ଡିବି
ଡିବି
ବାତ୍ୟା ରେ ଭାଙ୍ଗିଗଲା ମନୁଷ୍ୟ । କ୍ଷତି ହେଲା ଜନଜୀବନ । ରାତିରେ ସାରା ସହରଟା ମଲା ମୁର୍ଦାର ।ବିଜୁଳି ବତୀଖୁଣ୍ଟ ମାଟିକାମୁଡି ପଡିଛି ।
ସହରରେ ରୁହନ୍ତି ଖାରବେଳ । ସଚିବାଲୟରେ ଚାକିରୀ ।
ସରକାରୀ ଘରେ ରୁହନ୍ତି ।ଡିବି ଟିଏ ରାତିକୁ ଲୋଡ଼ା । ଟିକେ ଆଲୁଅ ନହେଲେ ଚଳିବେ କିମିତି । ଘରଜାକ ଖୋଜାପଡିଛି , ଶେଷରେ ପ୍ଲାଷ୍ଟିକ ବୋତଲ ଠିପିରେ କଣାକରି ବଳିତାଟିଏ ଠିପିକଣାରେ ପୁରେଇ ଘରେଥିବା କିରାସିନି ପୁରେଇ ଲାଗିଲା । ଡିବି ଜଳିଲା । ଶୀଘ୍ରଶୀଘ୍ର କାମ ସାରିବାକୁ ହେବ ।ରୋଷେଇ କରିହେବନାହିଁ। ରୁଟି କରିବାକୁ ବି ତକଲିଫ ।
ଶାନ୍ତି ସମସ୍ତ ପରିବାରଙ୍କର ଖାଇବାକୁ ଚୁଡା ଟେବୁଲଉପରେ ଥୋଇଦେଲେ । ନିଜେ ଶୋଇବାକୁ ଗଲେ । ଡିବି ମିଞ୍ଜିମିଞ୍ଜି ଜଳୁଛି । ଲାଗୁଛି ସହରଯାକ ଅନ୍ଧାର ସଙ୍ଗେ ଲଢେଇ କରୁଛି ।
