Rasmi Rekha Tripathy

Others

3.9  

Rasmi Rekha Tripathy

Others

ଚାଉଳ

ଚାଉଳ

1 min
14.4K



       ଶ୍ୱଶୁର ଗାଆଁରୁ ଆଣିଥିବା ଚାଉଳ ମୁଁ ଖାଇପାରେନି (ନ ଖାଇପାରିବାର ବାହାନା କରେ) l ଅସଲରେ ପାଖପଡୋଶୀ ଅଦୂର ଚାଉଳ ମଣ୍ଡିରୁ ଦାମୀ ଦାମୀ ପ୍ୟାକେଟ୍ ବାଲା ଚାଉଳ ଆଣୁଥିବା ବେଳେ ମୁଁ ଗାଉଁଲୀଙ୍କ ଭଳି ଗାଆଁର ଚାଉଳ ଖାଇବାକୁ ପସନ୍ଦ କରେନା l ଯାହା ହେଲେ ବି ଏହି ସୋସାଇଟିରେ ମୋର ଗୋଟେ ଇଜ୍ଜତ୍ ଅଛି ନା l ଏହି ସୋସାଇଟିର ମୁଁ ମହିଳାମାନଙ୍କ ପ୍ରେସିଡେଣ୍ଟ l ଏମିତି ଗାଆଁ ଚାଉଳ ଖାଇଲେ ଲୋକେ କଣ କହିବେ ?

         ସେ ଦିନ ହରିବାବୁ ଘରକୁ ଆସି ମଣ୍ଡିର କଣ ଗୋଟେ ମିଟିଙ୍ଗ୍ ପାଇଁ ଶ୍ୱଶୁରଙ୍କୁ ସଭାପତି ଭାବେ ନିମନ୍ତ୍ରଣ କରିଯିବା ଦେଖି ଆଶ୍ଚର୍ଯ୍ୟ ଲାଗିଲା ମୋତେ l ପରେ ଜାଣିଲି ଯେ ସେହି ମଣ୍ଡିକୁ 70 ଭାଗ ଚାଉଳ ମୋ ଶ୍ୱଶୁର ଯୋଗାଉଛନ୍ତି l ପରେ ମଣ୍ଡି ମାଲିକ ତାକୁ ପ୍ୟାକେଟ୍ କରି, ବ୍ରାଣ୍ଡ ନେମ୍ ଦେଇ ଅଧିକା ମୂଲ୍ୟରେ ବିକୁଛନ୍ତିl ଲାଜରେ ମୋ ମୁଣ୍ଡ ତଳକୁ ହୋଇଗଲା l


Rate this content
Log in