔଷଧର ବାସନା ଲାଗି ମତେ ଅଣନିଶ୍ବାସ ଲାଗୁଛି । ତା ବାବା ମଧ୍ୟ ଠିକ ସେଭଳି ଅନୁଭବ କରିଥିଲେ । ସୋଫାରେ ତା ଗୋସେଇଁ ବାପା ଶୋଇଥିଲେ । କିନ୍ତୁ ସେ ସୁସ୍ଥ ଥିଲେ । ମିନତି ଏବଂ ତା ବାବା ମିଶି ମେଡିକଲ ଗଲେ ।  ମିନତିକୁ ଅକ୍ସିଜନ ଦେବାବେଳେ ତାର ମୃତ୍ୟୁ ହୋଇଯାଇଥିଲା । ବିଷାକ୍ତ ଓଡୋଶ ମରା ଔଷଧର ଆଘ୍ରାଣ ସହ୍ୟ ନ କରିପାରି ସେ ସବୁଦିନ ପାଇଁ ଆଖି ବୁଜି ଦେଇ ଥିଲା । ବିଚାରା ନିରୀହ ମିନତିର ପ୍ରାଣଵାୟୁ ଉଡିଗଲା । ବିଚାରି ସିଏ କ'ଣ ଜାଣିଥିଲା ଏମିତି ବି ମୃତ୍ୟୁ ଆସେ !


Rate this content
Log in