STORYMIRROR

Bijoy Jena

Children Stories Inspirational Children

3  

Bijoy Jena

Children Stories Inspirational Children

ଛୋଟ ଘଟଣା - ମୂଲ୍ୟବାନ ଶିକ୍ଷା

ଛୋଟ ଘଟଣା - ମୂଲ୍ୟବାନ ଶିକ୍ଷା

1 min
312


ସ୍ୱାମୀ ବିବେକାନନ୍ଦ ଜୀବନର ଛୋଟ ଗୋଟିଏ ଘଟଣା। ସେ ସେତେବେଳେ ପରିବ୍ରାଜକ ଭାବରେ ଭାରତ ଭ୍ରମଣ କରୁଥାନ୍ତି! ଦିନେ ପଲେ ମାଙ୍କଡ ତାଙ୍କୁ ଗୋଡ଼ାଇଲେ। ସେ ଯେତେ ଜୋରରେ ଦୌଡିଲେ ମାଙ୍କଡ ମାନେ ମଧ୍ୟ ତାଙ୍କୁ ସେତେ ଜୋରରେ ଗୋଡ଼ାଇଲେ। ଏହି ସମୟରେ ଜଣେ ବୃଦ୍ଧ ସାଧୁ ଦୂରରୁ ଚିତ୍କାର କରି ତାଙ୍କୁ କହିଲେ, ରହିଯାଅ, ମାଙ୍କଡ ମାନଙ୍କ ଆଗରେ ଦୃଢ ହୋଇ ଛିଡା ହୁଅ। ସ୍ୱାମୀଜୀ ତାହା କରିବାରୁ ମାଙ୍କଡ ଗୁଡିକ ପଳାଇଲେ।ଘଟଣାଟିର ଉଲ୍ଲେଖ କରି ସ୍ୱାମୀଜୀ କହୁ ଥିଲେ ଯେ ଏହି ଭାବରେ ଦୃଢ ହୋଇ ଛିଡା ହେବାକୁ ପଡିବ,ପଳାଇଲେ ଚଳିବ ନାହିଁ।ଜଗତର ଅଧିକାଂଶ ସମସ୍ୟା ସମ୍ପର୍କରେ ତାଙ୍କର ଏହି ଶିକ୍ଷା ପ୍ରଯୁଜ୍ୟ।ଯଦି କେହି ମନେ କରେ ଯେ କୌଣସି ସମସ୍ୟା ତା ପକ୍ଷରେ ବହୁତ ବେଶୀ ଏବଂ ସେ ସେହି ସମସ୍ୟାରୁ ଦୁରେଇ ଯାଇ ବଂଚିବ ତାହା ହେଲେ ସେ ଭୂଲ କରିବ। ସେହି ସମସ୍ୟା ତାହାକୁ କ୍ରମଶଃ ଆହୁରି ବେଶୀ କାବୁ କରି ଶେଷରେ ପେଷି ଦେବ। ବରଂ ସାହସ ସହିତ ସେହି ସମସ୍ୟାର ସମ୍ମୁଖୀନ ଦୃଢ ଭାବରେ ମୁକାବିଲା କଲେ ତାହାର ସମାଧାନର ଗୋଟିଏ ସୁଯୋଗ ମିଳିବ। ଯଦି ଜଣେ ସମାଧାନ କରିବାରେ ବ୍ୟର୍ଥ ହୁଏ ତାହା ହେଲେ ବା କଅଣ ଯାଏ ଆସେ ? ପରେ ଆଉ ଜଣେ ତାଙ୍କ ଅଭିଜ୍ଞତାରୁ ଶିକ୍ଷା ନେଇ ଆହୁରି ଭଲ ଭାବରେ ସେହି ସମସ୍ୟାର ସଂମୁଖୀନ ହୋଇ ପାରିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍