ଚକ
ଚକ


ବ୍ରଜବନ୍ଧୁ ଟ୍ରକ ଡ୍ରାଇଭର। କୃପାସିନ୍ଧୁ ବସ ର ପାଇଲଟ। ଦୁହେଁ ଦୁରେଇ ବସି ମୁଖରେ ମାସ ଦେଇ ଦୁଖଃ ସୁଖ ହେଲେ।କୃପାସିନ୍ଧୁ କହିଲା ଦେଖସାଙ୍ଗ ସରକାର ସିନା ଗାଡି ଚାଳନା ବନ୍ଦ କଲେ ହେଲେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ତାଙ୍କୁ ସହଯୋଗର ହାତ ବଢ଼େଇବା କଥା। କରୋନା ଆତଙ୍କ ରେ ବହୁ ପ୍ରବାସୀ ଓଡ଼ିଆ ଘରକୁ ଚାଲି ଚାଲି କିଏ ବା ନିଜ ନିଜର ଆର୍ଥିକ ଅନାଟନ ରେ ଭୋକ ଉପାସରେ ପଡି ଘରକୁ ଫେରୁଛନ୍ତି। ସେମାନଙ୍କ ଦୁର୍ଦଶ। ଦେଖିଲେ ମନ ଦୁଃଖରେ ଭାଙ୍ଗି ଯାଇଛି। ବ୍ରଜବନ୍ଧୁ ଟିକିଏ ନୀରବ ରହି କହିଲେ, ତେବେ ତ କରୋନା ଆହୁରି ସଂକ୍ରମଣ ହେବ। ତୁ କହ ସରକାର ଯାହା କରୁଛନ୍ତି ତାହା କଣ ଆମପାଇଁ ଭଲ ନୁହେଁ? ଆଜି ଖବର ଶୁଣିଲୁ, ଆଜି ସରକାର କହିଛନ୍ତି ସୁରଟ ଆନ୍ଦ୍ର ତାମିଲନାଡୁ ପ୍ରବାସୀ ଓଡ଼ିଆ ଲୋକ ଫେରିବା ପାଇଁ ବସ ଯୋଗେଇ ଦେବେ।ସେମାନଙ୍କୁ ବସରେ ଧରି ଆସିବେ।
ସରକାର ଖର୍ଚ୍ଚ ଦେବେ ।କୃପାସିନ୍ଧୁ କହିଲେ ଏବେ କରୋନା ହଟିବନା ଆହୁରି ବ୍ୟାପିବ। ଦେଖେ ମୁଁ ବାଜି ମାରି କହୁଛି କରୋନା ସଂଖ୍ୟା ବୃଦ୍ଧି ପାଇବ।ବ୍ରଜବନ୍ଧୁ କହିଲା ଛାଡ଼ ଆମେ କହିଦେଲେ କିଏ ଶୁଣୁଛି। ସରକାର କଣ କରିବାକୁ ଯାଉଛନ୍ତି କରନ୍ତୁ। ଆମେ କେଉଗାଈର ଗୋବର। ବ୍ରଜ କହିଲେ, ଏବେ ତ ଦୂର କଲିକତା ରୁ ଲୋକମାନେ ଲୁଚି ଛପି ଆସି କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ସରକାର କଂ ମୁଣ୍ଡ ବିନ୍ଧା କାରଣ ହୋଇଛି।କଲିକତା ରୁ ଫେରିବାରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି ଦେଖିବୁ ସେମିତି ପ୍ରବାସୀ ଓଡ଼ିଆ ଘରକୁ ଫେରିଲେ ଆହୁରି କେତେ ସଂଖ୍ୟା ବଢୁଛି ଦେଖ । ବ୍ରଜ କହିଲେ, କେତେଦିନ ଗାଡି ଚଳାଚଳ ବନ୍ଦ କରି ସରକାର ଚାହୁଛନ୍ତି ଆଗକୁ ଦେଖିବା ।