STORYMIRROR

Samar Ballav Bhoi

Children Stories Action Inspirational

3  

Samar Ballav Bhoi

Children Stories Action Inspirational

ଚେସ୍ ଖେଳ

ଚେସ୍ ଖେଳ

2 mins
259


ଗାଁ ରେ ବିଭିନ୍ନ ପ୍ରତିଯୋଗୀତା ସବୁ ବର୍ଷ ହୋଲି ଓ ରଜ ରେ ଅନୁଷ୍ଠିତ ହୁଏ, ମାନସ ଭାରି ଚେସ୍ ଖେଳକୁ ବହୁତ ଭଲପାଏ ଓ ଭଲ ଖେଳେ ମଧ୍ୟ। ଗାଁ ମାନଙ୍କରେ ରଜ ପର୍ବରେ ପଞ୍ଚାୟତ ପଞ୍ଚାୟତ ଭିତରେ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ମାନସ ସବୁ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରେ, କେତେ ବେଳେ ଚେସ୍ ରେ ଚମ୍ପିୟାନ ହୁଏତ କେତେ ବେଳେ ୨ୟ ସ୍ଥାନ ଅଧିକାର କରିଥାଏ, ଚେସ୍ ଖେଳ ହବ ମାନେ ସେ ନିଶ୍ଚିତ ଭାବରେ ପ୍ରଥମ ନହେଲେ ଦ୍ବିତୀୟ ସ୍ଥାନ ଅଧିକାର କରିଥାଏ। ଗୋଟେ ବର୍ଷ କେଉଁ ଏକ କାରଣରୁ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ପାରି ନଥିବାରୁ ସେ ମନେ ମନେ ପ୍ରତ୍ୟେକ ବର୍ଷ ରଜ ଆସିଲେ ଘଣ୍ଟେ ଅଭିମାନ କରି ବସିପଡେ।

ସମସ୍ତେ ଭାବନ୍ତି ଆଜି ମାନସର କ'ଣ ଗୋଟେ ବଡ ଘଟଣା ଘଟିଛି, ସାଙ୍ଗ ମାନେ ପାଖକୁ ଆସି ପଚାରନ୍ତି, ମାନସ ଆଜି ତୋର ଏ ରୂପ କ'ଣ ହୋଇଛି, ମନରେ ବିଷାଦଗ୍ରସ୍ଥ ଥାଇ ମଧ୍ୟ ସାଙ୍ଗ ମାନଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରେ। 

ସାଙ୍ଗ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ତାର ଅତି ନିକଟରେ, ସୁରେନ୍ଦ୍ର ପଚାରିଲା ଆଛା ମାନସ କହିଲୁ କାହିଁକି ଏହି ଦିନ ଗୋଟିଏ ଘଣ୍ଟା ଏକା ଏକା ନିରବ ରେ ବସିଥାଉ? ମାନସ ଟିକିଏ ହସିଦେଇ କହିଲା, ସେମିତି କିଛି ଉଦେଶ୍ୟ ନେଇ ମୁଁ ବସି ନଥାଏ, ମନ ଭିତରେ ଗୋଟିଏ ଅଭାବ ପରିଲକ୍ଷିତ ହୁଏ, ଅବଶୋଷ ମନ ଭିତରେ ଆସେ ମୁଁ କାହିଁକି ସେ ବର୍ଷ ଚେସ୍ ଖେଳରେ ଭାଗ ନେଇପାରିଲି ନାହିଁ । ସୁରେନ୍ଦ୍ର କହିଲା , ଥରେ ଅଂଶ ଗ୍ରହଣ ନ କଲୁ ବୋଲି ତାପର ବର୍ଷ ଠାରୁ ସେହି ଦିନ ଆସିଲେ ଏକା ଏକା ବସିବା କ'ଣ ନିହାତି ଦରକାର? ନା ସୁରେନ୍ଦ୍ର ସେମିତି କିଛି କଥା ନୁହେଁ, ଚେସ୍ ଖେଳଟା ମୋର ଭାରି ପ୍ରିୟ ।ସେଥିପାଇଁ ମନ ଭିତରେ ଆଲୋଡନ ହୁଏ ଯେ ଏ ଦୁନିଆ ରେ ନିଜ ସ୍ବାର୍ଥ ପାଇଁ ଅନ୍ୟ ମାନେ କେତେ ତତ୍ପରତା। କ'ଣ କହିଲୁ କିଛି ବୁଝି ହେଲାନି? କଥା କ'ଣ କି ସେହିଦିନ ମୋ ଭାଇ ମୋତେ ଚେସ୍ ପ୍ରତିଯୋଗିତା କୁ ଯିବା ପାଇଁ ମନାକଲେ ଏବଂ ମୋତେ ଗୋଟିଏ ବେକାର କାମରେ ଲଗାଇ ଦେଲେ । ପରେ ମୁଁ ଭାବିଲି ଏ କାମ ତ ପରେ ବି କରିପାରିଥାନ୍ତି, ଏ ସାମାନ୍ୟ କାମ ପାଇଁ ମୁଁ ପ୍ରତିଯୋଗୀତା ରୁ ବାହାରେ ରହିବାକୁ ପଡ଼ିଥିଲା। ସମସ୍ତଙ୍କର କିଛି ନା କିଛି ବସ୍ତୁ ଓ କାମ ଅଛି ଯାହାକି କେବେ ଭୁଲିହୁଏ ନା କି ହରାଇବା ପାଇଁ ଇଚ୍ଛା ମଧ୍ୟ ପଳାଇବାକୁ ହୁଏନାହିଁ। ସବୁ କ୍ଷେତ୍ରରେ କେଉଁ କାମ ଅତି ଗୁରୁତ୍ୱପୂର୍ଣ୍ଣ ସେହି କଥା ବା କାମ ଉପରେ ଅଧିକ ଯତ୍ନବାନ ଆବଶ୍ୟକ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍