STORYMIRROR

Satyaprakash Sethy, M. A(UGC NET)

Others

2  

Satyaprakash Sethy, M. A(UGC NET)

Others

ଚିଠିଟିଏ

ଚିଠିଟିଏ

1 min
487

ଚିଠିଟିଏ


ବୋଉଲୋ

    ତୁ କେମିତି ଜାଣିବୁ, ସେଦିନ ତୁ ମୋତେ ଯେଉଁ ବୁଢୀ ଅସୁରୁଣୀ, ଭୂତପ୍ରେତ, କୃଷ୍ଣ ସୁଦାମା କାହାଣୀ ସବୁ ଶୁଣାଉଥିଲୁ, ତାହାରି ଭିତରେ ମୁଁ ଯେ ମୋ ଗଳ୍ପର ଉପାଦାନ ଖୋଜୁ ଥିଲି ବୋଲି। ପୁଣି ତୋର ମନେ ଅଛିନା ଲୋ ବୋଉ! ମୁଁ ଟିକିଏ ଡରି ଯାଇ ତୋ ପାଖକୁ ଲାଗିଗଲା ବେଳେ ତୁ କହୁ ନଥିଲୁ ନା?-"ଏଗୁଡାକ ସବୁ ମନ ଗଢା କାହାଣୀ। ତୁ ବଡ଼ ହେଲେ ଏମିତି କେତେ ଲେଖିବୁ।" ବୋଉଲୋ! ତୋର ପ୍ରତିଟି କଥା ମୋର ମନେ ଅଛି, ଯାହା କାହାଣୀ ହୋଇ କେବା ଝରି ଯାଇଛି ମୋ ଲେଖନୀ ମୁନର ତୀବ୍ର ଆହ୍ଵାନରେ। ତୁ ମୋତେ ନ ମାଗି ଯେଣୁ ସବୁ ଦେଇଛୁ, ଆଜି ମୋର ବୋଲି ଯାହା ଅଛି ସେସବୁ ତୋତେ ସମର୍ପଣ କରି ତୋ ରୁଣ ସୁଝିବାରେ ମୁଁ ଚିର ବ୍ରତୀ। ମଥାପାତି ତୋ ଚରଣେ ଢାଲୁ ଅଛି ପ୍ରଣତି।

ଇତି

ତୋରି ପୁଅ

ବାବୁଲା

(ସତ୍ୟ ପ୍ରକାଶ) 

Happy mother's day


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍