Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Akshayakumar Dash

Others


3  

Akshayakumar Dash

Others


ଦୁଃଖର କାରଣ

ଦୁଃଖର କାରଣ

2 mins 200 2 mins 200

ବୁଦ୍ଧ ଭାରତରେ ଅଢେଇ ହଜାର ବର୍ଷ ତଳେ ଜନ୍ମ ନେଇଥିଲେ । ସେ ପିଲାବେଳୁ ଘରୁ ଆସି ଘୋର ଜଙ୍ଗଲରେ ରହି ସାଧନା କଲେ । ସାଧନା ଥିଲା ମନୁଷ୍ୟ କାହିଁକି ଦୁଃଖ ପାଉଛି?ମଣିଷ ଭିତରୁ ଦୁଃଖ କେମିତି ଯିବି । ସାତବର୍ଷ ସାଧନା କଲେ । ଶେଷରେ ନିରଂଜନା ନଦୀକୂଳରେ ଆଶ୍ୱସ୍ତ ବୃକ୍ଷ ତଳେ ବସିରହିଲେ । ସେଇଠି ତାଙ୍କର ଶକ୍ତି ମିଳିଲା ଯାହାକୁ ନିର୍ବାଣ କୁହାଯାଏ । ନିର୍ବାଣ ଅର୍ଥ ଜୀବନକୁ ଜନ୍ମ ମୂର୍ତ୍ତୃ ଠାରୁ ଉର୍ଦ୍ଧ୍ବରେ ରଖି ସତ ପଥରେ ଯିବାପାଇଁ ପ୍ରେରଣା ଦେବା ।

ଈଶ୍ୱରଙ୍କ ବିଷୟରେ ବୁଦ୍ଧକୁଁ ପଚାରିଲେ ଜାଣିନାହାନ୍ତି ବୋଲି କୁହନ୍ତି । ଥରେ କିଛି ଲୋକ ତାଙ୍କୁ ପଚାରିଲେ,ଈଶ୍ୱର ପାଇବାର ଉପାୟ କଣ? ବୁଦ୍ଧ କହିଥିଲେ ,ଅପଙ୍କ ଈଶ୍ୱର ରାଗନ୍ତିକି,କାହାକୁ ଆଘାତ ଦିଆନ୍ତିକି,ସେ ଅପବିତ୍ର କି? ତେବେ ଆପଣ କାହିଁକି ସବୁଠାରୁ ଭଲ ହେଉନାହାନ୍ତି । ନିଜେ ଭଲହେଲେ ଜାଣିବେ ଈଶ୍ୱର କଣ । ସତ ଏହିକି ଯେଉକାର୍ଯ୍ୟକରିଯାଉଥିବା ସେଥିରେ କୌଣସି ସ୍ୱାର୍ଥ ନଥିଲେ ସମସ୍ତଙ୍କ ମଙ୍ଗଳ କଲେ ଈଶ୍ୱର ନିଜକୁ ମଣିବା ।

ବୁଦ୍ଧକଂ ବିଚାରରେ ଅଜ୍ଞାନ ଆମକୁ ଦୁଃଖ ଦିଏ । ଜ୍ଞାନରୁ ସହନଶୀଳତା ଓ ଭଲପାଇବା ମିଳେ । ମନୁଷ୍ୟକୁ ଅଲୋକର ବାଟ ଦେଖାଏ । ପରସ୍ପରକୁ ବୁଝିଲେ ଭଲପାଇଲେ ଆମର ଦୁଃଖ ଚାଲିଯିବ । ଧର୍ମ ପୂଜାପାଠ ରେ ନଥାଏ ଥାଏ ସହନୁଭୁତିରେ । ଭୋକିଲା କୁ ଖାଇବାକୁ ଦେଇ ବିପଦରେ ସହଯୋଗ କରି ସମସ୍ତଙ୍କୁ ଭଲପାଇବାକୁ ଧର୍ମ ଅଟେ । ଧର୍ମ କୁ ଅନୁଭବ କରାଯାଏ । ଆମେ ବୁଦ୍ଧହୋଇପାରିବବା କେବଳ ସମସ୍ତଂକୁ ଭଲପାଇଲେ । ତେଣୁ ବୁଦ୍ଧ କଂ ପଥରେ ଗଲେ ଆମକୁ ଜ୍ଞାନ ଓ ପ୍ରେମ ଲାଭହୁଏ । ଜନ୍ମ ଓ ମୂର୍ତ୍ତୃ ବାସ୍ତବ ସତ୍ୟ । ଏହାକୁ ଜାଣି ଆମେ ଆମର ସ୍ୱାର୍ଥ ପାଇଁ ଅନ୍ୟକୁ କଷ୍ଟ ଦେଉଛେ । ଏହି ଅଜ୍ଞାନ ଆମକୁ ଦୁଃଖ ଦିଏ । ତେଣୁ ଦୁଃଖର କାରଣ ଅଜ୍ଞାନ । ଅଜ୍ଞାନକୁ ଅତିକ୍ରମ କରିବାକୁ ଗଲେ ପ୍ରକୃତ ସତ୍ୟକୁ ଧରିବା ଉଚିତ । ପ୍ରାର୍ଥନା ବା ଯଜ୍ଞକରି ଅଜ୍ଞାନକୁ ଜୟ କରିହେବନାହିଁ । ତେଣୁ ବୁଦ୍ଧ କହିଲେ କାମନାର ବିନାସରେ ଦୁଃଖର ବିନାଶ ହୁଏ । ତେଣୁ ଆମକୁ ଭଲପାଇବାକୁ ସମସ୍ତଙ୍କୁ ଗଲେ ଯେପରି ଜଙ୍ଗଲୀ ଲୋକର ଆଖି ଭୂମିଉପରେ ପଡେ ସେମିତି ଜ୍ଞାନବାନ ଲୋକ ମଣିଷର ଦୁଃଖ କେବଳ ଦେଖେ ସେ ହିଁ ବୁଦ୍ଧ ।


Rate this content
Log in