STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଧନ୍ୟ ସେ ନାରୀ

ଧନ୍ୟ ସେ ନାରୀ

1 min
426


ସ୍ତ୍ରୀ ହେଉଛି ଲକ୍ଷ୍ମୀ ଏଭଳି ବ୍ୟବହାର ରମେଶ ବାବୁ ତୁମର ତାଙ୍କ ଉପରେ।ଆଜି ମୁଁ ଯଦି ନଥାନ୍ତି ! ସର୍ମାନ ଦେବାର ଶିଖନ୍ତୁ ସାମାନ୍ୟ କଥାରେ ଏତେ ଉତ୍କ୍ଷିପ୍ତ।ଧିକ ତୁମର ପୁରୁଷ ପଣିଆ! ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛ।ଲକ୍ଷ୍ମୀଛଡା ହୋଇଯିବ ତୁମେ।ମାରି ମାରି ତାକୁ ମାରିଦେଵେ ନା କଣ ?

ଧନ୍ୟ ସେ ନାରୀ! କି ଧର୍ଯ୍ୟ ଏବଂ ସହନଶୀଳତା ତାଙ୍କର।ତୁମେ ଦେଖିପାରୁନ ସେ ନାରୀ ନୁହଁ ପ୍ରକୃତରେ ପାସାଣ।ପାସାଣଠୁ ବି ସହିବା ଶକ୍ତି ତାଙ୍କର।ଖାଲି ତୁମର ସେ ସ୍ତ୍ରୀ ନୁହଁ।ଏ ନାରୀ ତୁମର କେତେବେଳେ ମାଆ ରୂପେ କର୍ତ୍ତବ୍ୟ ନିଭାଇଛି ଆଉ କେତେବେଳେ ତୁମର ଭଗିନି ରୂପେ।ଏସବୁ ଭୁଲିଯାଉଛ ତୁମ ମନରୁ ଧିକ ତୁମ ପୁରୁଷ ପଣିଆ।ସେ ନାରୀ ନୁହଁ ସାକ୍ଷାତ ନାରାୟଣୀ।


ତୁମ ନାମରେ ସିଏ ଥରେ ଯଦି ଥାନାରେ ଏତଲା ଦେଇଦିଏ ସାରା ଜୀବନ ଚକି ପେଶିବ ତୁମେ।ମୁଁ ଯାଏ ପୋଲିସକୁ ଡାକିଆଣେ।


-----"ରୁହନ୍ତୁ ଗୋବର୍ଦ୍ଧନ ବାବୁ ଆମ ଘର ଭିତର କଥା। ସିଏ ମତେ ମର୍ଯ୍ୟାଦା ଦେଉ ନାହାନ୍ତି ମାରାପିଟା କରୁଛନ୍ତି ବୋଲି ତାଙ୍କ ନାମରେ ଏତଲା ଦେବି କେବେବି ନୁହଁ ,ମୁଁ ପରା ତାଙ୍କ ସ୍ତ୍ରୀ ।ମୁଁ ନିଜେ ମରିଯିବି ପଛେ ମୋ ସ୍ବାମୀଙ୍କୁ କିଛି ଆଞ୍ଚ୍ ଆସିବାକୁ ଦେବିନି।ମୁଁ କେବେ ହେଲେ ତାଙ୍କ ବିରୁଦ୍ଧରେ ଯିବି ନାହିଁ"।


------"ସିଏ ପରା ମୋର ପତି ପରମେଶ୍ବର।ସୁଖ ଦୁଃଖର ସାଥୀ। ପ୍ରତିଦିନ ହୋଇ ଥିବା ଘଟଣାଗୁଡାକୁ ମୁଁ କେବେବି ଦେହକୁ ନିଏ ନାହିଁ।ଦିନେ ନା ଦିନେ ସେ ବୁଝିବେ ସ୍ତ୍ରୀ କ'ଣ"।



Rate this content
Log in