STORYMIRROR

Madhabi Patel

Others

3  

Madhabi Patel

Others

ବରଫ ଦେଶ

ବରଫ ଦେଶ

2 mins
117


ମୋର ଅନେକ ଦେଶ ଭ୍ରମଣ କରିବାର ଅଭିଜ୍ଞତା ଅଛି ହେଲେ ସବୁ ଜାଗାରେ ବରଫସହ ଭେଟ ହେଇନି। ମୁଁ ମାଳୟେସିୟା,ସିଙ୍ଗାପୁର, ଶ୍ରୀଲଙ୍କା ଥାଇଲେଣ୍ଡ ପ୍ରଭୃତି ଯାଗା ଯାଇଛି ଆମ ଗ୍ରୁପସହ ବୁଲିବାକୁ।ସେଠି କେବଳ କୁତ୍ରିମ ବରଫର ଆଇସ୍ଲେଣ୍ଡର ମଜା ନେଇଥିଲୁ।ଠିକ୍ ବରଫ ଦେଶ ପରି ସଜା ଯାଇଥାଏ

ସେ ଜାଗାକୁ।ଭୁରିଭୁରି ବରଫ ପାତ ହେଉଥାଏ।ଭୂଇଁରେ ପାହାଡପରି ବରଫ ଜମା ହେଇଥାଏ।ବରଫ ଉପରେ ସ୍କେଟିଙ୍ଗ କରିବାର ସୁବିଧା ଥାଏ।

ବରଫ ଦେଶରେ ବାସ କରୁଥିବା ସ୍ନୋ ବିଅର ,ବଲଗା ହରିଣ,କୁକୁର ମାନଙ୍କୁ ନେଇ ସଜା ଯାଇଥାଏ ଜାଗାର ସ୍ଥାନେ ସ୍ଥାନେ।ଭିତରେ ବହୁତ ଥଣ୍ଡା ଥିବାରୁ ବଡବଡ ଜ୍ୟାକେଟ୍ ଗୋଡପାଇ ଲମ୍ବା ଜୋତା ଓ ହାତ ଗ୍ଲୋଭସ୍ ଭଡାରେ ମିଳେ।ଯିଏ ପ୍ରାକୃତିକ ବରଫ ବର୍ଷା ଦେଖିନଥିବ ସେ ଏହା ଦେଖି ତାର ମଜା ନେଇ ପାରିବ।ହେଲେ ସତସତିକା ବରଫ ବର୍ଷାର ଅନୁଭବ ନିଆରା ହେଇଥାଏ।ଏ ଆନନ୍ଦ ମତେ ମିଳିଥିଲା ଦୁଇହଜାର ସାତରେ ଯେତେବେଳେ ମୁଁ କାଲିଫର୍ଣିଆ ଯାଇଥିଲି।ଝିଅ ରହୁଥିଲା ସାନ୍ଫ୍ରାନସିସ୍କୋ ରେ ।ମୁଁ ତା ପାଖକୁ ଯାଇଥାଏ ଛଅମାସପାଇଁ ତାର ପ୍ରଥମ ପୁଅ ଜନ୍ମବେଳେ।ସେତେବେଳେ ସେଠି ଅନେକ ସ୍ଥାନ ଦେଖିବାର ଅନୁଭବ ମିଳିଥିଲା।ଆମ ଭାରତରେ ଅନେକ ସ୍ଥାନରେ ବରଫ ପଡିଲେବି ମୁଁ କୋଉଠିକୁ ଯାଇ ପାରିନଥିଲି।ସେଥିପାଇଁ ଯୋଇଁ ସଂଜିବ ଏକ ବୁଲିବାର ଯୋଜନା ତିଆରିଲା।ରିନୋ ବୋଲି ଏକ ଯାଗାରେ ବରଫପାତ ହୁଏ। କିଛିଦିନ ଆଗରୁ ବରଫ ପାତ ହେବାର ଟିଭିରେ ଖବର ପାଇ ଆମେ ସେଜାଗାକୁ ଯିବାକୁ ବାହାରିଲୁ।ଘରେ ରହି ଅନ୍ଲାଇନ ହୋଟେଲ ସବୁ ବୁକ୍ କରିଦିଆହେଲା।ଆମେ ବଡ ଗାଡିଟେ ଭଡାରେ ଆଣିଲୁ।ସେଠି ଡ୍ରାଇଭର ମିଳେନି।ଗାଡିକୁ ନିଜେ ଚଳାଇବାକୁ ପଡେ।ଯୋଇଁ ନିଜେ ଚଳାଇ ରିନୋ ପର୍ଯ୍ୟନ୍ତ ଗଲା।ରାସ୍ତାରେ ଗଲାବଳେ ଅଧାରୁ ବେଶିରାସ୍ତା ଫର୍ଚ୍ଛା ସୂର୍ଯ୍ୟାଲୋକରେ ସ୍ନାନକରୁଥିଲା।ବଣ ପହାଡସବୁ ସେଠିକାର ରେଡ ଉଡ ,ପାଇନ ଗଛ ମାନଙ୍କରେ ସଜ୍ଜିତ ହେଇ ସବୁଜ ଦିଶୁଥାଏ।ହେଲେ ରିନୋ ପହଞ୍ଚିଲାପରେ କୋହଲାପାଗ ଜଣାପଡିଲା।ସେଠି ପହଞ୍ଚିଲା ବେଳକୁ ଭୁରିଭୁରି ଛୋଟଛୋଟ ରୁଆଖଣ୍ଡପରି ବରଫ ବର୍ଷା ଆରମ୍ଭ ହେଇଯାଇଥିଲା।ଆମେ ଏକବଡ ଷାଠିଏ ମହଲା ହୋଟେଲରେ ଅଠତିରିଶ ଓ ଅଣଚାଳିଶ ଦୁଇଟା ରୁମ ଭଡା ନେଇଥିଲୁ।ଆମେ ସମସ୍ତେ ମିଶି ସାତଜଣ ଥିଲୁ।ଯୋଇଁର ଭାଇ ଅଜିତ ବି ତା ସ୍ତ୍ରୀସହ ଯାଇଥିଲା।ମୋ ସମୁଦୁଣୀ ଓ ମୁଁ ମିଶି ମୋ ଛୋଟନାତିସହ ସାତଜଣ ଥିଲୁ।ତେଣୁ ଦୁଇଟା ବଡ ରୁମ ଭଡାରେ ନେଇଥାଉ।ସୁନ୍ଦର ଭାବରେ ପଲଙ୍କ ସୋଫାରେ ସଜ୍ଜିତ ରୁମ୍ ସବୁ।ରୁମ୍ ଭିତରେ କାଚ ଝରକା ଥିବାରୁ ଭିତରୁ ବାହାରର ଦୃଶ୍ୟ ସବୁ ଦେଖା ଯାଉଥାଏ। ମୁଁ ଚେୟାରଟେ ନେଇ ଝରକାପାଖେ ବସି ବରଫ ପାତର ନିଆରା ଅନୁଭବ ସାଉଣ୍ଟୁଥାଏ ମୋ ମସ୍ତିଷ୍କରେ। ପ୍ରଥମେ ସରୁସରୁ ରୁଆପରି ବରଫ ଧିରେ ଧିରେ ବର୍ଷା ହେଉଥିଲା ପରେ ତାହା ବଡ ଆକାର ଧରି ଯୋର୍ ବର୍ଷା ହେବାକୁ ଲାଗିଲା ।ଉପରବେଳାକୁ ଯୋର ବର୍ଷାପଡିଲାପରି ଅନବରତ ବରଷିବାକୁ ଲାଗିଲା।ହୋଟେଲ ମଝିରେ ଥିବା ଖାଲି ପ୍ରାନ୍ତରଟି ବରଫରେ ଢାଙ୍କି ହେଇଗଲା।ଝରକାରୁ ଦେଖାଯାଉଥିବା ପାହାଡଟି ଏବେ ଧଳରଙ୍ଗରେ ସଜି ଶ୍ବେତ ସ୍ମଶ୍ରୁ ଶ୍ବେତବସ୍ତ୍ରଧାରୀ ଋଷିଟେ ପରି ଦେଖା ଯାଉଥିଲା।ଚାରିଆଡ ବରଫ ଓ ବରଫ ହେଇ ସାରିଥିଲା।ଭୀଷଣ ଥଣ୍ଡା ହେବାକୁ ଲାଗିଥାଏ।ଆମେ ସନ୍ଧ୍ୟାରେ କିଛିସମୟ ବରଫ ସହ ଭିଜିବାକୁ ବାହାରିଲୁ।ସିଧା ବରଫସହ କୋଳାକୋଳି ହେବାପାଇଁ ଶୀତବସ୍ତ୍ରରେ ପୂର୍ଣ ପ୍ରସ୍ତୁତି କରି ବାହାରିଥାଉ।ହାତଗୋଡ ସବୁଆଡ ଢଙ୍କା ଥିଲେବି ମୁହଁନାକ ଖୋଲାଥିବାରୁ।ନାକରେ ଯନ୍ତ୍ରଣା ହେଲାପରି ଲାଗୁଥାଏ।ଗାଲ ଗୁଡାକ ଜଳିଲା ପରି ଲାଗୁଥାଏ।ବେଶି ସମୟ ରହି ପାରିଲୁନି ସାଙ୍ଗରେ ତିନିମାସ ତଳେ ଜନ୍ମ ହେଇଥିବା ନାତି ସିମନ୍ ଥିଲା।ତାକୁ ଷ୍ଟ୍ରଲର୍ରେ ଘୋଡେଇ ଧରିଥିଲେବି ଥଣ୍ଡା ସହିନ ପାରି କାନ୍ଦିବାକୁୁ ଲାଗିଥିଲା।ଫଳରେ ଆମେ ଶୀଘ୍ର ହୋଟେଲ ଫେରିଆସିଲୁ।ସେ ରତିଟା ସେଠି କାଟି ତାପରଦିନ ସାନ୍ଫ୍ରାନସିସ୍କୋ ଫେରିଆସିଲୁ।ଫେରିଲା ବେଳେ ଗଲାବେଳେ ଯାହା ସବୁଜ ରମଣୀୟ ଦିଶୁଥିଲା 

ଏବେ ବରଫଚାଦରରେ ଘୋଡେଇ ହେଇଯାଇଥିଲା।ରାସ୍ତାରେ ଆଣ୍ଠୁଏ ବହଳ ବରଫଜମା।ଗାଡି ଖସଡିବାର ଡର ଥିଲା। ଆମ ସାଙ୍ଗରେ ଛୋଟ ଶିଶୁ ସିମନ୍ ଥିଲା ତେଣୁ ଆମେ ଡରୁ ଥାଉ ମୁଁ ଭଗବାନଙ୍କୁ ଡାକୁଥାଏ ରାସ୍ତା କୌଣସି ମତେ ସଫା ହୋଇଯାଉ ବୋଲି |ଭଗବାନ ମୋ ଡାକ ଶୁଣିଲେ ହଠାତ୍ ଏକ ବରଫ ସଫାକରିବାର ଗାଡି ଆସି ଆମ ରାସ୍ତାକୁ ସଫା କରିକରି ଆଗକୁ ବଢୁଥିଲା ଓ ଆମେ ତାପଛେପଛେ ଧିରେ ଧିରେଆସୁଥାଉ।ଏପରିଭାବରେ ଆମର ନିର୍ଦ୍ଧାରିତ ସମୟରୁ ତିନିଘଣ୍ଟା ବିଲମ୍ବରେ ଘରେ ପହଞ୍ଚିଲୁ।ହେଲେ ସେ ବରଫ ପାତର ଦୃଶ୍ୟ ଚିରଦିନପାଇଁ ମନ ମସ୍ତିଷ୍କରେ ଛାପିହେଇ ରହିଯାାଇଛି।


Rate this content
Log in