Amiya Bej

Others

3  

Amiya Bej

Others

ଚକା ଚକା ଭଉଁରି

ଚକା ଚକା ଭଉଁରି

2 mins
7.0K


 ଚକା ଚକା ଭଉଁରି 
 
 
          ବହୁଦିନ ପରେ ଶଶୁରାଲ୍ ରୁ ନିମନ୍ତ୍ରଣ ଆସିଥିଲା । ନଗଲେ ନହେବ । ପ୍ରସ୍ତୁତି ଆରମ୍ଭ ହୋଇଗଲା । ସୋନୁକୁ କହିଲି ଚାଲ୍ ତୟାର୍ ହୋଇପଡ । ତୋ' ମାମୁଁଘରକୁ ଯିବା ।
 
- ନାଇଁ , ମୋର ଟିଉସନ ମିସ୍ ହେବ । ଯିବିନି ।
- ଆରେ ! ମାମୁଁଘରକୁ କିଏ ମନାକରନ୍ତି ?
- ଯିବିନି କହିଲି ପରା ?
- ହଉ ।
 
          ପିଲାବେଳେ ମାମୁଁଘର ଯିବାକଥା ଶୁଣିଦେଲେ, ଗୋଡ ଆଉ ମାଟିରେ ଲାଗେନି ମୋର ଓ ନାନୀର । କେତେ ଯେ ସଜବାଜ ହେଉଥାଉ । ମୋ ମା' ଚାରିଭାଇରେ ଗୋଟେ ଭଉଣୀ । ସେଥିଲାଗି ଭାରି ଖାତିର୍ ତା'ର ବାପଘରେ । ଆମେ ସେଠାକୁ ଗଲେ ଚାରିମାଇଁଯାକ ଲାଗିଯା'ନ୍ତି ପଛରେ । ଯେମିତି କିଛିବି ଊଣା ନହୁଏ । ଆଇ ହୁକୁମ୍ ଜାରିକରେ - "ମୋ' ନାତିନାତୁଣୀଙ୍କ କିଛି ଅଡୁଆ ନହୁଏ ଯେପରି ।" ଆମେକ'ଣ କିଛି କମ୍ କି ? ମାମୁଁଙ୍କୁ ବରାଦ ଉପରେ ବରାଦ କରିଚାଲୁ । ମାମୁଁଘର କାଳିଗାଈ ( ଯାହା ମୋ ମା'ର ବୋଲି ଅଜା କୁହନ୍ତି ) ସିଏଜାଣ ଗୋଟେ କାମଧେନୁ । ଏମିତିତ କାଳିଗାଈ ଖିର ମିଠା । ସେଥିରୁ ମାଇଁ କରିଥିବେ ଦହି, ଛେନାପୋଡ, ଘିଅ ଆଦି କେତେ କ'ଣ ।" ଚକା ଚକା ଭଉଁରି, ମାମୁଁଘର ଚଉଁରି... .... ମାଇଁ ମୋତେ ଧଇଲେ, ଦୁଧଭାତ ଖୋଇଲେ " ଏସବୁ ଗୋଟାପଣେ ଆମସହ ସେଠି ହୁଏ । ମାମୁଁଘର ରହଣୀ କେତେଦିନ ଖୁବ୍ ନିଆରା । ନ'ଫେରିବାକୁ କେତେ କନ୍ଦାକଟା । ମାଇଁମାନଙ୍କ ମଉଳା ମୁହଁ ଦେଖି, ମା' ରାଜି ହୋଇ ବାପାଙ୍କ ସହ ଏକା ଫେରେ । ଆଉ ଦୁଇ ଚାରିଦିନ ରହି ମାମୁଁଙ୍କ ସହ ଆମେ ନୂଆ ଜାମାଯୋଡ଼ ହୋଇ ଘରକୁ ଆସୁ । ମା'ସହ ମାମୁଁଘର ଯିବାରେ ମଜାଅଛି , ଫେରିବାରେ ଜମାନୁହଁ । ଗଲାବର୍ଷ ବଡମାଇଁ ଅବେଳରେ ଚାଲିଗଲେ । ଭଣଜା ହେବାର ପ୍ରକୃତ ଦାୟିତ୍ୱ ମୁଁ ସେତେବେଳେ ଯାଇ ଜାଣିଲି । କେତେ ଅପୂର୍ବ ଭାବମୟ ସତେ ଆମ ଏଇ ହିନ୍ଦୁ ପରମ୍ପରା ! ସୌମ୍ୟା ଆସି ପାଟିକଲା - "କ'ଣ ଭାବନାରେ ବୁଡିଗଲ ? ମା' ହଜାରେଥର ଫୋନ୍ କଲାଣି କେତେବେଳେ ବାହାରୁଛ କହି । ଚାଲ ଜଲଦି ।"
- ହଁ ଯେ , ସୋନୁ ମନାକରୁଛି ଯିବାକୁ । କ'ଣ ହୋଇଛି କି ?
 
- ନା ନା ସେ ନଯାଉ । ପରୀକ୍ଷା ଆଉ ଅଳ୍ପଦିନ ।
- ଦି'ଟା ଦିନ ତ଼ ମୋଟେ । ମାମୁଁଘର ଟା ଟିକେ ବୁଲି ଆଇଥାନ୍ତା !
- ତୁମର ଏଥିରେ କ'ଣ ଯାଉଛି ଶୁଣେ ? ଚାଲିଲ ଆଗ, ଢେର୍ ଲେଟ୍ ହେଲାଣି ।
- ତା' ମାଇଁ ତା'କୁ ଦୁଧଭାତ ଖୋଇ ଦେଉନି କି ? ମଜାରେ ପଚାରିଲି
- ହଁ ପା ! ଭୂବନେଶ୍ବର ରେ ସେମାନେ କାଳିଗାଈ ଦଶୁଟା ରଖିଛନ୍ତି ତ଼ ? ଓମ୍-ଫେଡ଼ ଦୁଇ ପାକେଟ୍ ଚା' କୁ ନିଅଣ୍ଟ ।କହିଲେ କ'ଣ ନା ଦୁଧଭାତ। ଛେନାଭାତ ଖୋଇବେ ଚାଲ ।
- ହସିଲି ।
( ସବୁ ଝିଅଗୁଡା ବାପଘର କଥା ଉଠୁଉଠୁ ଚିହିଁକି ଯା'ନ୍ତି )
 
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର 


Rate this content
Log in