STORYMIRROR

Dr Jharana Satapathy

Children Stories Inspirational Others

4  

Dr Jharana Satapathy

Children Stories Inspirational Others

ଚିନ୍ତାରେ ଵିଦ୍ୟାର୍ଥୀ

ଚିନ୍ତାରେ ଵିଦ୍ୟାର୍ଥୀ

1 min
151

ସବୁବର୍ଷ  ପରୀକ୍ଷା ସମୟରେ କିଛି ନା କିଛି ପ୍ରୋବଲମ୍  ।କେତେବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଯାଉଛି ଆଉ କେତେବେଳେ ଓ.ଏମ୍.ଆର ସିଟ୍ ଗାଏବ ହେଉଛି।ଆଉ କେତେବେଳେ ଧରା ପଡୁଛି ବେଧଡକ କପି ଏବଂ ଆଉ କେତେବେଳେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଛି। ଯାହାହେଉ ମନେ ମନେ ଖୁସି ହେଉଥିଲି ସରକାରଙ୍କର କଡା ନିର୍ଦ୍ଧେଶ ସର୍ତ୍ତେ ଏ ବର୍ଷ ନିହାତି ସବୁ ପରୀକ୍ଷା ଭଲ ହେବ। ସବୁ ଵିଦ୍ୟାର୍ଥୀମାନେ ବହୁତ ଭଲ ପରୀକ୍ଷା କରିବେ।ଖାଲି ମୁଁ ନୁହଁ ସବୁପିଲାମାନେ ଭଲ ନମ୍ବର ରଖି ପାସ୍ କରିବେ।ଠିକ୍ ସମୟରେ ପରୀକ୍ଷା ହେବ। କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା। 

ହେ ଭଗବାନ ଠିକ୍ ପରୀକ୍ଷା ଦେବା ପୂର୍ବରୁ କି କରୋନା ମହାମାରୀ ପ୍ରଵଳ ଵେଗରେ ମାଡି ଆସିଗଲା ସବୁ ଠପ ହୋଇଗଲା। ସମଗ୍ର ବିଶ୍ବରେ ହଜାର ହଜାର ସଂଖ୍ୟକ ଲୋକଙ୍କ ପ୍ରାଣ ଚାଲିଗଲା। ଏଥିପାଇଁ ଲକ୍ ଡାଉନର ନିର୍ଦ୍ଧେଶ ଦିଆଗଲା। ଆମ ଦେଶର ଅବସ୍ଥା ଯାହାହେଲାଣି ପୁଣି ଆମ ରାଜ୍ୟର। କରୋନା ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲୁଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ହୋଇଛି । ଏଇଟା ଖାଲି ନିଜର ପ୍ରୋବଲମ ନୁହଁ।ସମଗ୍ର ଦେଶ ଏବଂ ବିଶ୍ବର ପ୍ରୋବଲମ। ସତରେ ମଣିଷ ଜୀବନ ଠାରୁ ଅଧିକ ଆଉ କିଛି ନାହିଁ।ପରୀକ୍ଷା ଆଜି ନ ହେଲେ କାଲି ହୋଇପାରିବ।କିନ୍ତୁ ଜୀବନ କଣ ଫେରି ଆସିବ? ସରକାର ଯାହାକରୁଛନ୍ତି ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି।ସାମାନ୍ୟ ପରୀକ୍ଷା ପାଇଁ ଆମେ ଏତେ ବିବ୍ରତ ଏବଂ ବ୍ୟସ୍ତ ହୋଇପଡୁଛେ କିନ୍ତୁ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦିନରାତି ନିଦ ହେଉନଥିବ। ଏ ଲକ୍ ଡାଉନର ଅବଧି ନିଶ୍ଚିତ ଭାବେ ବୃଦ୍ଧି କରିବା ଦରକାର। ଖାଲି ଠାକୁର ନିକଟରେ ପାର୍ଥନା କରୁଛି ହେ ପ୍ରଭୁ ତୁମେ ହିଁ ରକ୍ଷା କର ଏ କରୋନା ବିପତ୍ତିରୁ ସମସ୍ତଙ୍କୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍