Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ଶିଶିର ସାହୁ ମନୋଜ

Others

2  

ଶିଶିର ସାହୁ ମନୋଜ

Others

ଡାମରକୁଆ ଓ ପାଣିକୁଆ କଥା

ଡାମରକୁଆ ଓ ପାଣିକୁଆ କଥା

1 min
339


ଡାମରାକୁଆ ଓ ପାଣିକୁଆ ଦି ସାଙ୍ଗ । ଦିହିଙ୍କ ଭିତରେ ପାଣି ଗଳେ ନାହିଁ । ପାଣିକୁଆ ବେଳେ ବେଳେ ଆସି ଡାମରାକୁଆ ଘରେ ରହେ । ଡାମରାକୁଆଟା ଵି ପାଣିକୁଆ ଘରେ କୁଣିଆ ହୁଏ । ଡାମରାକୁଆ ଟିକିଏ ଖଳପ୍ରକୃତିର । ପରଛିଦ୍ର ଖୋଜିବୁଲେ । ଦୋଷ ନଥିଲେ କୁଆଡୁ଼ ହେଲେ ଗୁଟାଏ ଦୋଷ ବାହର କରେ । ତିଳ ପରମାଣ ଦୋଷକୁ ତାଳ ପରି କରେ କିଛି ଦୋଷ କାଢି ନପାରିଲେ ତା ମନ କଷ୍ଟ ହୁଏ ।

ଦିନେ ଡାମରାକୁଆ ପାଣିକୁଆ ଘରେ ଯାଇ ପହଞ୍ଚିଲା । କେତେ ଦିନର ସାଙ୍ଗ କେତେଦିନ ପରେ ଆସିଚନ୍ତି । ପାଣିକୁଆ ବଡ଼ ଆଦର ସନମାନ କଲା । ଚେଙ୍ଗ,ବେଙ୍ଗ,ଗେଣ୍ଡା,କଙ୍କଡ଼ା,କୋଚିଆ କେତେ କିୟଣ ଯୋଗାଡ଼ କରି ଖାଇବାକୁ ଦେଲା ।

ଡାମରାକୁଆ ତା ଘରେ ରହୁ ରହୁ କିଛି ଦିନ ରହିଗଲା । କିସ ଗୁଟାଏ ଦୋଷ ଖୋଜି ବୁଲୁଥାଏ । ଜିରାରେ ଶିରା ନାହିଁ କି ଛେନାରେ ଚୋପା ନାହିଁ,କେନ୍ତା- କିରା ଟା ଆଉ ବାହାର କରିବ ?

ଡାମରା ଏନ୍ତା ଭାବନାରେ ଥାଏ ।

ବିଦାବେଳ ହେଲା,ଡାମରାକୁଆ ଯାଉ ଯାଉ ବନ୍ଧୁ କୁ ବୋଇଲା

ଖିଆପିଆ ଆଦର ସନମାନ ତମର କଉଥିରେ ଊଣା ନାଇଁ,ତମ ମୁଲକରେ ସବୁ ଭଅଲ, ହେଲେ ଖାଲି ଗୁଟାଏ ଦୋଷ .....

ମୁହଁ ବୁଡେ଼ଇ ଲାଞ୍ଜ ଉପରକୁ ଟେକି ତେମେ ଯୋଉ ମାଛ ଖାଉଛ ନା...


ସେଇଦିନଠୁଁ କଥା ଅଛି -

“ପାଣିକୁଆ ରାଇଜକୁ

               ଡାଳିକୁଆ ଗଲା ।

ଗଲା ଅଇଲା ବେଳକୁ

              ମନେଁ ରହିଲା ।”


Rate this content
Log in